Business Crime National Odisha Politics

ବିଶ୍ଵ ହିନ୍ଦୁ ପରିଷଦ ର ୧୨ ଘଣ୍ଟିଆ ବନ୍ଦ ଡାକରା କୋଟପାଡ଼ ରେ ପୂର୍ଣ୍ଣ ମାତ୍ରାରେ ସଫଳ

କୋଟପାଡ: କୋଟପାଡ ସହରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା କୁ ସମ୍ପୁର୍ଣ୍ଣ ସମର୍ଥନ ଜଣାଇଥିଲେ କୋଟପାଡ଼ ବାସୀ । ଗତ ୧୨ ତାରିଖ ରେ ସମ୍ବଲପୁର ରେ ଶ୍ରୀ ହନୁମାନ ଜନ୍ମୋତ୍ସହବ ଶୋଭାଯାତ୍ରା ଚାଲିଥିବା ସମୟରେ ହୋଇଥିଲା ପଥର ମାଡ଼ ହିଂସାକାଣ୍ଡ ଓ ୧୪ ଏପ୍ରିଲ ରେ ପ୍ରଶାସନ ର ସୁରକ୍ଷା ବଳୟ ଥିବା ସତ୍ତ୍ୱେ ହୋଇଥିଲା ଏକ ହତ୍ୟାକାଣ୍ଡ କିନ୍ତୁ ଏବେ ସୁଦ୍ଧା ଦୋଷୀ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ପ୍ରତିବାଦ ରେ ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମପ୍ରାନ୍ତ ଦ୍ୱାରା ଗତକାଲି ୧୯ ଏପ୍ରିଲ ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଉକ୍ତ ବନ୍ଦ ଡାକରା କୁ ସମର୍ଥନ ସକାଶେ କୋଟପାଡ଼ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା କୋଟପାଡ ଅଟ ଚାଳକ ସଂଘ,ବସ ଚାଳକ ସଂଘ , ଟେକ୍ସି ଚାଳକ ସଂଘ ,ବାଣିଜ୍ୟ ସଂଘ ଏବଂ ସ୍ବେଚ୍ଛାସେବୀ ସଂସ୍ଥା ଙ୍କୁ ସମର୍ଥନ ସକାଶେ ଅନୁରୋଧ କରାଯାଇଥିଲା । କୋଟପାଡ଼ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସ୍ଵତ ପ୍ରବୃତ୍ତ ଭାବରେ ସକାଳ ୬ ଘଣ୍ଟା ରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା କୁ ସମର୍ଥନ ଜଣାଇଥିଲେ ଏଥିସହ ସମ୍ପୂର୍ଣ୍ଣ ରୂପେ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରଖିଥିଲେ ।

ହିନ୍ଦୁ ଙ୍କୁ ନ୍ୟାୟିକ ଦାବି ସକାଶେ ଉକ୍ତ ବନ୍ଦ ଡାକରା କୁ ବିଜେପି ସମର୍ଥନ ଜଣାଇଥିବା ସୁଚନା ଦେଇଛନ୍ତି ବିଜେପି ଜିଲ୍ଲା ସମ୍ପାଦକ ଶ୍ରୀ ରାମେଶ୍ୱର ଜେନା । କୋଟପାଡ଼ ଅଂଚଳ ର ସମସ୍ତ ସ୍କୁଲ ,କଲେଜ ଓ କାର୍ଯ୍ୟାଳୟ ପ୍ରଭୂତି ବନ୍ଦ ଥିବା ଲକ୍ଷକରାଯାଇଥିଲା । ବିଶ୍ଵ ହିନ୍ଦୁ ପରିଷଦ ର ବନ୍ଦ ଡାକରା କୁ ସମର୍ଥନ ଜଣାଇବା ସହ ବନ୍ଦ ପାଳନ ସମୟ ରେ ବାହାରୁ ଆସିଥିବା ଟ୍ରକ ଏବଂ ଯାତ୍ରୀ ଙ୍କ ସକାଶେ ଭୋଜନ ସହ ପାନୀୟ ଜଳ ବ୍ୟବସ୍ଥା କରିଥିଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତା ।

ଗଣ୍ଡଗୋଳ ଆଶଙ୍କାରେ ପୋଲିସ ପ୍ରଶାସନ ଦ୍ୱାରା ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ସପୂର୍ଣ ସହର ରେ ଶାନ୍ତିଶୃଙ୍ଖଳା ସକାଶେ ପୋଲିସ ମୁତୟନ ହୋଇଥିଲେ ।

Related posts

Again Proud moment for Kotpad made by pinki Harijan

Editor

About 18.17 Lakh farmers have been benefitted with MSP value of Rs. 57,032.03 crore in KMS 2021-22

Editor

Two cases of omicron reported in Odisha

Editor

1 comment

Leave a Comment

WhatsApp chat