Business Odisha Politics

କୋଟପାଡ଼ ବାଇପାସ୍ ସଂଘର୍ଷ କମିଟି ତରଫରୁ କୋଟପାଡ଼ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ

କୋଟପାଡ଼ : ଜାତୀୟ ରାଜପଥ ବାଇପାସ୍ ରାସ୍ତା ନିର୍ମାଣକୁ ନେଇ କୋଟପାଡ଼ ଅଂଚଳ ରେ ଏକ ଜନ ଅସନ୍ତୋଷ ର ରୂପ ନେଉଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ରାଜପଥ ନିର୍ମାଣ ସକାଶେ ଟେଣ୍ଡର ହୋଇ ସାରିଥିବା ସହ ଭୂମି ଅଧିଗ୍ରହଣ ଆରମ୍ଭ ହେବାକୁ ବସିଲାଣି କିନ୍ତୁ ଆଶ୍ଚର୍ଯ୍ୟଜନକ ବିଷୟ ଭୂମିହରା ଙ୍କ ସହ ସରକାର ଙ୍କ କୌଣସି ଦ୍ୱିପାକ୍ଷିକ ବୁଝାବଣା କିମ୍ବା ଗ୍ରାମ ସଭା ହୋଇ ନ ଥିବା ଅଭିଯୋଗ ଆଣିଛନ୍ତି କୋଟପାଡ଼ ବାଇପାସ ସଂଘର୍ଷ କମିଟି । ତେଣୁ କୋଟପାଡ଼ ଅଂଚଳ ର ଚାଷୀ ଙ୍କ ବୃହତ୍ସ୍ୱାର୍ଥ ତଥା କୋଟପାଡ଼ ର ଉନ୍ନତି ସକାଶେ ଏକ ବିରାଟ ରାଲି ଦେବାନ ମୁଣ୍ଡା ଠାରୁ ବାହାରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ କୋଟପାଡ଼ ତହସିଲଦାର ଶ୍ରୀ ଶକ୍ତି ମହାପାତ୍ର ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ସୂଚନା ଯୋଗ୍ୟ ଯେ କୋଟପାଡ଼ ଅଞ୍ଚଳରେ ପ୍ରସ୍ତାବିତ ବାଇପାସ୍ ରାସ୍ତା କୁ ନେଇ ଦୀର୍ଘଦିନ ରୁ ଦାବି କରାଯାଇଥିଲା। କୋଟପାଡ଼ ଠାରୁ ବାର କିଲୋମିଟର ସୁଣ୍ଡି ଧାରଗୁଡ଼ି ଠାରେ ବାଇ ପାସ ରାସ୍ତା ପାଇଁ ପ୍ରସ୍ତାବ ନମ୍ୱର ତିନି କୁ ଜାତୀୟ ରାଜପଥ ବିଭାଗ ତରଫରୁ ମଞ୍ଜୁର କରାଯାଇଥିଲା।

ଉକ୍ତ ପ୍ରସ୍ତାବକୁ ବିରୋଧ କରି ଆଜି ବାଇପାସ୍ ସଂଘର୍ଷ କମିଟି ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରସ୍ତାବିତ ତୃତୀୟ ରାଜପଥ ହେବା ଦ୍ବାରା କୋଟପାଡ଼ ରେ ପ୍ରାୟ ତିନି ଶହ ଚାଷୀଙ୍କ ଚାଷ ଜମି ନଷ୍ଟ ହେବା ସାଥେ ସାଥେ ଛୋଟବଡ ବ୍ୟବସାୟୀ ମାନଙ୍କ ବ୍ୟବସାୟ ରେ ମଧ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ପରିଲକ୍ଷିତ ହୋଇଛି । ପୂର୍ବେ ରେଳବିଭାଗ ଦ୍ଵାରା କୋଟପାଡ଼ ରୋଡ଼ ଷ୍ଟେସନ ଭଳି କୋଟପାଡ଼ ଠାରୁ ଏହି ବାଇପାସ୍ ରାସ୍ତା ବହୁତ ଦୂରରେ ହେଉଥିବା ଯୋଗୁଁ କୋଟପାଡ଼ ସହର ସହ ଯୋଗାଯୋଗ ବିଛିନ୍ନ ହୋଇଯିବା ସମ୍ଭାବନା ସହ ଅଂଚଳର କୋୖଣସି ଉନ୍ନତି ହେଲା ଭଳି ଆଶା ପରିଲକ୍ଷିତ ହେଉନଥିବା କହିଛନ୍ତି ଶ୍ରୀ ସୁନୀଲ ଦାସ।ତେଣୁ ଏହି ତିନି ନମ୍ବର ପ୍ରସ୍ତାବକୁ ବାଦ ଦେଇ ଆଗରୁ ହୋଇଥିବା ଏକ ନମ୍ୱର ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବାକୁ ପ୍ରସ୍ତାବ ଦେଇ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଜାତୀୟ ରାଜପଥ ସଂଘର୍ଷ ସମିତି ର ଆବାହକ ତଥା କୋଷାଧ୍ୟକ୍ଷ ଶ୍ରୀ ସୁନୀଲ ଦାସ, ସଭାପତି ମଣୀ ପ୍ରସାଦ ପଟ୍ଟନାୟକ,ଉପ ସଭାପତି ନରେନ୍ଦ୍ର ସ୍ୱାଇଁ ଙ୍କ ସହ ସମସ୍ତ ସଦସ୍ୟ ଏବଂ ଚାଷୀ ଯୋଗ ଦେଇଥିଲେ।

Related posts

Sovereign Gold Bond Scheme 2021-22 (Series VIII) – Issue Price

Editor

Again Proud moment for Kotpad made by pinki Harijan

Editor

କୋଟପାଡ଼ ବ୍ରହ୍ମଣ ସମାଜ ଦ୍ୱାରା ଶ୍ରୀରାମ ମନ୍ଦିରରେ ସାମୁହିକ ବିଷ୍ଣୁ ସହସ୍ର ନାମ ପଠନ ଏବଂ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

Editor

Leave a Comment

WhatsApp chat