Health

ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ

ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ପ୍ରଥମ ଓଡିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି ଦିଲୀପ । ହକି ଇଣ୍ଡିଆର ସଭାପତି ପଦ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ତେବେ ନିର୍ଦ୍ୱନ୍ଦ୍ୱରେ ସେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି । ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ଏନେଇ ଘୋଷଣା ପରେ ଏଫଆଇଏଚକୁ ଧନ୍ୟବାଦ ଜଣାଇଛନ୍ତି ଦିଲୀପ ।

ଦିଲୀପ ତିର୍କୀ ଦୀର୍ଘ ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ଦେଶ ପାଇଁ ୪୧୨ଟି ମ୍ୟାଚ୍ ଖେଳିଛନ୍ତି । ସେ ଭାରତୀୟ ହକି ଟିମ୍‌ର ଅଧିନାୟକ ମଧ୍ୟ ରହିଥିଲେ । ୧୯୯୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଦିଲୀପ । ସେ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଦିଲୀପ ତିନୋଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ୨୦୧୦ରେ ଅନ୍ତଜାର୍ତୀୟ ହକିରୁ ଅବସର ନେବା ପରେ ୨୦୧୨ରେ ସେ ବିଜୁ ଜନତା ଦଳ ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ

Related posts

Odisha reports 428 new COVID19 cases in the last 24 hours

Editor

Every life is precious : Odisha Govt

Editor

Ayurveda has the potential to address the nutrition requirement of the Nation: Smriti Zubin Irani

Editor

Leave a Comment

WhatsApp chat