Odisha Politics

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଦ୍ୱାରା ହର ଘର ତିରଙ୍ଗା କାର୍ଯ୍ୟକ୍ରମ ର ପୂର୍ବପ୍ରସ୍ତୁତି ବୈଠକ

କୋଟପାଡ଼ : ଆଜି କୋଟପାଡ଼ ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ସମ୍ପାଦକ ଶ୍ରୀ ରାମେଶ୍ୱର ଜେନା ଙ୍କ ଅଧ୍ୟକ୍ଷତାରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଉପସଭାପତି ଶ୍ରୀ ସାୟାଦ କାଯମ ମଦାନୀ ଦେଶ ସ୍ୱାଧୀନତା ର ୭୫ବର୍ଷ ଉପଲକ୍ଷେ ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ କରିବା ଏକ ଗର୍ବ ଓ ଗୌରବ ର ବିଷୟ ଏବଂ ଏହାର ସୌଭାଗ୍ୟ ହାତଛଡା କରିବା ବିଲକୁଲ ଭି ଉଚିତ ନୁହେଁ ବୋଲି କହିଥିଲେ । ଜାତି, ଧର୍ମ ଏବଂ ଯେକୌଣସି ରାଜନୈତିକ ଦଳ ଠାରୁ ଉର୍ଦ୍ଧ ରେ ସମସ୍ତେ ଏକତ୍ରିତ ହୋଇ ତିରଙ୍ଗା ଯାତ୍ରା ରେ ଭାଗ ନିୟନ୍ତୁ ଏହା ଆମ ଦେଶ ର ଏକତା ଓ ଅଖଣ୍ଡତା ର ପ୍ରତୀକ ବୋଲି କହିଥିଲେ ରାଜ୍ୟ ସଂଖ୍ୟା ଲଘୁମୋର୍ଚ୍ଚ। ଉପସଭାପତି ସାୟାଦ କାଯମ ମଦାନୀ ।

ଆମ ପୂର୍ବପୁରୁଷମାନଙ୍କ ସକାଶେ ଆମ ଦେଶ ସ୍ୱାଧୀନ ହୋଇ ପାରିଛି ଯେପରି ଦେଶ ସ୍ଵାଧୀନତା ସକାଶେ ପ୍ରତେକ ପରିବାର ଦେଶ ପାଇଁ ଆଗେଇ ଆସିଥିଲେ ସେହିପରି ଆମେ ସମସ୍ତେ ନିଜ ଘରେ ତିରଙ୍ଗା ଲଗାଇ ଏବଂ ଅନ୍ୟ ମାନଙ୍କ ସ୍ୱାଧୀନତା ର ୭୫ ବର୍ଷ ର ପାଳନ କରିବା ପାଇଁ ନିବେଦନ କରିବା ହିଁ ହେବ ଦେଶ ଓ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ପ୍ରକୃତ ଧନ୍ୟବାଦ ଅର୍ପଣ ର ସୁଯୋଗ ବୋଲି କହିଥିଲେ ଏବଂ କୋଟପାଡ଼ ବାସୀ ଙ୍କୁ ପ୍ରତେକ ଘରେ ତିରଙ୍ଗା ଲଗାଇବା ପାଇଁ ଆବାହନ କରିଥିଲେ ଶ୍ରୀ ମଦାନୀ ।

କୋଟପାଡ଼ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସଲିମ ଖାନ ଙ୍କୁ ହର ଘର ତିରଙ୍ଗା ଦେଶ ବ୍ୟାପି କାର୍ଯ୍ୟକ୍ରମ ର କୋରାପୁଟ ଜିଲ୍ଲା ସଂଯୋଜକ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଥିବା କହିଛନ୍ତି ଶ୍ରୀ ମଦାନୀ । ଉକ୍ତ କାର୍ଯ୍ୟକ୍ରମ ପରିଶେଷରେ କୋଟପାଡ଼ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସଲିମ ଖାନ ଧନ୍ୟବାଦ ଅର୍ପଣ କରିବା ସହ ହର ଘର ତିରଙ୍ଗା ଦେଶ ବ୍ୟାପି କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Related posts

Odisha Govt To Withdraw Panchayat Poll Seat Reservation Notification

Editor

ବଢୁଛି ବିଜେପି ଲୋକପ୍ରୟତା – କୋଟପାଡ଼ ଲ୍ୟାମ୍ପ ଉପ ସଭାପତି ନିର୍ବାଚନ ରେ ବିଜେପି ବିଜୟୀ

Editor

କୋଟପାଡ଼କୁ ଗୌରବାନ୍ୱିତ କଲେ କୋଟପାଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ

Editor

Leave a Comment

WhatsApp chat