Odisha Politics

ଦୁର୍ନୀତିର ଗନ୍ତାଘର ପାଲଟିଛି କୋଟପାଡ଼ ଏନଏସି କାର୍ଯ୍ୟାଳୟ

କୋଟପାଡ଼ : କୋରାପୁଟ ଜିଲ୍ଲାର ସର୍ବ ପୁରାତନ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ସହରର ବିଭିନ୍ନ ମୁଖ୍ୟ ଛକ ଓ ରାସ୍ତାରେ ଥିବା ଖାଲ ଖମା ଗୁଡିକରେ ପଥର ଗୁଣ୍ଡ ପ୍ରତିବର୍ଷ ବର୍ଷା ଦିନେ ପକାଯାଉଅଛି, ଯାହା କି ଅସରାଏ ବର୍ଷାରେ ମଧ୍ୟ ଲୋକେ ଚାଲି ଚାଲି ଯିବାଆସିବା କରିବାରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ଜଣାଯାଇଅଛି l

ସୂଚନାନୁସାରେ କୋଟପାଡ଼ ସହରର ମୁଖ୍ୟ ଜନଗହଳି ପୂର୍ଣ ସ୍ଥାନ ଗାନ୍ଧୀ ଛକ ଓ କୁସୁମୀ ଛକ, ଜମାଲ ସ୍କୁଲ ସାମ୍ନା ସହ ଅନେକ ମୁଖ୍ୟ ରାସ୍ତା ଗୁଡାକ ଖାଲ ଖମାରେ ପରିପୂର୍ଣ ହୋଇଥିବା ବେଳେ, ଆଗୁଆ କାମ ନକରି ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ ବଡ଼ ଖାଲ ଉପରେ ପଥର ଗୁଣ୍ଡ ପକାଇ ପ୍ରଶାସନ ଚୁପ ହୋଇ ବସିପଡ଼ିଥିବା ଦେଖିବାକୁ ମିଳିଛି l ପ୍ରତି ବର୍ଷ ବର୍ଷା ଦିନେ ବିଭିନ୍ନ ରାସ୍ତା ଗୁଡିକରେ ପଥର ଗୁଣ୍ଡ ଢଳା ଯାଇ ସରକାରୀ ଅନୁଦାନକୁ କିପରି ନେତା, ଅଫିସର ଏବଂ ଯନ୍ତ୍ରୀ ଠିକାଦାର ମାନେ ଦିନ ଦ୍ବିପ୍ରହରରେ ଜନସାଧାରଣଙ୍କ ଆଖିରେ ଧୂଳି ଦେଇ ଆତ୍ମସାତ କରି ଚାଲିଛନ୍ତି ବୋଲି ବିଜେପି ଜିଲ୍ଲା ସମ୍ପାଦକ ରାମେଶ୍ୱର ଜେନା କହିଛନ୍ତି l

ସରକାରଙ୍କ ମୁକ୍ତା ଯୋଜନାରେ ଚାଲୁଥିବା ତେଲୁଗୁ ସ୍କୁଲ ନିକଟସ୍ଥ ଗୋଷ୍ଠୀ କେନ୍ଦ୍ର ଅତି ନିମ୍ନ ମାନର ନିର୍ମାଣ ,ସହରର ସୌନ୍ଦର୍ଜିକରଣ ନାଁ ରେ ବହୁ ନିମ୍ନ ମାନର କାମ ଚାଲୁ ରହିଥିବା ଜଣାଯାଇଛି l ସହରର ବିଭିନ୍ନ ସ୍ଥାନରେ ଭୁତଳ ଜଳ ସଂରକ୍ଷଣ ପାଇଁ ଯେଉଁ ସକଫିଟ ନିର୍ମାଣରେ ଅନିୟମିତତା ସାଙ୍ଗକୁ ସରକାରୀ ନିୟମକୁ ଉଲଂଘନ କରି କାମ ହେଉଥିବା ଜଣାଯାଇଛି l ଅନେକ ସ୍ଥାନରେ ପୁରୁଣା ନାଳକୁ ଉପରେ ସୋକଫିଟ ନିର୍ମାଣ ହେଉଥିବା ଅଭିଯୋଗ ହେଉଛି l ସହରର ସଫେଇ ଓ ସେନୀଟେସନ ନାଁରେ ମଧ୍ୟ ଅନିୟମିତତା ଲାଗିରହିଥିବା ଅଭିଯୋଗ ହେଉଛି l ତେଣୁ ତୁରନ୍ତ ଟେଣ୍ଡର ମାଧ୍ୟମରେ ସହରର ସଫେଇ ହବାକୁ ଦାବି ହେଉଛି l

ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ଲାଗିରହିଥିବା ଐତିହାସିକ ଗୁଡ଼ିଆଳି ପୋଖରୀ ଜବରଦଖଲ କାରୀଙ୍କ କବଜାରେ ରହି ପୋତି ହବାକୁ ବସିଥିବା ବେଳେ, ସବୁ ଦେଖି ପୌରପରିଷଦ କତୃପକ୍ଷ ନିରବ ରହିବା ପରିଷଦର ପାରିବା ପଣିଆ ଆଡକୁ ଆଙ୍ଗୁଳି ନିର୍ଦେଶ କରୁଛି l ସହର ମଧ୍ୟରେ ଥିବା ଟାଉନ ହଲ ଭାଙ୍ଗି ସପିଙ୍ଗ କଂପ୍ଲେକ୍ସ ନିର୍ମାଣ ପାଇଁ ଥିବା ୨ କୋଟି ୧୨ ଲକ୍ଷ ଟଙ୍କା ଦୀର୍ଘ ଦିନ ହେବ ପଡିରହିଥିବା ବେଳେ କେବେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସର ବିଲ ,ଫୋଟ ପାଇଁ ମଧ୍ୟ ଟଙ୍କା ମାଗୁଥିବା ନେଇ କିଛି ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ବିଜେପି ପୂର୍ବରୁ ଅଭିଯୋଗ କରିଥିଲେ l

ସୂଚନା ଅଧିକାର ଆଇନ ଦ୍ୱାରା ତଥ୍ୟ ମଗା ଗଲେ ମଧ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଅଛି l ଏକାଧିକ ଅନିୟମିତତାକୁ ପରିଷଦ କର୍ତ୍ତୃପକ୍ଷ ତୁରନ୍ତ ସୁଧାରିବା ପାଇଁ କୋଟପାଡ଼ ବିଜେପି ଦ୍ୱାରା ଦାବି ହେଉଛି । ଖୁବ ଶୀଘ୍ର ବିଜେପି ଜନ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛନ୍ତି ବିଜେପି ସଭାପତି ବିନାୟକ ଆଚାର୍ଯ୍ୟ ।

Related posts

Modi govt announces incentive scheme for RuPay and BHIM-UPI

Editor

୨୦୨୪ କୋଟପାଡ଼ ନିର୍ଵାଚନୀ ଅଙ୍କ କସା ରେ କିଏ ଜିଣିବ ଜନତା ଙ୍କ ମନ

Editor

VAYU SENA MEDAL (GALLANTRY) WING COMMANDER CHINMAYA PATRO (29679) FLYING (PILOT)

Editor

Leave a Comment

WhatsApp chat