Business Crime Odisha Other State Politics

ଅନିର୍ଦ୍ଧିଷ୍ଟ ବିଦ୍ୟତୁ କାଟ ଓ ଲୋ ଭୋଲ୍ଟେଜ ରେ ଅତିଷ୍ଠ ହୋଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପହଞ୍ଚିଲେ ଉପୋଭୋକ୍ତା

କୋଟପାଡ଼ : ପ୍ରତିଦିନ ବାରମ୍ବାର ବିଦ୍ୟୁତ କାଟ, ତଥା କମ୍ ଭୋଲଟେଜ ର ଶିକାର ହେଉଛନ୍ତି କୋଟପାଡ଼ ଅଞ୍ଚଳବାସୀ । କିଛି ବର୍ଷରୁ ଓଡ଼ିଶା ଦକ୍ଷିଣାଞ୍ଚଳ ବିଦ୍ୟୁତ ବିଭାଗ ବେସରକାରୀ ସଂସ୍ଥା ହାତକୁ ବିଦ୍ୟୁତ ଯୋଗାଣ ଠାରୁ ଆରମ୍ଭ କରି ବିଲ୍ ପୋଇଠ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟଭାର ବିତରଣ କରିଛନ୍ତି । ଏଥି ସହ ନୂତନ ସଂଯୋଗ ତଥା କୌଣସି ବୈଦ୍ୟୁତିକ ତ୍ରୁଟି ସୁଧାରିବା ପାଇ ମଧ୍ୟ ଠିକା କର୍ମଚାରୀ ଙ୍କୁ ନିଯୁକ୍ତି ମିଳିଛି । କୋଟପାଡ ଅଞ୍ଚଳ ରେ ମଧ୍ୟ ସମାନ ବ୍ୟବସ୍ଥା ବେସରକାରୀ ସଂସ୍ଥା ଓ ଠିକା ବ୍ୟବସ୍ଥା ଦେଖିବାକୁ ମିଳୁଚି ।କିନ୍ତ୍ପ୍ର ପ୍ରଥମେ କୋଟପାଡ଼ବାସି ଙ୍କ ମନ ରେ ଆଶାର କିରଣ ଭଳି ପରିଲକ୍ଷିତ ହେଉଥିବା ବିଦ୍ୟୁତ ବିଭାଗ ର ନୂତନ ବ୍ୟବସ୍ଥା ଆଜି ଗ୍ରାହକ ଙ୍କ ବିଦ୍ୟୁତ ଶୁଳ୍କ ବୃଦ୍ଧି ବୋଝୋ ଉପୋରେ ଲଳିତା ବିଡା ସାଜିଛି ।

ଗତ କିଛି ଦିନ ଠାରୁ ବାରମ୍ବାର ଅନିର୍ଦ୍ଧିଷ୍ଟ ବିଦ୍ୟୁତ କାଟ ଓ କମ୍ ଭଲ୍ଟେଜ ର ସ୍ଥାୟୀ ସମାଧାନ ହେଉ ନଥିବା ରୁ ଆଜି କୋଟପାଡ଼ ଅଞ୍ଚଳ ବିଦ୍ୟୁତ ଉପୋଭକ୍ତା ଶ୍ରୀ ବିନାୟକ ଆଚାର୍ଯ୍ୟ, ରାଜ ମହାନ୍ତି,କିରଣ ପଟ୍ଟନାୟକ,ପ୍ରଦୀପ ରଥ,ସଙ୍ଗମ ମିଶ୍ର, ରୁପୁ ଭତରା,ଦିଲୀପ ଦାସ,ବିଶ୍ଵ ତ୍ରିପାଠୀ ପ୍ରମୁଖ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପହଞ୍ଚିଥିଲେ । ବିଦ୍ୟୁତ ଶୁଳ୍କ ଠିକ୍ ସମୟ ରେ ପୋଇଠ ନ କଲେ ଗ୍ରାହକ ଙ୍କ ଘର ସାମ୍ନା ରେ ବିଭାଗ ର କର୍ମଚାୀମାନେ ତୁରନ୍ତ ପୋହଞ୍ଚି ଯାଉଥିବା ବେଳେ ଉତ୍ତମ ସେବା କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ବିନାୟକ ଆଚାର୍ଯ୍ୟ । କୋଟପାଡ଼ ଅଞ୍ଚଳ ରେ କୌଣସି JE ଦାୟିତ୍ଵ ଗ୍ରହଣ ନ କରିଥିବା ତଥା ଏତେ କର୍ମଚାରୀ ଥାଇ ମଧ୍ୟ ଜୟପୁର ଠାରୁ କର୍ମଚାରୀ ଆସି ଯାନ୍ତ୍ରିକ ତ୍ରୁଟି ସଜାଡ଼ିବା ସକାଶେ ଅପେକ୍ଷା ରେ ଥିବା ଦେଖି ଏହା ଦୁର୍ଭାଗ୍ୟଜନକ ତଥା ଆଶ୍ଚର୍ଯୟଜନକ ବୋଲି କୋହିଥିଲେ ପ୍ରଦୀପ ରଥ ।

ତୁରନ୍ତ ବିଭାଗୀୟ ଅଧିକାରୀ ଙ୍କୁ ସ୍ଥାୟୀ ସମାଧାନ ସହ JE ଓ ଉଚିତ୍ କର୍ମଚାରୀ ଚୟନ କରି କୋଟପାଡ଼ ଅଞ୍ଚଳ କୁ ପୋଠାଯାଉ ଏବଂ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ୍ ଭୋଳି ଅବ୍ୟବସ୍ଥା ଆଗାମୀ ଦିନ ରେ ହେଲେ ଏହା ଜନ ଆନ୍ଦୋଳରେ ପରିଣତ ହେବ ବୋଲି ଚେତାବନୀ ଦେଇଛନ୍ତି ସମସ୍ତ ବିଦ୍ୟୁତ ଉପୋଭକ୍ତା । ଆଗାମୀ ଦିନ ରେ ଯଦି ସ୍ଥାୟୀ ସମାଧାନ ତଥା ବିଭାଗୀୟ ଅଧକାରୀ ନିଯୁକ୍ତ ନ ହୁଅନ୍ତି ତାହେଲେ ବିଭାଗ ହିଁ ଜନନ୍ଦୋଲନ ସକାଶେ ଦାଇ ରହିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ରାଜ ମହାନ୍ତି ।

Related posts

Quarantine is mandatory for those coming to Karnataka from Kerala

Editor

Demand for up-gradation of Primary Health center

Editor

କୋଟପାଡ଼ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ

Editor

5 comments

Leave a Comment

WhatsApp chat