Business Crime Odisha Other State Politics

ଅନିର୍ଦ୍ଧିଷ୍ଟ ବିଦ୍ୟତୁ କାଟ ଓ ଲୋ ଭୋଲ୍ଟେଜ ରେ ଅତିଷ୍ଠ ହୋଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପହଞ୍ଚିଲେ ଉପୋଭୋକ୍ତା

କୋଟପାଡ଼ : ପ୍ରତିଦିନ ବାରମ୍ବାର ବିଦ୍ୟୁତ କାଟ, ତଥା କମ୍ ଭୋଲଟେଜ ର ଶିକାର ହେଉଛନ୍ତି କୋଟପାଡ଼ ଅଞ୍ଚଳବାସୀ । କିଛି ବର୍ଷରୁ ଓଡ଼ିଶା ଦକ୍ଷିଣାଞ୍ଚଳ ବିଦ୍ୟୁତ ବିଭାଗ ବେସରକାରୀ ସଂସ୍ଥା ହାତକୁ ବିଦ୍ୟୁତ ଯୋଗାଣ ଠାରୁ ଆରମ୍ଭ କରି ବିଲ୍ ପୋଇଠ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟଭାର ବିତରଣ କରିଛନ୍ତି । ଏଥି ସହ ନୂତନ ସଂଯୋଗ ତଥା କୌଣସି ବୈଦ୍ୟୁତିକ ତ୍ରୁଟି ସୁଧାରିବା ପାଇ ମଧ୍ୟ ଠିକା କର୍ମଚାରୀ ଙ୍କୁ ନିଯୁକ୍ତି ମିଳିଛି । କୋଟପାଡ ଅଞ୍ଚଳ ରେ ମଧ୍ୟ ସମାନ ବ୍ୟବସ୍ଥା ବେସରକାରୀ ସଂସ୍ଥା ଓ ଠିକା ବ୍ୟବସ୍ଥା ଦେଖିବାକୁ ମିଳୁଚି ।କିନ୍ତ୍ପ୍ର ପ୍ରଥମେ କୋଟପାଡ଼ବାସି ଙ୍କ ମନ ରେ ଆଶାର କିରଣ ଭଳି ପରିଲକ୍ଷିତ ହେଉଥିବା ବିଦ୍ୟୁତ ବିଭାଗ ର ନୂତନ ବ୍ୟବସ୍ଥା ଆଜି ଗ୍ରାହକ ଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧି ବୋଝୋ ଉପୋରେ ଲଳିତା ବିଡା ସାଜିଛି ।

ଗତ କିଛି ଦିନ ଠାରୁ ବାରମ୍ବାର ଅନିର୍ଦ୍ଧିଷ୍ଟ ବିଦ୍ୟୁତ କାଟ ଓ କମ୍ ଭଲ୍ଟେଜ ର ସ୍ଥାୟୀ ସମାଧାନ ହେଉ ନଥିବା ରୁ ଆଜି କୋଟପାଡ଼ ଅଞ୍ଚଳ ବିଦ୍ୟୁତ ଉପୋଭକ୍ତା ଶ୍ରୀ ବିନାୟକ ଆଚାର୍ଯ୍ୟ, ରାଜ ମହାନ୍ତି,କିରଣ ପଟ୍ଟନାୟକ,ପ୍ରଦୀପ ରଥ,ସଙ୍ଗମ ମିଶ୍ର, ରୁପୁ ଭତରା,ଦିଲୀପ ଦାସ,ବିଶ୍ଵ ତ୍ରିପାଠୀ ପ୍ରମୁଖ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପହଞ୍ଚିଥିଲେ । ବିଦ୍ୟୁତ ଶୁଳ୍କ ଠିକ୍ ସମୟ ରେ ପୋଇଠ ନ କଲେ ଗ୍ରାହକ ଙ୍କ ଘର ସାମ୍ନା ରେ ବିଭାଗ ର କର୍ମଚାୀମାନେ ତୁରନ୍ତ ପୋହଞ୍ଚି ଯାଉଥିବା ବେଳେ ଉତ୍ତମ ସେବା କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ବିନାୟକ ଆଚାର୍ଯ୍ୟ । କୋଟପାଡ଼ ଅଞ୍ଚଳ ରେ କୌଣସି JE ଦାୟିତ୍ଵ ଗ୍ରହଣ ନ କରିଥିବା ତଥା ଏତେ କର୍ମଚାରୀ ଥାଇ ମଧ୍ୟ ଜୟପୁର ଠାରୁ କର୍ମଚାରୀ ଆସି ଯାନ୍ତ୍ରିକ ତ୍ରୁଟି ସଜାଡ଼ିବା ସକାଶେ ଅପେକ୍ଷା ରେ ଥିବା ଦେଖି ଏହା ଦୁର୍ଭାଗ୍ୟଜନକ ତଥା ଆଶ୍ଚର୍ଯୟଜନକ ବୋଲି କୋହିଥିଲେ ପ୍ରଦୀପ ରଥ ।

ତୁରନ୍ତ ବିଭାଗୀୟ ଅଧିକାରୀ ଙ୍କୁ ସ୍ଥାୟୀ ସମାଧାନ ସହ JE ଓ ଉଚିତ୍ କର୍ମଚାରୀ ଚୟନ କରି କୋଟପାଡ଼ ଅଞ୍ଚଳ କୁ ପୋଠାଯାଉ ଏବଂ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ୍ ଭୋଳି ଅବ୍ୟବସ୍ଥା ଆଗାମୀ ଦିନ ରେ ହେଲେ ଏହା ଜନ ଆନ୍ଦୋଳରେ ପରିଣତ ହେବ ବୋଲି ଚେତାବନୀ ଦେଇଛନ୍ତି ସମସ୍ତ ବିଦ୍ୟୁତ ଉପୋଭକ୍ତା । ଆଗାମୀ ଦିନ ରେ ଯଦି ସ୍ଥାୟୀ ସମାଧାନ ତଥା ବିଭାଗୀୟ ଅଧକାରୀ ନିଯୁକ୍ତ ନ ହୁଅନ୍ତି ତାହେଲେ ବିଭାଗ ହିଁ ଜନନ୍ଦୋଲନ ସକାଶେ ଦାଇ ରହିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ରାଜ ମହାନ୍ତି ।

Related posts

କୋରାପୁଟ ଜିଲ୍ଲା ବିଜେପି ଯୁବ ସଭାପତି ହେଲେ ବିଶ୍ୱ ତ୍ରିପାଠୀ

Editor

Recognition of Prior Learning Certificate Distribution by CSC Jhirpani

Editor

ଚୁକ୍ତିଭିତ୍ତିକ ଉଚ୍ଛେଦ ସକାଶେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ ସଂଘ

Editor

5 comments

Leave a Comment

WhatsApp chat