Odisha Politics

ବିଜେଡି କୁ ଶକ୍ତ ଝଟକା – ବିଜେପି ରେ ଯୁବ ସଂଗଠକ ତେଜେଶ୍ବର ପରିଡା

ଭୁବନେଶ୍ବର : ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ,ରାଷ୍ଟ୍ରୀୟ ଉପ ସଭାପତି ବଯ୍ୟୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଓ ସହ ପ୍ରଭାରୀ ଙ୍କ ଉପସ୍ଥିତି ରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ର ଯୁବନେତା ତଥା ବିଜେଡି ର ପୂର୍ବତନ ରାଜ୍ୟ ପ୍ରବକ୍ତା,ଓଡିଶା ଖଦି ଓ ଗ୍ରାମ ଉଦ୍ୟୋଗ ବୋର୍ଡ ର ପୂର୍ବତନ ସଭାପତି ଶ୍ରୀ ତେଜେଶ୍ୱର ପରିଡା ସମର୍ଥକ ଙ୍କ ସହ ବିଜେପି ରେ ସାମିଲ ।

ବିଜେଡି ର ପୂର୍ବତନ ଦକ୍ଷ ସଂଗଠକ ଭାବରେ ପରିଚିତ ତଥା କୋରାପୁଟ ଜିଲ୍ଲା ର ୨୦୧୯ ସାଧାରଣ ନିର୍ବାଚନ ରେ ବିଜେଡି କୁ ଆଶାନୁରୂପ ଫଳ ପ୍ରଦାନ କରାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ତେଜେଶ୍ୱର ପରିଡା । ଜଣେ ସ୍ବୟଂସମ୍ପର୍ଣ୍ଣ ପ୍ରଭାବୀ ଓ ବିଚକ୍ଷଣ ରାଜନୀତିଜ୍ଞ ଏହା ନିସଙ୍କୋଚରେ କୋରାପୁଟ ଜିଲ୍ଲା କୋଟପାଡ଼ ଅଂଚଳ ର ବିଜେଡି ସଂଗଠନ ରୁ ଜଣାପଡେ । ଦିଲ୍ଲୀରେ ଛାତ୍ର ଜୀବନରେ ପ୍ରଥମ ଓଡିଆ ଭାବେ ଓଡିଆ ସମାଜ ଭଳି ଏକ ସାମାଜିକ ସଂଗଠନ ଗଢ଼ି ଓଡିଆ ଅସ୍ମିତ ତାକୁ ମଜବୁତ କରିବା ପାଇଁ ସଫଳ ପ୍ରୟାସ କରିଥିବା ଶ୍ରୀ ପରିଡା ନିଜ ଛାତ୍ର ଜୀବନ ରୁ ରାଜନୀତି ସହ ଯୋଡି ହୋଇ ରହିଥିବା ଜଣାପଡେ ।

ଶ୍ରୀ ତେଜେଶ୍ୱର ପରିଡା ଙ୍କ ଦକ୍ଷତା ସାଧାରଣ ନିର୍ବାଚନ ସମୟରେ ବିଜେଡି ନେତୃତ୍ୱ ମାନଙ୍କୁ ଆର୍କସିତ କରିଥିଲା । ପରବର୍ତ୍ତୀ ସମୟରେ ବିଜୁବାବୁୃଙ୍କ ଭଳି ଯୁବ ପ୍ରତିଭା ଚୟନ କରି ତାଙ୍କୁ ବିଜୁ ଜନତା ଦଳରେ ସାମିଲ କରିବା ଗୁରୁଦାଇତ୍ୱ ନିଜ ହାତ କୁ ନେଇଥିଲେ ତଥା କୋରାପୁଟ ଜିଲ୍ଲାର ପ୍ରଭାରି ନିଯୁକ୍ତ କରିଥିଲେ । ୨୦୧୯ ମସିହା ପୂର୍ବର କଂଗ୍ରେସ ର ଅଭେଦ୍ୟ ଦୁର୍ଗ କୋରାପୁଟ ଓ କୋଟପାଡ କୁ ଭାଙ୍ଗୀବା ସହ ବିଜେଡି କୁ ଅସମ୍ଭବ ସଫଳତା ପ୍ରଦାନ କରାଇବାରେ ମୁଖ୍ୟ ବିନ୍ଧାଣି ସାଜିଥିଲେ ଶ୍ରୀ ପରିଡା ।

ଶ୍ରୀ ପରିଡା ଙ୍କ ଅକ୍ଲାନ୍ତ ପରିଶ୍ରମ ତଥା ଯୁବ ପିଢିଙ୍କୁ ଆକୃଷ୍ଠ କରିବା କ୍ଷମତା ଦ୍ୱାରା କୋରାପୁଟ ଜିଲ୍ଲାରେ ସାତୋଟି ଜିଲ୍ଲା ପରିଷଦ ଓ ଚାରୋଟି ବିଧାୟକ ବିଜେଡି ହାତ ମୁଠାକୁ ଯିବା ସହ ଇତିହାସ ରଚି ଥିଲା କୋରାପୁଟ ଜିଲ୍ଲା ବିଜେଡି । ଶ୍ରୀ ତେଜେଶ୍ବର ପରିଡ଼ା ଙ୍କ ନିଷ୍ଠା ର ସହ ଦାୟିତ୍ବ ବହନ କରିବା ସେହି ବିଜେଡି କୁ ତୃଣମୂଳ ସ୍ତରରେ ମଜବୁତ କରି ପରିଣାମରେ ଆଚମ୍ବିତ ନିର୍ବାଚନୀ ସଫଳତା ପର୍ଯ୍ୟନ୍ତ ମୁଖ୍ୟ ନାୟକ ସାଜିଥିଲେ ଶ୍ରୀ ପରିଡା । ରାଜ୍ୟ ବିଜେଡି ଖଦୀ ବୋର୍ଡର ଅଧ୍ୟକ୍ଷ, ତାରକା ପ୍ରଚାରକ ଓ ରାଜ୍ୟ ମୁଖପାତ୍ର ଭଳି ଗୁରୁଦାୟିତ୍ବ ଦେଇଥିବା ଶ୍ରୀ ତେଜେଶ୍ୱର ପରିଡା ପ୍ରଧାନମନ୍ତ୍ରୀ ଙ୍କ ଜନ କଲ୍ୟାକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିବା ରାଜ୍ୟ ରାଜନୀତି ରେ ସରଗରମ ପାଲଟିଛି ।

ତେବେ ବିଜେଡି ର ଅକ୍ଲାନ୍ତ ପରିଶ୍ରମୀ ଦୃଢ଼ ସଂଗଠକ ତେଜେଶ୍ୱର ପରିଡା ବିଜେପି ରେ ଯୋଗ ଦେବା ପଛରେ ଶାସକ ଦଳର କିଛି ଗୋଷ୍ଠୀ କୁଚକ୍ରୀ ଅସହିଷ୍ଣୁ ହୋଇ ଶ୍ରୀ ପରିଡାଙ୍କ ମିଛ ଅପବାଦ ଓ ଅପପ୍ରଚାର କରି ତାଙ୍କୁ ଦଳରେ ଏକ ଘରକିଆ କରିବା ଏକ କାରଣ ହୋଇ ପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡାରେ ବେଆଇନ ଗୋଚାଲାଣ, ବାଲାଂଦେଶୂ ଅନୁପ୍ରବେଶ , ଜଙ୍ଗଲ ଓ ପାଣି ସକାଶେ ଶାସକ ଦଳ ବିରୁଦ୍ଧ ରେ ଯାଇ ଜନତାଙ୍କ ମୌଳିକ ଅଧିକାର ସକାଶେ ଲଢ଼େଇ କରିବା ଓ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ ବୃଳିୃଷ୍ଟ ଯୁକ୍ତିସଂଗତ ତର୍କ ଶାସକ ଦଳ ର ଶୀର୍ଷ ନେତୃତ୍ୱ ସହ୍ୟ କରିପାରି ନ ଥିବା ଓ ବିଜେଡ ରେ ଆଭ୍ୟନ୍ତରୀଣ ଗୋଷ୍ଟି କନ୍ଦଳ ଏଥିରୁ ସ୍ପଷ୍ଟ ଯଣା ପୋଡୁଥିବା ଏବେ ରାଜନୈତିକ ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Related posts

ବଢୁଛି ବିଜେପି ଲୋକପ୍ରୟତା – କୋଟପାଡ଼ ଲ୍ୟାମ୍ପ ଉପ ସଭାପତି ନିର୍ବାଚନ ରେ ବିଜେପି ବିଜୟୀ

Editor

PM addresses the event marking celebration of first Audit Diwas

Editor

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସକାଶେ ଓଡ଼ିଶା ପାଇଁ ୭ ହଜାର କୋଟି ଟଙ୍କା ବ୍ୟୟବରାଦ ଘୋଷୋଣା କଲେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରୀରାଜ ସିଂ

Editor

4 comments

Leave a Comment

WhatsApp chat