Education Odisha

ଚୁକ୍ତିଭିତ୍ତିକ ଉଚ୍ଛେଦ ସକାଶେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ ସଂଘ

କୋଟପାଡ଼: ୧୨/୦୨: କୋଟପାଡ଼ ହାଟପଦା ସ୍ଥିତ ଶିବମନ୍ଦିର ଠାରେ କୋଟପାଡ଼ ବ୍ଲକ୍ ସଂଘର ସଭାପତି ଶ୍ରୀ ମାନସ ମଣ୍ଡଳ ଅଧ୍ୟକ୍ଷତାରେ ସମ୍ପାଦକ ଶ୍ରୀ ଟୁନା ବେହେରା, କୋଷାଧ୍ୟକ୍ଷ ଶ୍ରୀ ପବିତ୍ର କୁମାର ମହାପତ୍ର, ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ସଭାପତି ଶ୍ରୀ ରୁଦ୍ର ନାରାୟଣ ବ୍ରହ୍ମା ତଥା ସମସ୍ତ କ୍ଲଷ୍ଟର ସଂଯୋଜକ ଏବଂ ଓଡିଶା କନିଷ୍ଠ ଶିକ୍ଷକ ସଂଘ କୋଟପାଡ଼ ବ୍ଲକର ସମସ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଚୁକ୍ତି ଭିତ୍ତିକ ଉଚ୍ଛେଦ ସକାଶେ ରାଜ୍ୟ ସରକାର ଙ୍କ ଘୋଷୋଣ ହେବା ସତ୍ତ୍ୱେ କନିଷ୍ଠ ଶିକ୍ଷକଙ୍କୁ ଏଥିରେ ଅନ୍ତର୍ଭୂକ୍ତ ନଥିବା ଯୋଗୁଁ କନିଷ୍ଠ ଶିକ୍ଷକ ସଂଘ ଦୁଃଖ ପ୍ରକାଶ କରିବା ଜଣାପଡିଛି।

ସୂଚନାଯୋଗ୍ୟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୧୫/୧୦/୨୦୨୨ ରେ ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ଯୁଗ ଶେଷ ହେଲା ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ପ୍ରାୟ ୪ ମାସ ପୁରିଲାଣି। କିନ୍ତୁ ଆଜି ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ଦଶ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱଳ୍ପ ଦରମାରେ ଚୁକ୍ତିଭିତ୍ତିରେ ଅଛନ୍ତି। ରାଜ୍ୟରେ ପ୍ରାୟ ୫୭୦୦୦ କର୍ମଚାରୀଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା । କିନ୍ତୁ ଆଶ୍ଚର୍ଯୟଜନକ ବିଷୟ ରାଜ୍ୟ ସରକାରଙ୍କ ଓ. ଆର. ଭି ଧାରା ୧୯୭୫ ନିୟମ ପାଳନ କରି ଡି.ଏଲ.ଇଡି ଓ ବି.ଇ.ଡି ତାଲିମ ପାଇ ଚୟନ ମୂଳକ ପରୀକ୍ଷା ଏବଂ ଓ. ଟି. ଇ.ଟି ବାଧ୍ୟମୂଳକ ଭାବେ ସମସ୍ତ ସର୍ତ୍ତ ପୂରଣ ପରେ ନିଯୁକ୍ତି ପାଇଥିବା ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଚୁକ୍ତିଭିତ୍ତିକ ପ୍ରଥା ସରକାର ଉଚ୍ଛେଦ କରିନାହାନ୍ତି।

ରାଜ୍ୟ ମୁଖ୍ୟ ଶାସନସଚିବ ଙ୍କ ସହ ଆଲୋଚନା ରେ କନିଷ୍ଠ ଶିକ୍ଷକ କେନ୍ଦ୍ରୀୟ ଯୋଜନା କୋହିଥିବା ଦୁର୍ଭାଗ୍ୟରବିଷୟ କହିଛନ୍ତୀ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ସଭାପତି ଶ୍ରୀ ରୁଦ୍ର ବ୍ରହ୍ମା। ପାନୀୟ ଜଳ ଯୋଗାଣ ଜେ.ଇ.ଏନ୍.ଏଚ.ଏମ ରୁ ନର୍ସି ଅଫିସର ମାନଙ୍କୁ କରାଯାଇ ପାରୁଥିବା ବେଳେ କନିଷ୍ଠ ଶିକ୍ଷକ ଙ୍କୁ କାହିଁକି ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ ଅନେକ ଶିକ୍ଷକ। ରାଜ୍ୟ ସରକାର ଚାହିଁଲେ ଏହା କନିଷ୍ଠ ଶିକ୍ଷକଙ୍କ ପାଇଁ ସମ୍ଭବ। କିନ୍ତୁ ପ୍ରାଥମିକ ଶିକ୍ଷା ଏବଂ କନିଷ୍ଠ ଶିକ୍ଷକଙ୍କ ପାଇଁ କାହିଁକି ଅବହେଳା ସହଜରେ ବୁଝିହେଉନି କହିଛନ୍ତି ଶ୍ରୀ ମାନସ ମଣ୍ଡଳ ।

ଭାରତୀୟ ସମ୍ବିଧାନ ଧାରା ୩୦୯ ଅନୁସାରେ ଜଣେ ନିର୍ବାଚିତ ପ୍ରତିନିଧି ଯେକୌଣସି ପଦବୀ ଏବଂ ତାର ସମ୍ପର୍କିତ ନିୟମ ତିଆରି ଓ ପରିବର୍ତ୍ତନ କରିପାରିବେ। ତେଣୁ ଏ ଦୃଷ୍ଟିରୁ ଦେଖିଲେ କନିଷ୍ଠ ଶିକ୍ଷକଙ୍କୁ ଅଣଦେଖା କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବା ସକାଶେ ସମସ୍ତ କନିଷ୍ଠ ଶିକ୍ଷକ ପୋଷ୍ଟ କାର୍ଡ ମଧ୍ୟମରେ ଅନୁରୋଧ କରିଛନ୍ତି । ଏଥିସହ ଆସନ୍ତାକାଲି ୧୩/୦୨/୨୦୨୩ ରିଖ ଦିନ ଇମେଲ ଜରିଆରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବା ସହ ଦୃଷ୍ଟିଆକର୍ଷଣ କରିବା ସ୍ଥିର କରିଥିଲେ ସମସ୍ତ କନିଷ୍ଠ ଶିକ୍ଷକ ।

ଯଦି ସରକାରଙ୍କ ତରଫରୁ କୌଣସି ସକାରାତ୍ମକ ନିଷ୍ପତ୍ତି ନଆସେ ତାହେଲେ ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଏବଂ ତାଙ୍କ ପରିବାର ତଥା ପ୍ରାଥମିକ ଶିକ୍ଷା ପ୍ରତି ଅଣଦେଖା ହେଲେ, ପ୍ରତିବାଦର ସ୍ବର ପଞ୍ଚାୟତ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ଉଠିବ ଏବଂ କନିଷ୍ଠ ଶିକ୍ଷକ ସାମୁହିକ ଭାବେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ, ଏଥିପାଇଁ ଯାହା ଅସୁବିଧା ହେବ ସରକାର ଦାୟୀ ରହିବେ।

Related posts

କୋଟପାଡ଼ ସରକାରୀ ବାଳିକା ବିଦ୍ୟାଳୟ ରେ ୩୪ତମ ସଡକ ସୁରକ୍ଷା ସପ୍ତାହ ପାଳିତ

Editor

Former Indian cricketer Sachin Tendulkar has joined pre-owned car retailing platform Spinny

Editor

PM expresses happiness over the inputs for this month’s Mann Ki Baat scheduled for 26th June 2022

Editor

Leave a Comment

WhatsApp chat