Odisha

ଅଵ୍ୟବସ୍ଥା ଘେରରେ ଆମଡ଼ାମୁଣ୍ଡା ଧୋବଳେଶ୍ୱର ଶିବ ମନ୍ଦିର

କୋଟପାଡ଼ : କୋଟପାଡ଼ ବ୍ଲକ ଅନ୍ତର୍ଗତ ଗିର୍ଲ୍ଲା ପଞ୍ଚାୟତ ଆମଡ଼ାମୁଣ୍ଡା ଠାରେ ଧବେଳେଶ୍ୱର ଶିବ ମନ୍ଦିର ଅବସ୍ଥିତ l ଏହି ଶିବ ମନ୍ଦିର କୋଟପାଡ଼ ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଅଛି l ବର୍ଷା ଦିନ ରେ ଏହି ଶିବମନ୍ଦିରର ଅବ୍ୟବସ୍ଥା କହିଲେ ନ ସରେ, ଦୀର୍ଘ ଦଶନ୍ଧିରୁ ମନ୍ଦିରଟି ଆମଡlମୁଣ୍ଡା ର ଘନଜଙ୍ଗଲରେ ରହିଥିଲେ ମଧ୍ୟ ହଜାର ହଜାର ଭକ୍ତ ଙ୍କ ସମାଗମ ଦିନ କୁ ଦିନ ବଢ଼ିବାରେ ଲାଗୁଛି କିନ୍ତୁ ନବୀକରଣ କ୍ଷେତ୍ରରେ ପ୍ରଶାସନ ନିଦାବିଷ୍ଣୁ ସାଜିବା ବହୁତ ଦୁର୍ଭାଗ୍ୟ ଜନକ ଏବଂ ଶୈବ ଭକ୍ତ୍ତଙ୍କ ମୋହଲରେ ପ୍ରଶ୍ନବାଚୀ ସ୍ତୁଷ୍ଟିକରୁଛି l ମନ୍ଦିରକୁ ଜାତୀୟ ମାର୍ଗ ଠାରୁ ସଂଯୋଗ କରୁଥିବା ରାସ୍ତାର ପ୍ରତେକ ସ୍ଥାନରେ ଖାଲ ଗୁଡିକ ହୋଇଥିବାରୁ ପ୍ରତେକ ଦିନ ଶୈବ ପୀଠ କୁ ଦର୍ଶନ ନିମିତ୍ତ ଆସୁଥିବା ଭକ୍ତମାନଙ୍କ ଗମନାଗମନ ତଥା ଶ୍ରାବଣ ମାସରେ ଆସିବl କାଉଡ଼ିଆ ବଲବମ ଭକ୍ତ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସହ ପ୍ରତେକ ଦିନ ବହୁ ଦୁର୍ଘଟଣା ହେବାର ନଜର ଆସିଛି l ଏହି ମନ୍ଦିରରେ ସୋମବାର, ସଂକ୍ରାନ୍ତି, କାର୍ତିକ ଓ ଶ୍ରାବଣ ମାସରେ ପ୍ରବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ l

ସୂଚନାଯୋଗ୍ୟ ଯେ ମନ୍ଦିରର ଅବ୍ୟବସ୍ଥା କୁ ଦେଖି ମନ୍ଦିର କମିଟି ଓ ପୂଜକ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ନବୀକରଣ କାମ ହୋଇପାରିନାହିଁ l ଆମଡlମୁଣ୍ଡା ମନ୍ଦିରରେ ରାସ୍ତା , ଜଳ ଓ ବିଦ୍ୟୁତର ଅସୁବିଧା ଯୋଗୁଁ ଭକ୍ତମାନେ ବିଭିନ୍ନ ସମସ୍ୟା ରେ ଗତି କରୁଥିବାରୁ ଏହି ସମସ୍ତ ଅସୁବିଧାକୁ ଶୀଘ୍ର କାଯ୍ୟକାରୀ ସହ ଦୂର କରିବା ପାଇଁ ପ୍ରଶାସନ ଏବଂ ସରକାରଙ୍କୁ ଅନୁରୋଧର ନିବେଦନ କରିଛନ୍ତି ମନ୍ଦିର ପରିଚାଳନା କମିଟି l ପୂର୍ଵରୁ ବହୁ ରାଜନେତା ମନ୍ଦିର ସକାଶେ ବିଭିନ୍ନ ଅଶ୍ୱଶନା ଦେଇଥିଲେ କିନ୍ତୁ ଆଜିପର୍ଯ୍ୟନ୍ତ ମନ୍ଦିର ନବୀକରଣ କେବଳ ପ୍ରତିଶ୍ରୁତି ହୋଇ ରହି ଯାଇଛି l

ପ୍ରତି ବର୍ଷ ଶ୍ରାବଣରେ ବହୁ ବୋଲବମ ଭକ୍ତଙ୍କ ସମାଗମ ରହୁଥିବା ସହ ଏହି ବର୍ଷ ପ୍ରତ୍ୟେକ ସୋମବାରରେ ମନ୍ଦିର କମିଟି ଦ୍ୱାରା ଅନ୍ନଭୋଗ ବ୍ୟବସ୍ଥା ସମସ୍ତ ଭକ୍ତଙ୍କୁ ମାଗଣା ଦେଆଯା ଉଥିବାର ନଜର ଆସିଛି l ଏହି ସମୟରେ ମନ୍ଦିର ପୂଜକ ଙ୍କ ସହ ପରିଚାଳନା ସକାଶେ ଶିବ ପାଣିଗ୍ରାହୀ, ଜଟିଆ ଜେନା, ପେଣ୍ଡରା ରାଓ, ବାଲାଜୀ ପାଢ଼ୀ, କୁମାର ଯାନୀ, କାଳିଆ ସହ ନେତିକ ଗୁଜରାଲଙ୍କ ସମସ୍ତେ ସହଯୋଗ କରିଥିବାର ଦେଖାଯାଇଥିଲା l ପ୍ରଶାସନ ବାବା ଧବଳେଶ୍ଵର ଙ୍କ ମନ୍ଦିରର ରାସ୍ତା ଓ ମନ୍ଦିର ବ୍ୟବସ୍ଥା କେବେ ଦୂର କରିବେଦେଖିବାକୁ ବାକି ରହିଲା l

Related posts

WhatsApp admin may go to jail if do any of these 5 things

Editor

ଚୁକ୍ତିଭିତ୍ତିକ ଉଚ୍ଛେଦ ସକାଶେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ ସଂଘ

Editor

Pradhan Mantri Awaas Yojana – Gramin completes 5 years

Editor

Leave a Comment

WhatsApp chat