Education Odisha

କୋଟପାଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ରେ ନିରାପତ୍ତା ସପ୍ତାହ ପାଳିତ

କୋଟପାଡ଼ : ଆଜି ବାଳିକା ଉଚ୍ଚ ବିଦ୍ୟାଳୟ କୋଟପାଡ଼ ପ୍ରାଙ୍ଗଣରେ ବିଦ୍ୟାଳୟ ନିରାପତ୍ତା ସଂପର୍କରେ ଶପଥ ପାଠ ସହ ଜୁଲାଇ ମାସ ନିରାପତ୍ତା କ୍ୟାଲେଣ୍ଡ ର ଅନୁଯାୟୀ ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରତିକାନ୍ତ ମହାନ୍ତି ଏବଂ ସୁଜିତ୍ କୁମାର ସରକାର ପିଲା ମାନଙ୍କୁ ଅତି ପ୍ରାଞ୍ଜଳ ଭାବେ ବର୍ଷା, ବିଜୁଳି ଘଡ଼ଘଡ଼ିରୁ ସୁରକ୍ଷା ସହ ମ୍ୟାଲେରିଆ ଡେଙ୍ଗୁ ରୁ କିଭଳି ନିଜକୁ ସୁରକ୍ଷିତ ରଖିବା, ଆଖି ଧରା ରୁ କିଭଳି ବଞ୍ଚିବା, ସାପ ବିଛା କିମ୍ବା ବିଷାକ୍ତ କୀଟ କାମୁଡ଼ିଲେ ଆଶୁ ଚିକିତ୍ସା କିଭଳି ନେବା ସହ କେମିତି ଜୀବନ ରକ୍ଷା କରିବା ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା କରିଥିଲେ।

ଏହା ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବ୍ଲେଡ୍ କିମ୍ଵା ଛୁରୀ ଭଳି ଧାରୁଆ ଜିନିଷ ରୁ ଦୂରେଇ ରହିବା, ବଜ୍ରପାତ ବେଳେ କେମିତି ନିରାପଦ ରହିବା, ବର୍ଷା ଦିନେ ହେଉଥିବା ରୋଗ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେଇ ବୁଝାଇଥିଲେ। ବରିଷ୍ଠ ସମାଜସେବୀ ଶ୍ରୀ ସୁଧୀର ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Related posts

RIKKS defeat attributed to non-cooperation of Steel Ministry

Editor

Suravi 2021 Program held at Kotpad block

Editor

Odisha: Primary Schools To Reopen Post Diwali

Editor

18 comments

Leave a Comment

WhatsApp chat