Health

ସଭାପତି ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ

ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେଲେ ପଦ୍ମଶ୍ରୀ ଦିଲୀପ ତିର୍କୀ । ପ୍ରଥମ ଓଡିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି ଦିଲୀପ । ହକି ଇଣ୍ଡିଆର ସଭାପତି ପଦ ପାଇଁ ୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଅନ୍ୟ ଦୁଇ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ତେବେ ନିର୍ଦ୍ୱନ୍ଦ୍ୱରେ ସେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି । ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ଏନେଇ ଘୋଷଣା ପରେ ଏଫଆଇଏଚକୁ ଧନ୍ୟବାଦ ଜଣାଇଛନ୍ତି ଦିଲୀପ ।

ଦିଲୀପ ତିର୍କୀ ଦୀର୍ଘ ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ଦେଶ ପାଇଁ ୪୧୨ଟି ମ୍ୟାଚ୍ ଖେଳିଛନ୍ତି । ସେ ଭାରତୀୟ ହକି ଟିମ୍‌ର ଅଧିନାୟକ ମଧ୍ୟ ରହିଥିଲେ । ୧୯୯୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଦିଲୀପ । ସେ ତାଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଦିଲୀପ ତିନୋଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ୨୦୧୦ରେ ଅନ୍ତଜାର୍ତୀୟ ହକିରୁ ଅବସର ନେବା ପରେ ୨୦୧୨ରେ ସେ ବିଜୁ ଜନତା ଦଳ ଟିକେଟ୍‌ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ

Related posts

କୋଟପାଡ଼ ରୋଡ଼ ରେଳ ରହଣୀ – ଦାବି ପୂରଣ କଲେ ପୁର୍ବତନ ସାଂସଦ ବଳଭଦ୍ର ମାଝୀ

Editor

Major relief: another 1032 Covid patients have recovered

Editor

କୋଟପାଡ଼ ବ୍ଲକ ଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ର ପଞ୍ଜିକରଣ ଶିବିର ଅନୁଷ୍ଠିତ

Editor

Leave a Comment

WhatsApp chat