Education National Odisha

କୋଟପାଡ଼ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ

କୋଟପାଡ଼ : କୋଟପାଡ଼ ଅଗ୍ନିଶମ ବାହିନୀଙ୍କ ଦ୍ବାରା ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ । ୧୯୪୪ ମସିହାରେ ଏପ୍ରିଲ ୧୪ରେ ମୁମ୍ବାଇର ଭିକ୍ଟୋରିଆ ଡୋକସିପ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୬୬ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ସେହି ଦିନକୁ ମନେ ରଖିବା ସହ ମୃତ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରତ୍ୟେକ ବର୍ଷ ଏପ୍ରିଲ ୧୪ ତାରିଖକୁ ଅଗ୍ନିସେବା ସଂସ୍ଥା ଦ୍ଵାରା ସାରା ଦେଶରେ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଥାଏ। ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଅଗ୍ନୀ କାଣ୍ଡ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରାଯାଇଥିଲା। କୈାଣସି ସ୍ଥାନରେ ହଠାତ୍ ଅଗ୍ନିକାଣ୍ଡ ଘଟିଲେ ପ୍ରଥମେ କିଭଳି ନିଆଁକୁ ଆୟତ୍ତ କରାଯାଇପାରିବ, ରୋଷେଇ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କିଭଳି ନିଜକୁ ସୁରକ୍ଷିତ ରଖିବା ସହ ନିଆଁକୁ ଆୟତ୍ତ କରାଯାଇପାରିବ, ନଦୀରେ ବୁଡ଼ି ଯାଇଥିବା ଲୋକଙ୍କୁ କିଭଳି ଉଦ୍ଧାର କରାଯିବ, ଗଛ ପଡ଼ିଗଲେ କାଟିବା ଶୈଳୀ, ନିଆଁ ଲାଗିଲେ ପ୍ରଥମେ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେବା ଭଳି ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରାଯାଇଥିଲା।

Related posts

କୋଟପାଡ଼ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ୭୯ତମ ଶିକ୍ଷକ ସଂଘ ପ୍ରତିଷ୍ଠା ଦିବସ ପାଳିତ

Editor

Nearly 11.57 Lakh farmers benefitted through paddy procurement in KMS 2021-22

Editor

Ministry of Health and Family Welfare COVID-19 UPDATE As on 16th Aug Morning 10 AM

Editor

3 comments

Leave a Comment

WhatsApp chat