Business Entertainment National Odisha Politics

୨୦୨୪ କୋଟପାଡ଼ ନିର୍ଵାଚନୀ ଅଙ୍କ କସା ରେ କିଏ ଜିଣିବ ଜନତା ଙ୍କ ମନ

କୋଟପାଡ଼ : ବଢୁଛି ନିର୍ଵାଚନୀ ଉଷ୍ମତା ,ପାନ ଦୋକାନ ରୁ ଚାହା ଦୋକାନ ସବୁଠି ଚର୍ଚ୍ଚା ଏଥର କିଏ ? କୋଟପାଡ଼ ରେ ଆରମ୍ଭ ହେଲାଣି ରାଜନୀତିକ ଉଷ୍ମତା । ତିନି ପ୍ରମୁଖ ଦଳ ବିଜେପି,ବିଜେଡି ଓ କଂଗ୍ରେସ ସହ ଅନ୍ୟ କିଛି ଆଞ୍ଚଳିକ ଦଳ ମଧ୍ୟ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ର ଲୋକ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବା ଦେଖାଯାଉଛି ।

ପୂର୍ବରୁ କୋଟପାଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ର ଗଡ଼ ଭାବରେ ପରିଚିତ ଥିଲେ ହେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଅଳ୍ପ ବ୍ୟବଧାନ ଭୋଟରେ ବିଜୟୀ ହୋଇ ବିଜେଡି ହାତକୁ ଚାଲି ଯାଇଥିଲେ କୋଟପାଡ଼ ନିର୍ବାଚନ ମଣ୍ଡଳୀ । ପରେ ପରେ କଂଗ୍ରେସ ର ପ୍ରାର୍ଥୀ ଶ୍ରୀ ଚନ୍ଦ୍ର ଶେଖର ମାଝୀ ମଧ୍ୟ କଂଗ୍ରେସ ରୁ ଇସ୍ତାଫା ଦେଇ ବିଜେଡି ରେ ଯୋଗ ଦେଇଥିବା ସମସ୍ତ ଜନସାଧାରଣ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ରାଜନୀତି ର ଛକା ପଂଜା ରେ ଅନେକ ଆସାଇ ଙ୍କ ଲମ୍ବା ଲାଇନ ଆଜି କାଲି ଦେଖିବା କୁ ମିଳୁଛି ଦଳୀୟ କାର୍ଯ୍ୟାଳୟ ଓ ପ୍ରମୁଖ ନେତା ଙ୍କ ବାସଭବନ ମାନଙ୍କରେ । ଆସାଇ ମାନେ ଗାଁ ଗାଁ ବୁଲି ନିଜ ପରିଚୟ ସୃଷ୍ଟି କରିବା ସହ ଦଳ ର ପ୍ରଚାର ମଧ୍ୟ ଆରମ୍ଭ କରିବା ଦେଖିବା କୁ ମିଳୁଛି ।

କଂଗ୍ରେସ କୋଟପାଡ଼ ପୌର ନିର୍ବାଚନରେ ବାଜିମାତ କରିଥିଲେ ମଧ୍ୟ ସାଧାରଣ ନୀର୍ବାଚନ ସକାଶେ ନେତୃତ୍ବର ଘୋର ଅଭାବ ଯୋଗୁଁ ଦଳ ର ସ୍ଥିତି ଆଶାନୁରୂପ ପ୍ରଦର୍ଶନ କରିପାରିବ ନାହିଁ କିନ୍ତୁ ଏଥର ନିର୍ଵାଚନୀ ଦୌଡ଼ ରେ ଏକ ନୂଆ ଚେହେରା ଲୋକ ଙ୍କ ସାମ୍ନା କୁ ଆଣିବ କଂଗ୍ରେସ ।

ବିଶେଷ ସୂତ୍ରରୁ ପ୍ରକାଶ କଂଗ୍ରେସ ର ପ୍ରାର୍ଥୀ ଚୟନ ହୋଇ ସାରିଥିବା ବେଳେ ବିଜେଡି ରେ ଲାଗିଛି ଛକା ପଂଜା ବିଜେଡି ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଓ କଂଗ୍ରେସ ରୁ ଆସିବାପରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ମାଝୀ ଙ୍କ ମଧ୍ୟରେ । ଦଳୀୟ କର୍ମୀ ମଧ୍ୟ ଦୁଇ ଆସାଇ ଙ୍କ ମଧ୍ୟ ରେ ବାଣ୍ଟି ହୋଇଯାଇଥିବା ସହ ଦଳ ର ଅନ୍ତ କନ୍ଦଳ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଉଥିବା ଦେଖିବା କୁ ମିଳୁଛି ।

ବିଗତ ଦିନ ରେ କଂଗ୍ରେସ ଓ ବିଜେଡି ଉଭୟ ଙ୍କ ନେତୃତ୍ୱ ଓ କାର୍ଯ୍ୟ ଦେଖିଥିବା ଜନତା କିନ୍ତୁ ଏଥର ବିଜେପି ମୁହାଁ ହେଉଥିବା ଦେଖିବା କୁ ମିଳୁଛି । କେନ୍ଦ୍ରରେ ଥିବା ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଗରିବ ଙ୍କ ପାଇଁ ଥିବା ସମସ୍ତ ସରକାରୀ ବ୍ୟବସ୍ଥା ୧୦୦ ଦିନ ର ନିଶ୍ଚିତ ରୋଜଗର, ଘର କୁ ପିଇବା ପାଣି,ପକା ଘର,ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ଗମନାଗମନ ସକାଶେ ରାସ୍ତା, କୌଶଳ ବିକାଶ ଓ ସ୍ୱଭାଲମ୍ବୀ ଶିକ୍ଷା,ମହିଳା ସଶକ୍ତିକରଣ, ବ୍ୟବସାୟ ଙ୍କ ସକାଶେ ମୁଦ୍ରା ଋଣ ଦେବା ସହ କୋଭିଡ ସମୟରେ ମାଗଣା ରେ ଜୀବନ ରକ୍ଷକ ଟୀକା ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା ଯୋଗୁଁ ଏଥର ନିର୍ବାଚନ ମଇଦାନରେ ବିଜେପି କୁ ଲୋକେ ପସନ୍ଦ କରୁଥିବା ଦେଖାଯାଉଛି କିନ୍ତୁ ଏବେ ସୁଦ୍ଧା ବିଜେପି ର ପ୍ରାର୍ଥୀ ଚୟନ ହୋଇ ନ ଥିବା ବେଳେ ଏକାଧିକ ଆସାଇ ଥିବା କହିଛନ୍ତି ଜଣେ ବିଜେପି ନେତା ।

ଜନସାଧାରଣ ସାଧାରଣ ନିର୍ବାଚନ ରେ କାହା କୁ ନିଜ ଅଞ୍ଚଳ ର ଦାଇତ୍ୱ ଦେବେ ଓ କେଉଁ ଦଳ ବିଜୟ ଲାଭ କରି କୋଟପାଡ଼ ର ଉନ୍ନତି କରିବାରେ ସକ୍ଷମ ହେବ ସମୟ ଅନୁଯାୟୀ ଜଣାପଡିବ ।

Related posts

Bhutan confers its highest civilian award on PM Narendra Modi

Editor

PM expresses happiness over commissioning of indigenously designed INS Visakhapatnam

Editor

Pradhan Mantri Awaas Yojana – Gramin completes 5 years

Editor

5 comments

Leave a Comment

WhatsApp chat