Odisha

କେନ୍ଦ୍ର ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ କୋଟପାଡ଼ ଅଞ୍ଚଳ ବାସୀଙ୍କୁ ଦେଇଥିବା ପ୍ରତିଶୃତି ରଖିଲେ

କୋଟପାଡ଼ : କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ କୋଟପାଡ଼ ଅଞ୍ଚଳ ବାସୀଙ୍କୁ ଦେଇଥିବା ପ୍ରତିଶୃତି ରଖିଲେ,କୋଟପାଡ଼ର ଗଙ୍ଗା ରୂପେ ପରିଚିତ ଦମୟନ୍ତୀ ସାଗର ବହୁତ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଥିଲା ,କୋଟପାଡ଼ ଅଞ୍ଚଳ ବାସୀ ବହୁ ବାର ରାଜ୍ୟ ସରକାରଙ୍କୁ ସମସ୍ୟା ଜଣାଇବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଧୂଆଁ ବାଣ ସଦୃଶ୍ୟ ଥିଲା ।

କୋଟପାଡ଼ ଅଞ୍ଚଳ ବାସୀଙ୍କ ମୁଖ୍ୟ ଦାବି ଯାହା କି ଦମୟନ୍ତୀ ସାଗରର ପୁନଃରୁଦ୍ଧାର ହୋଇ ପାରୁନଥିଲା କିନ୍ତୁ ଗତ ଜୁଲାଇ ୫ ତାରିଖ ଢାମଣାହାଣ୍ଡି ସ୍ଥିତ ଏକଲବ୍ୟ ବିଦ୍ୟାଳୟ ର ଉଦ୍ଘାଟନ ପରେ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବିଜେପି କର୍ମୀ ଙ୍କ ଅନୁରୋଧ ରକ୍ଷା କରି ଦମୟନ୍ତୀ ସାଗର ପରିଦର୍ଶନ କରିଥିଲେ ଏବଂ ଦମୟନ୍ତୀ ସାଗରର ସମସ୍ୟା ଜଣାଇଥିଲେ । ୨ ଦିନ ମଧ୍ୟରେ ତାହାର ସମାଧାନ ବିଷୟରେ ଆଲୋଚନା କରିବା ସହ ଅଗ୍ରଗତି ବର୍ଷା ଦିନ ପରେ ପରେ ଏହାର ପୁନରୁଦ୍ଧାର କାର୍ୟ୍ଯ ଆରମ୍ଭ କରାଯିବ କହିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ।

ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ଗସ୍ତ ର ୨ ଦିନ ବିତିଯାଇଥିବା ବେଳେ ଆଜି ପହଂଚିଥିଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ । ବେଙ୍ଗାଲୁରୁ ଏବଂ ଅଯୋଧ୍ୟା ର ସରେଉ ନଦୀ ପୁନରୁଦ୍ଧାର କରିଥିବା ବରିଷ୍ଠ ଜଳ ସଂରକ୍ଷଣ ବିତ ମାଲିଗାଭିଡ଼ ଆନନ୍ଦ ଏବଂ ତାଙ୍କ ଜଣେ ସହଯୋଗୀ ରାମ ମନୋହର କୋଟପାଡ଼ ପହଂଚି କୋଟପାଡ଼ର ଗଙ୍ଗା ରୂପେ ବିବେଚିତ ଦମୟନ୍ତୀ ସାଗର ପରିଦର୍ଶନ କରିଥିଲେ ଏବଂ ଅକ୍ଟୋବର ସୁଦ୍ଧା ଏହାର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀ ଙ୍କ ଗସ୍ତ ପରେ କାର୍ଯ୍ୟାନୁଷ୍ଠାନ କୁ ସାଧାରଣ ରେ ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାର ଙ୍କ ଅମୃତ ସରୋବର ନା ରାଜ୍ୟ ସରକାର ଙ୍କ ଆମ ପୋଖରୀ ଯୋଜନାରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଆଗାମୀ ଦିନ ରେ ଦେଖିବାର ବାକି ରହିଲା ।

ଆଜି ଦମୟନ୍ତୀ ସାଗର ପରିଦର୍ଶନ ସମୟ ରେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ଖରା ଙ୍କ ସହ କୋରାପୁଟ ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱସ୍ତିକ ଜମାଦାର,ଜୟପୁର ର ନିର୍ବାହୀ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ,ଅଧ୍ୟକ୍ଷ ଶ୍ରୀ ଏମ. ଶଙ୍କର ରାଓ, ଏନ.ଏ.ସି ର କନିଷ୍ଠ ଯନ୍ତ୍ରୀ ଶ୍ରୀ ସୁଧୀର ନନ୍ଦି ଏବଂ ଶ୍ରୀ ଏ. ରାଜେଶ ଦାସ, ସି.ଓ ଗୌତମି ପଟ୍ଟନାୟକ, ସି.ଏମ.ଏମ ସନ୍ତୋଷ କୁମାର ମହାନ୍ତି ଙ୍କ ସହ ବିଜେପି ନଗର ଅଧ୍ୟକ୍ଷ ଶ୍ରୀ ସୁନୀଲ ତ୍ରିପାଠୀ, ରୁପୁ ଭତରା,ରାଜ ମହାନ୍ତି, ଗୌର ରଥ,ମଧୁସୂଦନ ମାଝୀ, ମହମ୍ମଦ କାସମ ଉପସ୍ଥିତ ରହି ଆଲୋଚନା କରିଥିଲେ ।

Related posts

ଦୁର୍ନୀତିର ଗନ୍ତାଘର ପାଲଟିଛି କୋଟପାଡ଼ ଏନଏସି କାର୍ଯ୍ୟାଳୟ

Editor

Every life is precious : Odisha Govt

Editor

Two cases of omicron reported in Odisha

Editor

4 comments

Leave a Comment

WhatsApp chat