Odisha

କୋଟପାଡ଼ ବ୍ରହ୍ମଣ ସମାଜ ଦ୍ୱାରା ଶ୍ରୀରାମ ମନ୍ଦିରରେ ସାମୁହିକ ବିଷ୍ଣୁ ସହସ୍ର ନାମ ପଠନ ଏବଂ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

କୋଟପାଡ : ଆଜି କୋଟପାଡ଼ ଶ୍ରୀରାମ ମନ୍ଦିର ଠାରେ ଶ୍ରୀ ଜିତେନ୍ଦ୍ର ମହାପାତ୍ର ଏବଂ ଗୌର ରଥ ଙ୍କ ଆବାହନ କ୍ରମେ କୋଟପାଡ଼ ବ୍ରାହ୍ମଣ ସମାଜ ସାମୁହିକ ବିଷ୍ଣୁ ଶହସ୍ରନାମ ପାଠ କରିଥିଲା ।

ଉକ୍ତ ବିଶ୍ୱ ଶାନ୍ତି ଯଜ୍ଞ କାର୍ଯ୍ୟକ୍ରମ ରେ କୋଟପାଡ଼ ସହର ଏବଂ ନିକଟବର୍ତ୍ତୀ ସମସ୍ତ ଗ୍ରାମ ର ବ୍ରହ୍ମଣ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ, ଆଜି ସକାଳ ୭ ଘଣ୍ଟା ସମୟରେ ସମସ୍ତ ବ୍ରହ୍ମଣ ଶ୍ରୀ ରାମ ମନ୍ଦିର ପ୍ରଙ୍ଗଣ ରେ ଏକତ୍ରିତ ହୋଇଥିଲେ । ସକାଳୁ ସମସ୍ତ ବ୍ରହ୍ମଣ ଙ୍କୁ ସମ୍ମାନ ର ସହ ପାଦ ଧୋଇ ମସ୍ତକରେ ଚନ୍ଦନ ସିନ୍ଦୁର ଟୀକା ଲଗାଇ ମନ୍ଦିର କୁ ନିମନ୍ତ୍ରଣ କରାଯାଇଥିଲା । ସକାଳ ୯ ଘଣ୍ଟା ସମୟ ରେ ସମସ୍ତ ଉପସ୍ଥିତ ବ୍ରହ୍ମଣ ସାମୁହିକ ଭାବରେ ବିଷ୍ଣୁ ସହସ୍ର ନାମ ପଠନ କରିବା ସହ ମର୍ଯ୍ୟାଦା ପୁରୁଷୋତ୍ତମ ଙ୍କ ପୂଜାର୍ଚ୍ଚନା ଯଥା ନୀତିକାନ୍ତି ଅନୁଯାଇ କରିଥିଲେ ଶ୍ରୀ ସତ୍ୟରଜ ମହାପାତ୍ର ଏବଂ ବଜରଙ୍ଗ ମହାପାତ୍ର ।

ଶ୍ରୀରାମ ଙ୍କ ପୂଜାର୍ଚ୍ଚନା ପରେ ସାମୁହିକ ଭାବରେ ଗାୟତ୍ରୀ ଯଜ୍ଞ କରାଯାଇଥିଲା । ଗାୟତ୍ରୀ ମନ୍ତ୍ର ପାଠ ରେ ସମଗ୍ର ଅଂଚଳ ଭକ୍ତିମୟ ପରିବେଶ ରେ ପରିଣତ ହୋଇଯାଇଥିଲା । ସମସ୍ତ ନିମନ୍ତ୍ରିତ ବ୍ରହ୍ମଣ ଙ୍କ ଦ୍ଵାରା ଯଜ୍ଞ ଆହୁତି ଦିଆଯାଇଥିଲା । ଯଜ୍ଞ ସମ୍ପୂର୍ଣ୍ଣ ହେବା ପରେ ଶ୍ରୀରାମ ଙ୍କ ଅନ୍ନ ଭୋଗ ଲାଗି ହୋଇଥିଲା । ଅନ୍ନ ଭୋଗ ପ୍ରଭୁଙ୍କୁ ସମର୍ପିତ ହେଲା ପରେ ଗୋ ମାତା ଙ୍କୁ ଅନ୍ନ ପ୍ରସାଦ ସମର୍ପଣ କରାଯାଇଥିଲା ଏବଂ ପରେ ସମସ୍ତ ବ୍ରହ୍ମଣ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ ।

ମନ୍ଦିର କୁ ଆସିଥିବା ଅନ୍ୟାନ୍ୟ ଶ୍ରଦ୍ଧାଳୁ ମଧ୍ୟ ଅନ୍ନ ଭୋଗ ପାଇଥିବା ରୁ ପ୍ରଭୁ ଶ୍ରୀ ରାମ ଙ୍କ ଆଶିଷ ଏବଂ ଅନ୍ନ ପ୍ରସାଦ ଭାଗ୍ୟ ରେ ଥିଲା ତେଣୁ ମିଳିଥିବା କହି ଭାଵବ୍ୟୁହୁଳ ହେଇଥିବା ଦେଖିବାକୁ ମିଳିଥିଲା ।

Related posts

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୁଇ ଦିନିଆ ଅଖିଳ ଭାରତୀୟ କେନ୍ଦ୍ରୀୟ ବୈଠକ

Editor

କୋଟପାଡ଼କୁ ଗୌରବାନ୍ୱିତ କଲେ କୋଟପାଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ

Editor

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଅନିୟମିତତାକୁ ନେଇ କୋଟପାଡ଼ ବିଜେପି ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

Editor

15 comments

Leave a Comment

WhatsApp chat