Business Education Entertainment National Odisha Politics

ମନ କି ବାତ ର ସିଧା ପ୍ରସାରଣ ଦେଖିଲେ କୁନ୍ଦୁରା ବାସୀ

କୁନ୍ଦୁରା : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟ କଲ୍ୟାଣ ମଣ୍ଡପ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ୧୦୧ ତମ ମନ କି ବାତ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କରାଯାଇଛି । ଏହି ସିଧା ପ୍ରସାରଣ କାର୍ଯ୍ୟକ୍ରମ କୁନ୍ଦୁରା ସମେତ ଦେଶ ର ୧୩ ଟି ସ୍ଥାନରେ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୁନ୍ଦୁରା ସମେତ ନିକଟସ୍ଥ ପଂଚାୟତ ମାନଙ୍କରୁ ବହୁ ସଂଖ୍ୟାରେ ଲୋକ ଙ୍କ ସୁଅ ଛୁଟିଥିଲା । ପ୍ରାୟ ୧୦୦୦ ରୁ ଉର୍ଦ୍ଧ ଲୋକେ ଏକ ସାଥିରେ ମନ କି ବାତ ଶୁଣିବା ଓଡିଶା ରେ ପ୍ରଥମ ହୋଇଥିବା ବେଳେ ଏଥର ର ସିଧା ପ୍ରସାରଣ ସକାଶେ ସମଗ୍ର ଓଡିଶା ରୁ କୁନ୍ଦୁରା ଚୟନ ହୋଇଥିବା ରୁ କୁନ୍ଦୁରା ବାସୀ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ସାଧୁବାଦ ଜ୍ଞାପନ କରିଛନ୍ତି । ଦିଲ୍ଲୀ ରୁ ଦୂରଦର୍ଶନ ର ସ୍ୱତନ୍ତ୍ର ଦଳ କୁନ୍ଦୁରା ପହଂଚିବା ସହ ସିଧା ପ୍ରସାରଣ ର ସବୁ ବ୍ୟବସ୍ଥା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଦୁରୁଆ ସମ୍ପ୍ରଦାୟର ଲୋକେ ପାରମ୍ପରିକ ବେଷ ରେ କାର୍ଯ୍ୟକ୍ରମ ରେ ଭାଗ ନେବା ସହ ନୃତ୍ୟ ପରିବେଷଣ କରିଥିଲେ । ଅଞ୍ଚଳ ର ଆଦିମ ଅଧିବାସୀ ମଧ୍ୟରେ ଅନ୍ୟତମ ଦୁରୁଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ରୁ ବଂଚିତ ଥିବା ବେଳେ ପ୍ରଧାନମନ୍ତ୍ରୀ ଙ୍କ ସହ ସୁଯୋଗ ମିଳିଲେ ଅଧିବାସୀ ମାନ୍ୟତା ସକାଶେ ଦାବି ଜଣାଇବା ପାଇଁ ଅପେକ୍ଷାରେ ଥିଲେ । ଦୁରୁଆ ଙ୍କ ବହୁ ବର୍ଷ ର ଦାବି ନିଶ୍ଚିତ ପୁରାଣ ହେବ ନେଇ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ପ୍ରତିଶୃତି ଦେଇଥିଲେ ।

ମନ କି ବାତ କାର୍ଯ୍ୟକ୍ରମ ରେ କେନ୍ଦ୍ର ଆଦିବାସୀ ମୋର୍ଚ୍ଚା ସଂପାଦକ କାଳୀରମ ମାଝୀ, ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ,ସନ୍ତୋସିନୀ ପାତ୍ର, କୁନ୍ଦୁରା ମଣ୍ଡଳ ସଭାପତି ସୁନ୍ଦର ମାଳି, ଅଶ୍ରୁ ସାନ୍ତା, ସନ୍ତୋଷ ପ୍ରହରାଜ, ଦିଗାପୁର ମଣ୍ଡଳ ସଭାପତି ବଦ୍ରୀ ଆଚାର୍ଯ୍ୟ, ଦୁରୁଆ ସମାଜ ପ୍ରମୁଖ ପୁସୁ ଦୁରୁଆ,ସୁବାଷ ଦୁରୁଆ,ଜଗବନ୍ଧୁ ଦୁରୁଆ, ଡମୁ ନାୟକ, ରତନ ଦୁରୁଆ, ସୁବାଷ ଦୁରୁଆ, ଧନସିଂ ଦୁରୁଆ,ହେମଧର ଦୁରୁଆ ରୁପୁ ଭତରା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ବିଶ୍ୱ ତ୍ରିପାଠୀ ପରିଚାଳନା କରିଥିଲେ।

Related posts

“Get licence before offering Satellite-based services”: Telecom Dept to Elon Musk’s Starlink Internet Services

Editor

5 Things The Stock Market Doesn’t Give A Hoot About

Editor

PM expresses happiness over commissioning of indigenously designed INS Visakhapatnam

Editor

1 comment

Leave a Comment

WhatsApp chat