Education Odisha

କୋଟପାଡ଼ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ୭୯ତମ ଶିକ୍ଷକ ସଂଘ ପ୍ରତିଷ୍ଠା ଦିବସ ପାଳିତ

କୋଟପାଡ଼ : ଅଦ୍ୟ ତା ୦୭/୦୧/୨୦୨୪ ରିଖ ରବିବାର ଦିବସର ପୂର୍ବାହ୍ନ ପ୍ରାୟତଃ ୧୦ ଘଟିକା ସମୟରେ ସ୍ଥାନୀୟ ଜମାଲ ବିଦ୍ୟାଳୟ ପରିସରରେ କୋଟପାଡ ବ୍ଲକ ଅନ୍ତର୍ଗତ ସମସ୍ତ ବର୍ଗର ଶିକ୍ଷକ ତଥା ଶିକ୍ଷୟତ୍ରୀ ମାନଙ୍କୁ ନେଇ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଏହି ଜାନୁଆରୀ ୭ ତାରିଖ ଦିନ ୭୯ ତମ ଶିକ୍ଷକ ସଂଘ ଦିବସ ପାଳନ ନିମିତ୍ତ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାର ଆୟାରମ୍ଭରେ କୋଟପାଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ସୋମନାଥ ଅମାନତ୍ୟ ସମସ୍ତଙ୍କୁ ସ୍ଵାଗତ ଜଣାଇ ଥିଲେ ।

ସଂଘର ସଭାପତି ଶ୍ରୀ ଧୀରଜ ଭତ୍ରା ସଂଘର ପତାକା କୁ ଉତ୍ତୋଳନ କରିବାର କାର୍ଯ୍ଯ ସମ୍ପାଦନା କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ଭି. ମଲେଶ୍ୱର ରାଓ, ଏଵଂ ସଂଘ ର ଉପଦେଷ୍ଟା ଶ୍ରୀ ମୋହନ ନାୟକ ନିଜ ନିଜର ଅଭିଭାଷଣ ଉପସ୍ଥାପିତ କରିଥିଲେ।ଶେଷରେ ସଂଘର ସଭାପତି ଶ୍ରୀ ଧିରଜ ଭତରା ନିଜର ବକ୍ତବ୍ୟ କୁ ସୁନ୍ଦର ଭାବେ ସମସ୍ତଙ୍କ ନିକଟରେ ରଖିଥିଲେ । ସଂଘ ସମସ୍ତଙ୍କୁ ଏକତ୍ରିତ କରିରଖେ ଏବଂ ସଙ୍ଘ ଟିଏ ସମସ୍ତଙ୍କ ର ଅସୁବିଧା କୁ ସମାଧାନ କରିବାର ବାଟ ଫିଟାଏ । ସମସ୍ତଙ୍କୁ ଏକ ମନ ହୋଇ ଏବଂ ମିଳିମିଶି ସମସ୍ତ ପ୍ରକାର ସମସ୍ୟା ଏବଂ ନିଜର ଦାବି ଗୁଡ଼ିକ ହାସଲ ପାଇଁ ସଦା ସଙ୍ଘକୁ ସୋହଯୋଗ କରିବାକୁ କହିବା ସହ ସଭା ସାଙ୍ଗ କରି ଧନ୍ୟବାଦ ଜଣାଇ ଥିଲେ ଶ୍ରୀ ଧିରଜ ଭତରା । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମିଷ୍ଟାନ୍ନ ଗ୍ରହଣ କରିବା ସହ ପରସ୍ପର ଙ୍କୁ ପ୍ରତିଷ୍ଠା ଦିବସ ର ଶୁଭେଚ୍ଛା ଜଣାଇଥିଲେ ।

କୋଟପାଡ଼ ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ଶ୍ରୀ ମୋହନ ନାୟକ,ଶ୍ରୀ ପଙ୍କଜ ମହାନ୍ତି,ଶ୍ରୀ ସନ୍ତୋଷ କୁମାର ପାଢ଼ୀ , ସଭାପତି ଶ୍ରୀ ଧୀରଜ କୁମାର ଭତରା, ସଂପାଦକ ଶ୍ରୀ ସୋମନାଥ ଅମାନତ୍ୟ, ସାଂଗଠାନିକ ସମ୍ପାଦକ ଶ୍ରୀ ସାଗର ଭଟ୍ଟ, କୋଷାଧ୍ୟକ୍ଷ ଶ୍ରୀ ଅନିଲ କୁମାର ପାଢ଼ୀ, ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁବାସ ନାୟକ, ଉପସଭାପତି ଶ୍ରୀମତୀ ସୁନୀତା କୁମାରୀ ନାୟକ,ଶ୍ରୀ ତୁଳାରାମ ତନ୍ତୀ,,ଶ୍ରୀ ସନ୍ତୋଷ କୁମାର ବିଷୋୟୀ,ଶ୍ରୀ ରୁଦ୍ର ନାରାୟଣ ବ୍ରହ୍ମା,ସହ ସମ୍ପାଦକ ଶ୍ରୀ ଦୀପକ କୁମାର ଭଟ୍ଟ, ସୁଶ୍ରୀ ହେମବତି ମଝି,ଶ୍ରୀ ବେଣୁଧର ବିଶୋଇ,ଶ୍ରୀ ମାନସ ମଣ୍ଡଳ,ସହ ସାଂଗଠନିକ ସମ୍ପାଦକ ଶ୍ରୀ ଟୁନା ବେହେରା, କୋଷାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ପାଣିଗ୍ରାହୀ,ଶ୍ରୀ ଡମ୍ବୁରୁଧର ନାୟକ ଏଵଂ କୋଟପାଡ଼ ବ୍ଲକର ପ୍ରାୟତଃ ୨୦୦ ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଏହି ସଭା ରେ ଯୋଗ ଦେଇ ଏହି ସଙ୍ଘ ଦିବସ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Related posts

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୁଇ ଦିନିଆ ଅଖିଳ ଭାରତୀୟ କେନ୍ଦ୍ରୀୟ ବୈଠକ

Editor

FSSAI Recruitment: Few days left to apply for over 300 vacancies

Editor

୨୦୨୪ କୋଟପାଡ଼ ନିର୍ଵାଚନୀ ଅଙ୍କ କସା ରେ କିଏ ଜିଣିବ ଜନତା ଙ୍କ ମନ

Editor

21 comments

Leave a Comment

WhatsApp chat