Education Odisha

OSSSC : ୨୭୧୨ଟି ପଦ ପାଇଁ ଜାରି ହେଲା ବିଜ୍ଞପ୍ତି, ୨୬ରୁ ଆବେଦନ ଆରମ୍ଭ

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ଆସିଛି ଏକ ବଡ଼ ସୁଯୋଗ ନିଯୁକ୍ତି । ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏହା ଏକ ବଢ଼ିଆ ସୁଯୋଗ । ମୋଟ ୨୭୧୨ଟି ପଦ ପୂରଣ ପାଇଁ ବିଜ୍ଞାପନ ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମିଳିତ ନିଯୁକ୍ତି ପରୀକ୍ଷା- ୨୦୨୩ (୨) ପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଆସନ୍ତା ୨୬ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରି୍ରୟା ଆରମ୍ଭ ହୋଇ ଆସନ୍ତା ମାସ ୨୦ ତାରିଖରେ ସମାପ୍ତ ହେବ । ସେହିପରି ଆସନ୍ତା ୨୬ରୁ ଆସନ୍ତା ମାସ ୨୫ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ସବମିସନ କରିପାରିବେ ।

ପ୍ରତ୍ୟେକ ଜିଲ୍ଲା / ସର୍କଲ / ଡିଭିଜନ / କାଟେଗୋରୀ ଅନୁସାରେ ଖାଲିଥିବା ପଦ ସଂଖ୍ୟା, ବେତନ ହାର, ବୟସ ଓ ଅନ୍ୟ ସର୍ତ୍ତାବଳୀ ବିଷୟରେ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ । ପ୍ରାର୍ଥୀଙ୍କୁ ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଆଦି ପଦରେ ନିଯୁକ୍ତି ଦିଆଯିବ । ଖାଲି ଥିବା ପଦ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ । ପ୍ରତ୍ୟେକ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

https://www.osssc.gov.in/Public/OSSSC/Default.aspx

https://www.osssc.gov.in/Docs/CRE-2023-Detail_adv-762.PDF

Related posts

Vice President of India to Launch Khadi India Quiz Contest today

Editor

କୋଟପାଡ଼ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ଵାରା ତିନି ଦଫା ଦାବି

Editor

You Are Just An Anganwadi Worker, how You Insult to MLA : Raghuram Padal

Editor

12 comments

Leave a Comment

WhatsApp chat