Odisha

ସ୍ନାନବେଦୀ ରେ ବିଜେକଲେ ଲୀଳାମୟ -କୋଟପାଡ଼ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଙ୍କ ଭିଡ଼

କୋଟପାଡ଼ :ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୁରତି। ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାକୁ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ। ସୁବାସିତ ଜଳରେ ସ୍ନାନ କଲେ ଶ୍ରୀବିଗ୍ରହ। ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ତିଥିରେ ଭୋର ସକାଳୁ ଦଇତାପତି ନିଯୋଗ ତରଫରୁ ଆରମ୍ଭ ହୋଇଥିଲା ନୀତିକାନ୍ତି। ସକାଳୁ ମଙ୍ଗଳାର୍ପଣ ନୀତି ପରେ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ସୁଦର୍ଶନ ପରେ ବଡ଼ଠାକୁର, ପରେ ଭଗିନୀ ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରିଥିଲେ କଳାଠାକୁର।

ସ୍ନାନ ପରେ ଶ୍ରୀବିଗ୍ରହଙ୍କ ଗଜାନନ ବେଶ

ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିଛି ଏବଂ ସଠିକ ସମୟରେ ଶ୍ରଦ୍ଧାଳୁ ଗଜାନନ ବା ହାତୀ ବେଶରେ ଦର୍ଶନ କରିଥିବା ପ୍ରତିକ୍ରିୟା ରହିଛନ୍ତି ଶ୍ରୀ ବଜରଙ୍ଗ ମହାପାତ୍ର ଏବଂ ରଥଯାତ୍ରା ପୂଜା କମିଟି କୋଟପାଡ଼ ସଭାପତି ଶ୍ରୀ ମନୋହର ବିଶୋଇ ।

ସେଵାୟତ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁଁ ଶୃଙ୍ଖଳିତ ଭାବରେ ନୀତିକାନ୍ତି ସମାପନ ହୋଇଥିଲା । ଅନ୍ୟପଟରେ ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ଶ୍ରଦ୍ଧାଳୁ ଙ୍କ ଭିଡ଼। ଭକ୍ତମୟ ପରିବେଶରେ ଗଗନ ପବନ ପ୍ରକମ୍ପିତ କରୁଛି ଜୟ ଜଗନ୍ନାଥ ଧ୍ଵନି ।

Related posts

କୋଟପାଡ଼ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ୭୯ତମ ଶିକ୍ଷକ ସଂଘ ପ୍ରତିଷ୍ଠା ଦିବସ ପାଳିତ

Editor

ଆସନ୍ତା ୫ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

Editor

Bahinipati Made U-turn on OPCC President !

Editor

2 comments

Leave a Comment

WhatsApp chat