National Odisha Politics

କୋଟପାଡ଼ ବିଜେପି ଦ୍ଵାରା ସେବା ପକ୍ଷ ପାଳିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୨ ତମ ଜନ୍ମ ଉତ୍ସବ ଉପଲଷେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବା ପକ୍ଷ କାର୍ଯ୍ୟକ୍ରମ ସାରା ଦେଶ ରେ ପାଳନ କରାଯାଉଥିବା ଦେଖିବା କୁ ମିଳୁଛି ।ଉକ୍ତ ସେବା ପକ୍ଷ ଅନୁଯାଇ ବିଜେପି ଅଧ୍ୟକ୍ଷ ଶ୍ରୀ ଯେ.ପି ନାଡ଼ା ଙ୍କ ଆବାହନ କ୍ରମେ ଗତକାଲି ସଖାଳୁ ବିଜେପି କୋଟପାଡ଼ ନଗର କାର୍ଯ୍ୟାଳୟ ରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା ।

ଏହାପରେ ଦିନ ୧୧ ଘଣ୍ଟା ସମୟ ରେ ସମସ୍ତ କାର୍ଯ୍ୟକର୍ତା ଏକତ୍ର ହୋଇ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ “ମନ କି ବାତ ” ଶୁଣିଥିଲେ ।

ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଉତ୍ସବ କୁ ସେବା ପକ୍ଷ ଭାବରେ ପାଳନ କରିବା ଅବସର ରେ ସଫାଇ ଅଭିଯାନ ସ୍ଥାନୀୟ ଦଶହରା ପଡିଆ ଠାରେ ଆରମ୍ଭ କରାଗଲା ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ରାମେଶ୍ୱର ଜେନା,ଜିଲ୍ଲା ସ୍ଥାୟୀ ସଦସ୍ୟ ସୁନୀଲ ଦାସ, ନଗର ଉପସଭାପତି ବିକାଶ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ବିଶ୍ୱ ତ୍ରିପାଠୀ ଓ ଅନ୍ୟ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସକାଶେ ଓଡ଼ିଶା ପାଇଁ ୭ ହଜାର କୋଟି ଟଙ୍କା ବ୍ୟୟବରାଦ ଘୋଷୋଣା କଲେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରୀରାଜ ସିଂ

Editor

OSRTC suspends bus services in Odisha’s Rayagada, Koraput and other districts

Editor

J B Mohapatra appointed CBDT chairman

Editor

Leave a Comment

WhatsApp chat