Crime Education National

ସ୍ୱାଧୀନତା ସଂଗ୍ରାମୀ ନିରା ଆର୍ଯ୍ୟ – କଳାପଣି ର କାରାଗାର ରେ ଇଂରେଜ କାଟି ଦେଇଥିଲେ ସ୍ତନ

ବର୍ଷ ବର୍ଷ ଧରି ଲାଗିରହିଥିବା ସଂଘର୍ଷ ପରେ ଭାରତକୁ ଇଂରେଜ ମାନଙ୍କ ଠାରୁ ସ୍ୱାଧୀନତା ମିଳିଥିଲା। ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ ଏବଂ ଭଗତ ସିଂ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଏହାର ଶ୍ରେୟ ଦିଆଯାଇଥିଲା। କିନ୍ତୁ, ଏଭଳି ଅନେକ ଥିଲେ ଯେଉଁମାନଙ୍କ ଅତୁଳନୀୟ ବଳିଦାନ ସତ୍ତ୍ୱେ ସେମାନଙ୍କ ନାମ ଅଜ୍ଞାତତାର ଅନ୍ଧାରରେ କେଉଁ ଆଡ଼େ ହଜି ଯାଇଛି।

ଏଭଳି ହିଁ ଏକ ନାମ ହେଉଛି ନିରା ଆର୍ଯ୍ୟା। ନୀରା ୫ ମାର୍ଚ୍ଚ ୧୯୦୨ ରେ ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲା ଖେକ୍ରାରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସେଠ ଖଜୁମାଲଙ୍କ ଝିଅ ଥିଲେ। ଅତି କମ୍ ବୟସରୁ ହିଁ ସେ ସ୍ଵତନ୍ତ୍ରତା ଆନ୍ଦୋଳନରେ ସାମିଲ ହେବା ସହିତ ଦେଶ ପ୍ରତି ନିଜର ସମର୍ପଣ ଦେଖାଇବା ଆରମ୍ଭ କରି ଦେଇଥିଲେ। କମ୍ ବୟସରୁ ହିଁ ନିରାଙ୍କର ବିବାହ ଶ୍ରୀକାନ୍ତ ଜୟରଞ୍ଜନ ଦାସ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ କରାଇ ଦିଆ ଯାଇଥିଲା। ଗୋଟିଏ ପଟେ ଶ୍ରୀକାନ୍ତ ବ୍ରିଟିଶ ସରକାରଙ୍କ ପାଇଁ କାମ କରୁଥିବା ବେଳେ ଅନ୍ୟପକ୍ଷରେ ନିରା ବିବାହ ପରେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ଜାରି ରଖିଥିଲେ ଏବଂ ଆଜାଦ୍ ହିନ୍ଦ ଫୌଜରେ ସାମିଲ ହୋଇ ଯାଇଥିଲେ।

ଶ୍ରୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ନିରା ଝାଂସୀ ରେଜିମେଣ୍ଟରେ ସାମିଲ ରହିଥିଲେ। ତେବେ, ତାଙ୍କ ସ୍ୱାମୀ ଶ୍ରୀକାନ୍ତଙ୍କୁ ବ୍ରିଟିଶ ସରକାର ଗୁପ୍ତଚର ଭାବରେ ପଠାଇବା ସହିତ ସୁବାଷ ବୋଷଙ୍କୁ ହତ୍ୟା କରିବାକୁ ଦାୟିତ୍ୱ ଦେଇଥିଲା। ଶ୍ରୀକାନ୍ତ ଅନେକ ଥର ଚେଷ୍ଟା ମଧ୍ୟ କରିଥିଲେ ଏହା ବିଷୟରେ ଜାଣିବା ପରେ ନିରା ନିଜେ ନିଜ ସ୍ୱାମୀଙ୍କ ହତ୍ୟା କରି ଦେଇଥିଲେ। ଯାହାପରେ ତାଙ୍କୁ ଗିରଫ କରାଯାଇ ଆଣ୍ଡାମାନରେ ବନ୍ଦୀ କରି ଦିଆଯାଇଥିଲା।

ସେଠାରେ ଅନେକ ନିର୍ଯାତନା ଦିଆଯିବା ସହିତ ସୁବାସ ବୋଷଙ୍କ ଠିକଣା ବିଷୟରେ ନିରାଙ୍କୁ ପଚରା ଯାଇଥିଲା। ଏପରିକି ଏହି ସମୟ ମଧ୍ୟରେ ତାଙ୍କ ସ୍ତନ ମଧ୍ୟ କାଟି ଦିଆଯାଇଥିଲା। କିନ୍ତୁ, ଦେଶକୁ ଭଲ ପାଉଥିବା ନିରା ନିଜ ମୁହଁ ଖୋଲିନଥିଲେ। ଦେଶ ସ୍ୱାଧୀନତା ପାଇବା ପରେ ନିରା ଜେଲରୁ ମୁକୁଳିଥିଲେ। ଯାହାପରେ ହାଇଦ୍ରାବାଦରେ ଫୁଲବିକି ସେ ବଞ୍ଚୁଥିଲେ। ୧୯୯୮ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଆଗକୁ ତାଙ୍କ ନାମରେ ଏକ ଚଳଚିତ୍ର ମଧ୍ୟ ରୂପେଲି ପରଦାରେ ଆସିବାକୁ ଯାଉଅଛି।

Related posts

୨୦୨୪ କୋଟପାଡ଼ ନିର୍ଵାଚନୀ ଅଙ୍କ କସା ରେ କିଏ ଜିଣିବ ଜନତା ଙ୍କ ମନ

Editor

ଚୁକ୍ତିଭିତ୍ତିକ ଉଚ୍ଛେଦ ସକାଶେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କନିଷ୍ଠ ଶିକ୍ଷକ ସଂଘ

Editor

Again Proud moment for Kotpad made by pinki Harijan

Editor

Leave a Comment

WhatsApp chat