Education Guest Column

ଉଦ୍ୟାନକୃଷି ବ୍ରହ୍ମକମଳ

   ଆଜି ବନ୍ଧୁମାନଙ୍କୁ ଏକ ଦୁର୍ଲଭ ଓ ଦିବ୍ୟ ପୁଷ୍ପ ବିଷୟରେ ଅବଗତ କରାଇବି ଯାହାର ନାମ 'ବ୍ରହ୍ମକମଳ' । ଏହାର ବୈଜ୍ଞାନିକ ନାମ Saussurea obvallata। ସ୍ୱୀଡେନର ପ୍ରସିଦ୍ଧ ଉଦ୍ଭିଦବିଜ୍ଞାନୀ ସେସୋରିଆ ଏହାକୁ ଆବିଷ୍କାର କରିଥିବାରୁ ଏପରି ନାମକରଣ କରାଯାଇଛି। ସମୁଦାୟ ୨୧୦ ପ୍ରଜାତି ମଧ୍ୟରୁ କେବଳ ଆମଦେଶରେ  ଏହାର ୨୪ ପ୍ରଜାତି ଦେଖାଯାଏ । ଉତ୍ତରାଖଣ୍ଡ ରାଜ୍ୟର ଏହା ଜାତୀୟ ଫୁଲ ଅଟେ। ଏହି ଦୁର୍ଲଭ ପୁଷ୍ପର ମୂଳ ଉତ୍ପତ୍ତିସ୍ଥଳ ହିମାଳୟର ତରାଇ ଅଞ୍ଚଳ ହୋଇଥିଲେହେଁ ପରବର୍ତ୍ତୀ ସମୟରେ ଚାଇନାର ଦକ୍ଷିଣପୂର୍ବ ଅଞ୍ଚଳ, ନେପାଳ, ଭୁଟାନ, ମିଆଁମାର ପାକିସ୍ତାନ ଓ ପାଶ୍ଚାତ୍ୟ ଦେଶମାନଙ୍କୁ ବ୍ୟାପିଥିଲା ।

    ଉତ୍ତରାଖଣ୍ଡକୁ ବାଦଦେଲେ ଏହା ଅରୁଣାଞ୍ଚଳ ପ୍ରଦେଶ, ସିକିମ,  ହିମାଚଳପ୍ରଦେଶ ଓ କାଶ୍ମୀରରେ ବହୁଳ ପରିମାଣରେ ଦେଖିବାକୁ ମିଳିଥାଏ । ହିମାଚଳ ପ୍ରଦେଶ ଏହି ଫୁଲକୁ ଦୁଗ୍ଧପୁଷ୍ପ ,ଉତ୍ତରାଖଣ୍ଡରେ ଏହାକୁ କୋଳପଦ୍ମ ,କାଶ୍ମୀରରେ ଗଲଗଲ୍, ଓ ଉତ୍ତର ପଶ୍ଚିମାଞ୍ଚଳରେ ଏହାକୁ  ବର୍ଗନଡଟୋଗେସ କୁହାଯାଏ । ପାଶ୍ଚାତ୍ୟଦେଶ ମାନଙ୍କରେ ଏହି ଫୁଲକୁ Queen of night, lady of night ବା  blooming cereus ମଧ୍ୟ କୁହାଯାଏ ।*kart

    ଏହି ଫୁଲର ବିଶେଷତ୍ୱ ଏହା କେବଳ ବର୍ଷରେ ଜୁଲାଇ ରୁ ସେପ୍ଟେମ୍ବର ମାସରେ ଥରେମାତ୍ର  ମଧ୍ୟରାତ୍ରି ରେ ଫୁଟିଥାଏ ତେବେ ପ୍ରଜାତିଭେଦରେ, ଏହାର ଫୁଲ ଆସିବା ସମୟ ଭିନ୍ନ ଭିନ୍ନ ହୋଇଥାଏ । ଏହା କଢିରୁ ସଂପୂର୍ଣ୍ଣ ଫୁଟିବା ପାଇଁ ଦୁଇଘଣ୍ଟା ସମୟ ନେଇଥାଏ । ଅପରୂପ ତାରକାକୃତି ଫୁଲଟି ପ୍ରଷ୍ପୁଟିତ ହେବାମାତ୍ରେ ଏହାର ମହମହ ବାସ୍ନା ଚତୁର୍ଦ୍ଦିଗକୁ ବିଛୁରିତ ହୁଏ । ଏହାକୁ ଦେଖିବା ଅତ୍ୟନ୍ତ ଶୁଭ ମନାଯାଏ । ପ୍ରଷ୍ପୁଟିତ ପୁଷ୍ପକୁ ଦେଖି , କୌଣସି ମାନସିକ କଲେ ତାହା ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ତେବେ ଏହି ଫୁଲ ସୂର୍ଯ୍ୟୋଦୟ ପୂର୍ବରୁ ମଉଳି ଯାଇଥାଏ।

    ସନାତନ ଧର୍ମ ଓ ସଂସ୍କୃତି ସହିତ ଏହି ଫୁଲର ସଂପର୍କ ଅତି  ନିବିଡ଼ । ଆମର ବେଦ,ଓ ପୁରାଣଶାସ୍ତ୍ରରେ ଏହାର ବର୍ଣ୍ଣନା ରହିଛି। ପୁରାଣ ବର୍ଣ୍ଣନା ଅନୁସାରେ ଏହା ବ୍ରହ୍ମାଙ୍କ ନାମରି ନାମିତ । ସ୍ୱୟଂ ବ୍ରହ୍ମା ଏକ  ବିରାଟ ପଦ୍ମପୁଷ୍ପ ଉପରେ ଉପବେଶନ ପୂର୍ବକ ନିଜ ହସ୍ତରେ ଏକ କମଳପୁଷ୍ପ ଧାରଣ କରିଥାନ୍ତି । କୁହାଯାଏ ସୃଷ୍ଟିକର୍ତ୍ତା ବ୍ରହ୍ମା ପ୍ରଥମେ ଗୋଟିଏ ପୁଷ୍ପକୁ  ୩ ଭାଗ କରି ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ସୃଷ୍ଟି କରିଥିଲେ । ଏହା ପରେ ଦୁଇ ଭାଗକରି ସେ ନାରୀ ଓ ପୁରୁଷ ଉଭୟଙ୍କୁ ସୃଷ୍ଟି କରି ସେ ସୃଷ୍ଟି ସର୍ଜନା ଆରମ୍ଭ କରିଥିଲେ । ସ୍ୱୟଂ ପ୍ରଜାପିତା ବ୍ରହ୍ମାଙ୍କ ସୃଷ୍ଟି ଭଗବାନ ବିଷ୍ଣୁଙ୍କ ନାଭିକେନ୍ଦ୍ରରୁ ଏକ କମଳ ରୂପେ ହୋଇଥିଲା ବୋଲି କୁହାଯାଏ ।*kart*

    ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ  ଗଣେଶଙ୍କ ଶରୀରରେ ହସ୍ତୀମୁଣ୍ଡ ରୋପଣର ଠିକ ଅବ୍ୟବହିତ ପୂର୍ବରୁ  ମହାଦେବ ବ୍ରହ୍ମକମଳ ପୁଷ୍ପ  ସୃଷ୍ଟିକରି ସେଥିରେ ଜଳଦାନ ପୂର୍ବକ ଗଣେଶକୁ ଜୀବନ୍ୟାସ ଦେଇଥିଲେ ।ମହାଭାରତର ବନପର୍ବରେ ଉଲ୍ଲେଖ ଅଛି,ପାଣ୍ଡବମାନଙ୍କ ବନବାସ କାଳରେ ବଦ୍ରୀନାଥଧାମ ନିକଟରେ ଏକ ବ୍ରହ୍ମ କମଳ ଫୁଲକୁ ଦେଖି ଦୌପଦୀ ଆକୃଷ୍ଟ ହୋଇଥିଲେ ଓ ଏହାକୁ ଆଣିବା ପାଇଁ ଭୀମଙ୍କୁ ପଠାଇଥିଲେ । ତିନି କିଲୋମିଟର ଦୂରରେ ଥିବା  ଏହି ଫୁଲକୁ ଆଣିବାପାଇଁ ଯାଉଥିବା ବେଳେ ଭୀମ, ହନୁମାନଚ୍ଚଟି ନାମକ ଏକ ସ୍ଥାନରେ ହନୁମାନଙ୍କ ହାବୁଡ଼ରେ ପଡିଥିଲେ । ହନୁମାନ ପାଖରେ ନିଜର ଗର୍ବ, ଖର୍ବ ହେଲା ପରେ ସେ ନିଜ ଅଗ୍ରଜଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇ ବ୍ରହ୍ମକମଳ ଫୁଲ ନେଇ ଦୌର୍ପଦୀଙ୍କୁ ଦେଇଥିଲେ । ଏହାକୁ ସ୍ପର୍ଶ କରିବାମାତ୍ରେ ଦୌର୍ପଦୀଙ୍କ  କୁରୁସଭାରେ ଲାଞ୍ଛିତ ହେବାର ସମସ୍ତ ଗ୍ଲାନୀ ଦୂରୀଭୁତ ହୋଇଥିଲା ।

    ଏହି ଫୁଲ ଉତ୍ତରାଖଣ୍ଡ  ରାଜ୍ୟର ପିଣ୍ଡାରି, ଚିଫଲା ରୂପକୁଣ୍ଡ ,ହେମକୁଣ୍ଡ, ବଜ୍ରଗଙ୍ଗା ଓ କେଦାରଧାମ ନୀକଟବର୍ତ୍ତୀ ଅଞ୍ଚଳରେ ପ୍ରାକୃତିକ ଭାବେ ଫୁଟିଥାଏ ।ସାଧାରଣତଃ ପାର୍ବତ୍ୟ ଅଞ୍ଚଳରେ ୩୦୦୦ ରୁ ୪୮୦୦ ମିଟର ଉଚ୍ଚରେ ଫୁଲ ଗୁଡିକ ଫୁଟିଥାଏ । ଆମ ବାଡ଼ି ବଗିଚାରେ ଫୁଟୁଥିବା ବ୍ରହ୍ମକମଳ ଠାରୁ ଏହା ସଂପୂର୍ଣ୍ଣ ରୂପେ ଭିନ୍ନ ହୋଇଥାଏ ।   ପ୍ରାକୃତିକ ଭାବରେ ଫୁଟୁଥିବା ଏହି  ବିଶାଳାକୃତି ଫୁଲଟି ସର୍ବାଧିକ ୮ ଇଞ୍ଚ ଲମ୍ବର ବ୍ୟାସ ଓ ଓଜନ ୪୦୦ ଗ୍ରାମର ହୋଇଥାଏ ।  ଉତ୍ତରାଖଣ୍ଡର ପସିଦ୍ଧ ମେଳା ନନ୍ଦାଷ୍ଟମୀ ଯାତ୍ରାକୁ ଗଲାବେଳେ ପର୍ଯ୍ୟଟକ ମାନେ ଏହି ଦୁର୍ଲ୍ଲଭ ଫୁଲକୁ ହଜାର ହଜାର ସଂଖ୍ୟାରେ ଫୁଟିଥିବାର ଦେଖି ଆମୋଦିତ ହୁଅନ୍ତି । *kart

    ଆଗରୁ ଏହି ଫୁଲକୁ ଭକ୍ତମାନେ ଛିଡାଇ,ମା ନନ୍ଦାଦେବୀ, କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ, ଜମୁନେତ୍ରୀ ଓ ଅନ୍ୟାନ୍ୟ ଶୈବପୀଠ ମାନଙ୍କରେ ଅର୍ପଣ କରୁଥିଲେ। କେତେକ  ଏହାକୁ ଚୋରା ଚାଲାଣ କରି ଆର୍ଥିକ ଲାଭ ଉଠାଉଥିଲେ । ଏହା ଉପରେ ସରକାରଙ୍କ ଏବେ ଶକ୍ତ କଟକଣା ଲାଗିଛି।  ଏହା ସଂପୂର୍ଣ୍ଣ ଉତ୍ତରାଖଣ୍ଡ ସରକାରଙ୍କ ନିୟନ୍ତ୍ରଣରେ । ଏହି ଫୁଲରେ ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣଥିବାରୁ ଏହା ବର୍ତ୍ତମାନ ବ୍ୟବସାୟିକ ଭିତ୍ତିରେ ବହୁଳଭାବେ ଚାଷକରାଯାଉଛି।

    ଏହି ଦୁର୍ଲଭ ପୁଷ୍ପରେ ତିଆରି ଔଷଧ ବିଭିନ୍ନ ରୋଗରେ ବିଶେଷ ଫଳପ୍ରଦ ପ୍ରମାଣିତ ହୋଇଛି । ଏହାର ଚିକିତ୍ସା ଯକୃତରୋଗ, ଜ୍ୱର, ଶର୍ଦ୍ଦିକାଶ, କ୍ଷତ, ସ୍ନାୟୁଗତ ଦୁର୍ବଳତା, ରକ୍ତ ବିଶୋଧନ, ପ୍ଲେଗ, ଆଥ୍ରାଇଟିସ, ହୃଦରୋଗ  ଓ ଯୌନସ୍ୱାସ୍ଥ୍ୟ ବର୍ଦ୍ଧକ କ୍ଷେତ୍ରରେ ବ୍ୟବହାର କରାଯାଏ । ଏବେ ଏହି ଫୁଲ ଆଗଭଳି ଆଉ ଦୁଷ୍ପ୍ରାପ୍ୟ ହୋଇନାହିଁ । ଏବେ ଏହା ସବୁପ୍ରକାର ଜଳବାୟୁରେ, ବାଡିବଗିଚା ରେ ଉପଲବ୍ଧ । ବର୍ତ୍ତମାନ ଏହା ଏକ ଲୋକପ୍ରିୟ Indoor plant ଭାବରେ ପରିଚିତ ହୋଇଛି । ଏହାର ରକ୍ଷଣାବେକ୍ଷଣ ମଧ୍ୟ ଅତି ସହଜ । ସମାନ ପରିମାଣର ବାଲି, ମାଟି, ଓ କମ୍ପୋଷ୍ଟ ଖତର ମିଶ୍ରଣକୁ  କୁଣ୍ଡରେ ରଖି ନର୍ସେରୀରେ ଉପଲବ୍ଧ ହେଉଥିବା ଚାରାଗଛ ଆଣି ଲଗାଇହେବ । *kart

    ଏହାର ପତ୍ର ସଂଗ୍ରହକରି ମାଟିରେ ପୋତି ମଧ୍ୟ ଚାରା ପ୍ରସ୍ତୁତ କରାଯାଇ ପାରିବ । କ୍ୟାକଟସ୍ ପରିବାରର ଏହି ଫୁଲ ବିଶେଷ ଜଳ  ଆବଶ୍ୟକ କରିନଥାଏ । ସପ୍ତାହକୁ  ଦୁଇଥର ଜଳସେଚନ ଯଥେଷ୍ଟ । ଗଛ ମୂଳ ମାଟି ଶକ୍ତ ଓ ଶୁଖିଲା ଦିଶିଲେ କେବଳ ପାଣି ଆବଶ୍ୟକ କରିଥାଏ । ପତ୍ର ଉପରେ ପାଣି ନଦେଇ କେବଳ ଗଛମୂଳରେ ଦିଆଯାଏ । ଏହା ପ୍ରଖର ସୂର୍ଯ୍ୟ କିରଣକୁ ସହ୍ୟ କରିପାରିନଥାଏ । ସେଥିପାଇଁ ଖରା ଓ ଛାଇ ମିଶାମିଶି  ସ୍ଥାନରେ ଏହାକୁ ରଖାଯାଏ । ଏହି ଗଛପାଇଁ ରାସାୟନିକ ସାର ପ୍ରୟୋଗ ଅନାବଶ୍ୟକ

    ଏହା କେବଳ ପତ୍ରରୁ ପତ୍ର ବାହାରି କାଣ୍ଡ ସୃଷ୍ଟି ହୋଇଥାଏ । ଗଛର ଉଚ୍ଚତା ୭୦-୮୦ ସେଣ୍ଟିମିଟର ମିଟର ହୋଇଥାଏ । ଲଗାଇବାର ୩  ରୁ ୫ ବର୍ଷ ଭିତରେ ଫୁଲ ଆସିଥାଏ । ପ୍ରାକୃତିକ ଭାବରେ ଫୁଟୁଥିବା ଫୁଲଟି ସର୍ବାଧିକ ୮ ଇଞ୍ଚ ବ୍ୟାସ ଓ ଓଜନ ୪୦୦ ଗ୍ରାମର ହୋଇଥାଏ । ପ୍ରଜାତି ଭେଦରେ ଫୁଲର ରୂପ, ରଙ୍ଗ, ଆକୃତି ଓ ଫୁଟିବା ସମୟ ଭିନ୍ନ ଭିନ୍ନ ହୋଇଥାଏ । କେତେକ ବ୍ରହ୍ମକମଳ ସନ୍ଧ୍ୟାପରେ ଫୁଟୁଥିବା ବେଳେ ଆଉ କେତେକ ନିଶାର୍ଦ୍ଧରେ ଫୁଟନ୍ତି । ତେବେ ସବୁବର୍ଷ ଫୁଲ ଫୁଟିବା ସମ୍ଭବ ହୁଏନାହିଁ । ଏହି ଗଛଟି ସଂପୂର୍ଣ୍ଣ ଭାବେ ପ୍ରାକୃତିକ ଜଳବାୟୁ ଦ୍ୱାରା ନିୟନ୍ତ୍ରିତ ।*kart

    ବ୍ରହ୍ମକମଳ ଫୁଲ ଉପରେ ବିଭିନ୍ନ ବିଭ୍ରାନ୍ତିକର ତଥ୍ୟ ଶୁଣିବାକୁ ମିଳେ । କେତେକ ଏହାକୁ ୧୬ ବର୍ଷରେ ଥରେ ଆଉ କେତେକ ଏହାକୁ ୨୪ ବର୍ଷରେ ଫୁଟିବା କୁହନ୍ତି । କେତେକ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ସହିତ ସଂପର୍କ ଅଛି ବୋଲି କହନ୍ତି । ଅବିକଳ ବ୍ରହ୍ମକମଳ ଫୁଲ ପରି ଦେଖା ଯାଉଥିବା Orchid cactus cappliphyllum oxipetalum ଫୁଲକୁ କେତେକ ଭ୍ରମବଶତଃ ବ୍ରହ୍ମକମଳ ଭାବି ପୂଜାର୍ଚ୍ଚନା କରନ୍ତି। 

    ଉତ୍ତରାଖଣ୍ଡରେ ପ୍ରତି ଘରେଘରେ ଶୁଖିଲା ବ୍ରହ୍ମକମଳ ଫୁଲ ଟଙ୍ଗା ହୋଇଥିବାର ଦେଖାଯାଏ । ସେ ଯାହାହେଉ ଏହି ଦୁର୍ଲଭ ଫୁଲଟିର ରହସ୍ୟମୟ ଜୀବନଚକ୍ର ବର୍ଷରେ ଥରୁଟିଏ ମାତ୍ର ସ୍ୱଳ୍ପ ଅବଧି ପାଇଁ ମଧ୍ୟରାତ୍ରିରେ ଫୁଟିବା, ଆକର୍ଷଣୀୟ ରୂପସଜ୍ଜା, ମହମହ ବାସ୍ନା ଓ ସର୍ବୋପରି ଏହାର ଔଷଧୀୟ ଗୁଣ ଯୋଗୁଁ ଏହା ସମସ୍ତଙ୍କର ପ୍ରିୟ ହୋଇଥାଏ ।

Related posts

CUO Celebrates Birth Anniversary of Birsa Munda

Editor

Second edition of ‘Animal Husbandry Startup Grand Challenge’ launched

Editor

କୋଟପାଡ଼କୁ ଗୌରବାନ୍ୱିତ କଲେ କୋଟପାଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ

Editor

4 comments

Leave a Comment

WhatsApp chat