Odisha Politics

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଦ୍ୱାରା ହର ଘର ତିରଙ୍ଗା କାର୍ଯ୍ୟକ୍ରମ ର ପୂର୍ବପ୍ରସ୍ତୁତି ବୈଠକ

କୋଟପାଡ଼ : ଆଜି କୋଟପାଡ଼ ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସମ୍ପାଦକ ଶ୍ରୀ ରାମେଶ୍ୱର ଜେନା ଙ୍କ ଅଧ୍ୟକ୍ଷତାରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ଶ୍ରୀ ସାୟାଦ କାଯମ ମଦାନୀ ଦେଶ ସ୍ୱାଧୀନତା ର ୭୫ବର୍ଷ ଉପଲକ୍ଷେ ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ କରିବା ଏକ ଗର୍ବ ଓ ଗୌରବ ର ବିଷୟ ଏବଂ ଏହାର ସୌଭାଗ୍ୟ ହାତଛଡା କରିବା ବିଲକୁଲ ଭି ଉଚିତ ନୁହେଁ ବୋଲି କହିଥିଲେ । ଜାତି, ଧର୍ମ ଏବଂ ଯେକୌଣସି ରାଜନୈତିକ ଦଳ ଠାରୁ ଉର୍ଦ୍ଧ ରେ ସମସ୍ତେ ଏକତ୍ରିତ ହୋଇ ତିରଙ୍ଗା ଯାତ୍ରା ରେ ଭାଗ ନିୟନ୍ତୁ ଏହା ଆମ ଦେଶ ର ଏକତା ଓ ଅଖଣ୍ଡତା ର ପ୍ରତୀକ ବୋଲି କହିଥିଲେ ରାଜ୍ୟ ସଂଖ୍ୟା ଲଘୁମୋର୍ଚ୍ଚ। ଉପସଭାପତି ସାୟାଦ କାଯମ ମଦାନୀ ।

ଆମ ପୂର୍ବପୁରୁଷମାନଙ୍କ ସକାଶେ ଆମ ଦେଶ ସ୍ୱାଧୀନ ହୋଇ ପାରିଛି ଯେପରି ଦେଶ ସ୍ଵାଧୀନତା ସକାଶେ ପ୍ରତେକ ପରିବାର ଦେଶ ପାଇଁ ଆଗେଇ ଆସିଥିଲେ ସେହିପରି ଆମେ ସମସ୍ତେ ନିଜ ଘରେ ତିରଙ୍ଗା ଲଗାଇ ଏବଂ ଅନ୍ୟ ମାନଙ୍କ ସ୍ୱାଧୀନତା ର ୭୫ ବର୍ଷ ର ପାଳନ କରିବା ପାଇଁ ନିବେଦନ କରିବା ହିଁ ହେବ ଦେଶ ଓ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ପ୍ରକୃତ ଧନ୍ୟବାଦ ଅର୍ପଣ ର ସୁଯୋଗ ବୋଲି କହିଥିଲେ ଏବଂ କୋଟପାଡ଼ ବାସୀ ଙ୍କୁ ପ୍ରତେକ ଘରେ ତିରଙ୍ଗା ଲଗାଇବା ପାଇଁ ଆବାହନ କରିଥିଲେ ଶ୍ରୀ ମଦାନୀ ।

କୋଟପାଡ଼ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସଲିମ ଖାନ ଙ୍କୁ ହର ଘର ତିରଙ୍ଗା ଦେଶ ବ୍ୟାପି କାର୍ଯ୍ୟକ୍ରମ ର କୋରାପୁଟ ଜିଲ୍ଲା ସଂଯୋଜକ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଥିବା କହିଛନ୍ତି ଶ୍ରୀ ମଦାନୀ । ଉକ୍ତ କାର୍ଯ୍ୟକ୍ରମ ପରିଶେଷରେ କୋଟପାଡ଼ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସଲିମ ଖାନ ଧନ୍ୟବାଦ ଅର୍ପଣ କରିବା ସହ ହର ଘର ତିରଙ୍ଗା ଦେଶ ବ୍ୟାପି କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Related posts

Second edition of ‘Animal Husbandry Startup Grand Challenge’ launched

Editor

Kotpad Excise Dept Seized 720 Liters ID Liquor

Editor

କୋଟପାଡ଼ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ

Editor

1 comment

Leave a Comment

WhatsApp chat