Business Education National Odisha Other State Politics

କୋଟପାଡ଼ ଠାରେ ଜାତୀୟ ରାଜପଥ ୬୩ ର ମାର୍ଗ ପରିବର୍ତ୍ତନ ସକାଶେ ଦାବି

କୋଟପାଡ଼ : କୋଟପାଡ଼ ଦେଇ ଜାତୀୟ ରାଜପଥ ସମ୍ପ୍ରସାରଣ ସକାଶେ ଦାବି ହୋଇ ଆସୁଥିବା ବେଳେ କେନ୍ଦ୍ର ସରକାର ଙ୍କ ଅଧିକାରୀ ଙ୍କ ଉପସ୍ଥିତିରେ ୨୦୧୮ ମସିହା ରେ ଗ୍ରାମସଭା କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ରେ ହୋଇଥିଲା । ସେ ସମୟ ର ସାଂସଦ ବଳଭଦ୍ର ମାଝୀ, ବିଧାୟକ ଚନ୍ଦ୍ର ଶେଖର ମାଝୀ ଓ ଜିଲ୍ଲା ପରିଷଦ ଏବଂ ଅନ୍ୟନ୍ୟ କୋଟପାଡ଼ ର ନାଗରିକ ଙ୍କ ଉପସ୍ଥିତି ରେ ଗ୍ରାମସଭା ବୈଠକ ଟି ହୋଇଥିଲା । ଉକ୍ତ ବୈଠକରେ ସମସ୍ତ ଉପସ୍ଥିତ ନାଗରିକ ଏକ ସ୍ୱର ରେ ସମର୍ଥନ ଜଣାଇଥିଲେ ପ୍ରଥମ ମାନଚିତ୍ର କୁ ଯାହାକି ବାଟକୁହୁଡି ଗ୍ରାମ ଠାରୁ ବମାନଦେଇ ପର୍ଯ୍ୟନ୍ତ ୫ କିମି ବିଶିଷ୍ଟ । ଏହା ଦ୍ୱାରା ସହର ର ବିକାଶ ଏବଂ ଅନ୍ୟାନ୍ୟ ସୁବିଧା ର ଲାଭ ଅଂଚଳ ବାସୀ ଙ୍କୁ ମିଳିପାରିବ ବୋଲି ଗ୍ରାମସଭା ରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କୋଟପାଡ଼ ନାଗରିକ । ପ୍ରଥମ ମାନଚିତ୍ରର ଯୋଜନା କୁ ସମର୍ଥନ ଜଣାଇଥିବା ସହ କୋଟପାଡ଼ ବାସୀ ଗ୍ରାମସଭା ସମର୍ଥନ ହସ୍ତାକ୍ଷର କରିଥିଲେ କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ସରକାରୀ ସ୍ଥର ରେ ତୃତୀୟ ମାନଚିତ୍ର ଯୋଜନା ଯାହାକି ଡଙ୍ଗରି ଠାରୁ ମିରିଗୁଡା ୧୪ କିମି କିପରି ପାରିତ ହେଲା ବୋଲି ସାଧାରଣ ରେ ଏବେ ପ୍ରଶ୍ନ ଉଠିଛି ।

୨୦୨୧ ମସିହା ରେ ଏକ ସର୍ବଦଳୀୟ ବୈଠକ ଶ୍ରୀ ମଣି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବସିଥିଲେ ଓ ଉଚସ୍ତ ପଦାଧିକାରୀ ଙ୍କୁ ଉକ୍ତ ବିଷୟ ରେ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରୀ ଅଧିକାରୀଙ୍କୁ ପୁଣି ଥରେ ତଦନ୍ତ ନିର୍ଦ୍ଧେଶ ଦିଆଯାଇଥିବା ସତ୍ତ୍ୱେ କୌଣସି ଅଧିକାରୀ କୋଟପାଡ ଆସି ନଥିବା ଅଭିଯୋଗ ହୋଇଛି ।

ଗତ କାଲି କୋଟପାଡ଼ ନାଗରିକ ଙ୍କ ଦାବି ପତ୍ର ପୁଣି ଥରେ ବିଚାର କୁ ନେବା ସକାଶେ ଶ୍ରୀ ଭୃଗୁ ବକ୍ସି ପାତ୍ର, ଶ୍ରୀ ସୁନୀଲ ଦାସ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ଶ୍ରୀ ସତ୍ୟବ୍ରତ ସାହୁ ଙ୍କୁ ପୂର୍ବ ରୁ ଦିଆଯାଇଥିବା ସମସ୍ତ ନଥିପତ୍ର ଓ ବିବରଣୀ ପ୍ରଦାନ କରି ଉକ୍ତ ବିଷୟ ରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ପୂର୍ବ ରୁ କୋଟପାଡ ରେଳ ଷ୍ଟେସନ ୧୩କିମି ଦୂର ରେ ହୋଇଥିବା ରୁ କୋଟପାଡ଼ ଅଞ୍ଚଳବାସୀ ଙ୍କୁ କୌଣସି ଲାଭ ହୋଉ ନଥିବା ଯୋଗୁଁ ଏବେ ପୁଣି ଜାତୀୟ ରାଜପଥ ଛଡାଇ ନେଇ କୋଟପାଡ଼ ଅଞ୍ଚଳ ର ଭବିଷ୍ୟତ କୁ ଛଡାଇ ନେବାର ଷଡଯନ୍ତ୍ର କୁ ସଫଳ କରିବା ପାଇଁ ଦିଆଯିବ ନାହିଁ ଏବଂ ଯଦି ଦାବି ପୂରଣ ନ ହୁଏ ତାହେଲେ ଏହା ଅନ୍ଦୋନାତ୍ମକ ରୂପ ନେବ ବୋଲି କୋହିଛନ୍ତି କୋଟପାଡ଼ ବାସୀ ।

Related posts

Top 10 Banks Offering Highest Interest Rates On Recurring Deposits Up To 8.00%

Editor

J B Mohapatra appointed CBDT chairman

Editor

when will Durua got Tribal status?

Editor

Leave a Comment

WhatsApp chat