Business Health Odisha Politics

କୋଟପାଡ଼ ରୋଡ଼ ରେଳ ରହଣୀ – ଦାବି ପୂରଣ କଲେ ପୁର୍ବତନ ସାଂସଦ ବଳଭଦ୍ର ମାଝୀ

କୋଟପାଡ଼ : ଆସନ୍ତା ୧ ଜୁନ ରୁ କୋଟପାଡ଼ ରୋଡ ଷ୍ଟେସନ ରେ ଅଟକିବ ସମସ୍ତ ଯାତ୍ରୀବାହୀ ଟ୍ରେନ । ଆଜି କୁନ୍ଦ୍ରା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ।

ସୂଚନାନୁଯାୟୀ ଗତ ୨୦୨୦ ମସିହା ରେ ସାରା ଦେଶରେ କରନା ର ପ୍ରକୋପ ସହ ସଂଗରୋଧ ନିୟମାବଳୀ ଲାଗୁ ହୋଇଥିଲା । ଉକ୍ତ ସମୟ ରେ ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ସବୁଠି ଗମନାଗମନ ସମ୍ପୂର୍ଣ ରୂପେ କମିଯାଇଥିବା ଦେଖାଯାଇଥିଲା । ଉକ୍ତ ସମୟ ରେ ରେଳ ବିଭାଗ ର କ୍ଷତି କୁ କମାଇବା ସକାଶେ ଯାତ୍ରୀ ବିହୀନ ଷ୍ଟେସନ ମାନଙ୍କୁ ଚିହ୍ନଟ କରି ରେଳ ବିଭାଗ କେବଳ ମୁଖ୍ୟ ଷ୍ଟେସନ ମାନଙ୍କ ରେ ରେଳ ଅଟକାଇବା ସକାଶେ ନିର୍ଦେଶ ଦେଇଥିଲେ ଏବଂ ସମସ୍ତ ଷ୍ଟେସନ ର ନବୀକରଣ ଓ ସୌଦର୍ଯ୍ୟକରଣ ତଥା ଗମନାଗମନ ସକାଶେ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିବା ଦେଖିବା କୁ ମିଳିଛି ।

ପାଠକ ଙ୍କୁ ଜଣାଇଦେଉଛୁ ଯେ, କୋଟପାଡ଼ ର ବରିଷ୍ଠ ନାଗରିକ ସଂଘ ଏକ ପତ୍ର ମାଧ୍ୟମରେ ରେଳ ବିଭାଗ କୁ କୋଟପାଡ଼ ଷ୍ଟେସନ ରେ ରେଳ ନ ରହିବା କାରଣ ପଚାରିଥିଲେ ,ପ୍ରତିଉତ୍ତରରେ ବିଭାଗ ପ୍ରାୟ ୧୨୦୦୦ ଟଙ୍କା ଏଥିପ୍ରତି କ୍ଷତି ସହିବ ବିଷୟ ରଖିଥିଲେ । କୋଟପାଡ଼ ଭଳି ସାରା ଦେଶ ରେ ଛୋଟ ଷ୍ଟେସନ ମାନଙ୍କ ରେ ସମୁଦାୟ କ୍ଷତି ଦେଶ ର ଆର୍ଥିକ ବ୍ୟବସ୍ଥା ଉପରେ ନିଶ୍ଚିତ କରନା ସମୟରେ ପ୍ରଭାବିତ କରି ଥାନ୍ତା ତେଣୁ ଯାତ୍ରୀବିହୀନ ଅନେକ ଷ୍ଟେସନ ରେ ରେଳ ରହଣୀ ବନ୍ଦ କରାଯାଇଥିବା କହିଛନ୍ତି ,ଜଣେ ବରିଷ୍ଠ ଅର୍ଥନୈତିକ ବିଶେଷଜ୍ଞ ।

କରନା ର ପ୍ରକୋପ ପରେ ଜନଜୀବନ ସ୍ୱାଭାବିକ ହେଲା ସତ କିନ୍ତୁ କୋଟପାଡ଼ରୋଡ଼ ଷ୍ଟେସନ ରେ କୌଣସି ଟି ରେଳ ନ ରହିବା କାରଣ ରୁ ଜନ ଅସନ୍ତୋଷ ଲାଗି ରହିଥିଲା । କୋଟପାଡ଼ ର ବିଧାୟିକା ଶ୍ରୀମତି ପଦ୍ମିନୀ ଦିଆନ ଏବଂ ରେଳ ବୋର୍ଡ ର ସଦସ୍ୟ ତଥା ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝୀ ଙ୍କୁ କୋଟପାଡ଼ ଅଞ୍ଚଳବାସୀ, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ସଂଗଠନ ବାରମ୍ବାର ଅନୁରୋଧ କରିଆସୁଥିଲେ ହେ କୌଣସି ସୁଫଳ ମିଳି ନଥିଲା କିନ୍ତୁ ଦଳୀୟ କର୍ମୀ ଅଞ୍ଚଳ ବାସୀ ଙ୍କୁ ରାଜନୈତିକ ପ୍ରତିଶ୍ରୁତି ଦେଇଚାଲିଥିବା ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଥିଲା ।

ଅଂଚଳବାସୀଙ୍କ ବହୁଦିନ ର ଦାବି କୁ ବିଜେପି କର୍ମୀ ରୁପୁ ଭତ୍ରା, ସୁନୀଲ ତ୍ରିପାଠୀ,ରାମେଶ୍ୱର ଜେନା, ବିନାୟକ ଆଚାର୍ଯ୍ୟ,ମିନୁ ରଥ,ଗିରିସ ପାଢ଼ୀ,ମୁନା ମହାନ୍ତି,ହେମନ୍ତ ମାଝୀ,ହିମାଦ୍ରୀ ନାୟକ,ରାମ ନାୟକ,ଗୁର ମାଝୀ ଉକ୍ତ ବିଷୟ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବିଜେପି ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ଙ୍କୁ ଜଣାଇଥିଲେ ।

ଶ୍ରୀ ବଳଭଦ୍ର ମାଝୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନ ବୈଷ୍ଣବ ଙ୍କ ସହ ଉକ୍ତ ଦାବି ବିଷୟରେ ଆଲୋଚନା କରିବା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବା ସକାଶେ ଅନୁରୋଧ କରିଥିଲେ । ଗତ କିଛିଦିନ ତଳେ ପୂର୍ବତଟ ରେଳ ବିଭାଗ ଅଧିକାରୀଙ୍କ ସହ ସବିଶେଷ ତଥ୍ୟଭିତିକ ଆଲୋଚନା କରି ଆସନ୍ତା ୧ ଜୁନ ରୁ ଜଗଦଲପୁର ରୁ ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ,ଜଗଦଲପୁର ରୁ ରାଉରକେଲା ଏକ୍ସପ୍ରେସ ଏବଂ କିରନଣ୍ଡଳ ରୁ ବିଶାଖାପାଟଣା ଏକ୍ସପ୍ରେସ କୋଟପାଡ଼ ରୋଡ଼ ଷ୍ଟେସନ ରେ ଅଟକିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ବଳଭଦ୍ର ମାଝୀ ।

Related posts

India’s Cumulative COVID-19 Vaccination Coverage exceeds 163.58 Cr

Editor

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୁଇ ଦିନିଆ ଅଖିଳ ଭାରତୀୟ କେନ୍ଦ୍ରୀୟ ବୈଠକ

Editor

ବର୍ଷା ସାଙ୍ଗ କୁ ବିଦ୍ୟୁତ କାଟ କୋଟପାଡ଼ ବାସୀ ହନ୍ତସନ୍ତ

Editor

1 comment

Leave a Comment

WhatsApp chat