Education Health Odisha

କୋଟପାଡ଼ ସରକାରୀ ବାଳିକା ବିଦ୍ୟାଳୟ ରେ ୩୪ତମ ସଡକ ସୁରକ୍ଷା ସପ୍ତାହ ପାଳିତ

କୋଟପାଡ଼ :୦୭/୦୧/୨୪: ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଗତକାଲି ପ୍ରଧାନ ଶିକ୍ଷକ ଶ୍ରୀ ସ୍ଵପ୍ନେଶ୍ଵର୍ ନାୟକଙ୍କ ତ୍ଵତ୍ୱାବଧାନରେ ଏବଂ ଇକୋ କ୍ଲବ ର ଶିକ୍ଷକ ରତିକାନ୍ତ ମହାନ୍ତି ଶକ୍ତି ସଂରକ୍ଷଣ କ୍ଲବ ର ଶିକ୍ଷକ ସୁଜିତ ସରକାର ଙ୍କ ସୁପରିଚାଳନା ରେ ୩୪ତମ ସଡକ ସୁରକ୍ଷା ସପ୍ତାହ ପାଳିତ। କୋଟପାଡ଼ ନଗର ଅଞ୍ଚଳରେ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ବାଳିକା ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ‘ସଡ଼କ ସୁରକ୍ଷା, ପରିବାର ରକ୍ଷା’ ଶୀର୍ଷକ ଉପରେ ପାଳିତ ଚଳିତବର୍ଷର ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବିଦ୍ୟାଳୟର ଛାତ୍ରୀ ମାନେ ନଗର ପରିକ୍ରମା ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ କରିଥିଲେ।ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍‌ର ବ୍ୟବହାର, ଚାରି ଚକିଆ ଯାନରେ ସିଟ୍‌ ବେଲ୍‌ଟର ବ୍ୟବହାର, ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା ନ କରିବା ଏବଂ ଟ୍ରାଫିକ୍‌ ନିୟମ ମାନି ଗାଡି ଚଳାଇବା ସମ୍ପର୍କରେ ସ୍ଲୋଗାନ ଦେଇ ସ୍ଥାନୀୟ ଜନତାଙ୍କୁ ସଚେତନ କରାଯାଇଥିଲା।ବିଦ୍ୟାଳୟ ର ଶିକ୍ଷକ ପନିର ପୁଷ୍କର ସାଗର,ଦମୟନ୍ତୀ ସାହୁ,ରାଧା କାନ୍ତ ରାଉତ ,ବନିତା ମହାନ୍ତି,ପ୍ରଭାସିନୀ ଲିମାଲ ,ସବିତା ମାଦଳା ,ସାଇତା ଗୋଲାରି ,ପ୍ରିୟ ଦର୍ଶନି ମଣ୍ଡଳଏହି କାର୍ଯ କ୍ରମରେ ସହ ଯୋଗ କରିଥିଲେ ।

Related posts

Puneeth Rajumkar’s death: Docs explain link between exercise and heart attacks

Editor

The BJP has announced a seven-member committee for the panchayat elections

Editor

Kotpad : The Sargiful flower program successfully held Today

Editor

43 comments

Leave a Comment

WhatsApp chat