Business Education National Odisha Other State Politics

କୋଟପାଡ଼ ଠାରେ ଜାତୀୟ ରାଜପଥ ୬୩ ର ମାର୍ଗ ପରିବର୍ତ୍ତନ ସକାଶେ ଦାବି

କୋଟପାଡ଼ : କୋଟପାଡ଼ ଦେଇ ଜାତୀୟ ରାଜପଥ ସମ୍ପ୍ରସାରଣ ସକାଶେ ଦାବି ହୋଇ ଆସୁଥିବା ବେଳେ କେନ୍ଦ୍ର ସରକାର ଙ୍କ ଅଧିକାରୀ ଙ୍କ ଉପସ୍ଥିତିରେ ୨୦୧୮ ମସିହା ରେ ଗ୍ରାମସଭା କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ରେ ହୋଇଥିଲା । ସେ ସମୟ ର ସାଂସଦ ବଳଭଦ୍ର ମାଝୀ, ବିଧାୟକ ଚନ୍ଦ୍ର ଶେଖର ମାଝୀ ଓ ଜିଲ୍ଲା ପରିଷଦ ଏବଂ ଅନ୍ୟନ୍ୟ କୋଟପାଡ଼ ର ନାଗରିକ ଙ୍କ ଉପସ୍ଥିତି ରେ ଗ୍ରାମସଭା ବୈଠକ ଟି ହୋଇଥିଲା । ଉକ୍ତ ବୈଠକରେ ସମସ୍ତ ଉପସ୍ଥିତ ନାଗରିକ ଏକ ସ୍ୱର ରେ ସମର୍ଥନ ଜଣାଇଥିଲେ ପ୍ରଥମ ମାନଚିତ୍ର କୁ ଯାହାକି ବାଟକୁହୁଡି ଗ୍ରାମ ଠାରୁ ବମାନଦେଇ ପର୍ଯ୍ୟନ୍ତ ୫ କିମି ବିଶିଷ୍ଟ । ଏହା ଦ୍ୱାରା ସହର ର ବିକାଶ ଏବଂ ଅନ୍ୟାନ୍ୟ ସୁବିଧା ର ଲାଭ ଅଂଚଳ ବାସୀ ଙ୍କୁ ମିଳିପାରିବ ବୋଲି ଗ୍ରାମସଭା ରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କୋଟପାଡ଼ ନାଗରିକ । ପ୍ରଥମ ମାନଚିତ୍ରର ଯୋଜନା କୁ ସମର୍ଥନ ଜଣାଇଥିବା ସହ କୋଟପାଡ଼ ବାସୀ ଗ୍ରାମସଭା ସମର୍ଥନ ହସ୍ତାକ୍ଷର କରିଥିଲେ କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ସରକାରୀ ସ୍ଥର ରେ ତୃତୀୟ ମାନଚିତ୍ର ଯୋଜନା ଯାହାକି ଡଙ୍ଗରି ଠାରୁ ମିରିଗୁଡା ୧୪ କିମି କିପରି ପାରିତ ହେଲା ବୋଲି ସାଧାରଣ ରେ ଏବେ ପ୍ରଶ୍ନ ଉଠିଛି ।

୨୦୨୧ ମସିହା ରେ ଏକ ସର୍ବଦଳୀୟ ବୈଠକ ଶ୍ରୀ ମଣି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବସିଥିଲେ ଓ ଉଚସ୍ତ ପଦାଧିକାରୀ ଙ୍କୁ ଉକ୍ତ ବିଷୟ ରେ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରୀ ଅଧିକାରୀଙ୍କୁ ପୁଣି ଥରେ ତଦନ୍ତ ନିର୍ଦ୍ଧେଶ ଦିଆଯାଇଥିବା ସତ୍ତ୍ୱେ କୌଣସି ଅଧିକାରୀ କୋଟପାଡ ଆସି ନଥିବା ଅଭିଯୋଗ ହୋଇଛି ।

ଗତ କାଲି କୋଟପାଡ଼ ନାଗରିକ ଙ୍କ ଦାବି ପତ୍ର ପୁଣି ଥରେ ବିଚାର କୁ ନେବା ସକାଶେ ଶ୍ରୀ ଭୃଗୁ ବକ୍ସି ପାତ୍ର, ଶ୍ରୀ ସୁନୀଲ ଦାସ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ଶ୍ରୀ ସତ୍ୟବ୍ରତ ସାହୁ ଙ୍କୁ ପୂର୍ବ ରୁ ଦିଆଯାଇଥିବା ସମସ୍ତ ନଥିପତ୍ର ଓ ବିବରଣୀ ପ୍ରଦାନ କରି ଉକ୍ତ ବିଷୟ ରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ପୂର୍ବ ରୁ କୋଟପାଡ ରେଳ ଷ୍ଟେସନ ୧୩କିମି ଦୂର ରେ ହୋଇଥିବା ରୁ କୋଟପାଡ଼ ଅଞ୍ଚଳବାସୀ ଙ୍କୁ କୌଣସି ଲାଭ ହୋଉ ନଥିବା ଯୋଗୁଁ ଏବେ ପୁଣି ଜାତୀୟ ରାଜପଥ ଛଡାଇ ନେଇ କୋଟପାଡ଼ ଅଞ୍ଚଳ ର ଭବିଷ୍ୟତ କୁ ଛଡାଇ ନେବାର ଷଡଯନ୍ତ୍ର କୁ ସଫଳ କରିବା ପାଇଁ ଦିଆଯିବ ନାହିଁ ଏବଂ ଯଦି ଦାବି ପୂରଣ ନ ହୁଏ ତାହେଲେ ଏହା ଅନ୍ଦୋନାତ୍ମକ ରୂପ ନେବ ବୋଲି କୋହିଛନ୍ତି କୋଟପାଡ଼ ବାସୀ ।

Related posts

27 properties caught from Deputy Manager OPHWC

Editor

India inducts 148 athletes, including 20 new, in first list of TOPS athletes for 2024 Games

Editor

VAYU SENA MEDAL (GALLANTRY) WING COMMANDER CHINMAYA PATRO (29679) FLYING (PILOT)

Editor

1 comment

Leave a Comment

WhatsApp chat