Odisha Politics

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଅନିୟମିତତାକୁ ନେଇ କୋଟପାଡ଼ ବିଜେପି ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

କୋଟପାଡ଼ : ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ କରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ କୋଟପାଡ଼ ବିଜେପି କର୍ମୀ । କିଛି ଦିନ ପୂର୍ବରୁ ପ୍ରତ୍ୟେକ ପଞ୍ଚାୟତରେ ଆବାସ ଯୋଜନାରେ ସାମିଲ ହେଉଥିବା ହିତାଧିକାରୀଙ୍କ ନାଁ ପ୍ରକାଶ ପାଇଥିଲା । କିନ୍ତୁ କୋଟପାଡ଼ ବ୍ଲକର ବିଭିନ୍ନ ପଂଚାୟତର ଅନେକ ପ୍ରକୃତ ହିତାଧିକାରୀ ଏଥୁରୁ ବାଦ୍ ପଡ଼ିଥିବା ଅଭିଯୋଗ କରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୋଟପାଡ଼ ବିଜେପି କର୍ମୀ ଏବଂ ହିତାଧିକାରୀ l ଶତାଧିକ ବିଜେପି କର୍ମୀ କୋଟପାଡ଼ ଗାନ୍ଧିଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଠିକ୍ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଆବାସ ଗୃହ ଯୋଗାଇବାକୁ ଦାବି କରିବା ସହ ବ୍ଲକ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l

ଆଜିର ଏହି ବ୍ଲକ କାର୍ଯ୍ୟାଳୟ ଘେରାଉ ସମୟରେ ଜିଲ୍ଲା ବିଜେପି ସମ୍ପାଦକ ଶ୍ରୀ ରାମେଶ୍ୱର ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ରଥ,କୋଟପାଡ NAC ସଭାପତି ଶ୍ରୀ ବିନାୟକ ଆଚାର୍ଯ୍ୟ, ଗିର୍ଲା ପ୍ରଭାରୀ ଶ୍ରୀ ଶେଖର ଦାସ, ST ମୋର୍ଚ୍ଚା ସଭାପତି ଶ୍ରୀ ରିପୁ ଭତରା, ଜିଲ୍ଲା IT ସଂଯୋଜକ ବିଶ୍ୱ ତ୍ରିପାଠୀ, ଗୀର୍ଲା ମଣ୍ଡଳ ସଭାପତି ସୁଶାନ୍ତ ପାଣିଗ୍ରାହୀ , ଏସ ବି ନୂଆଗାଁ ମଣ୍ଡଳ ସଭାପତି ଲଛମନ ପୂଜାରୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମିଲି ଶତୃଶଲ୍ୟ ଓ ରୀନା ହୋତା ଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିବା ଜଣାଯାଇଅଛି l

ଯଦି ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀଙ୍କ ସପକ୍ଷରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରେ, ତା ହେଲେ ବିଜେପି ରାଜରାସ୍ତାକୁ ଓଲେହିବାକୁ ବାଧ୍ୟ ହେବ ବୋଲି ସମୂହ ଚେତାବନୀ ଦେଇଥିବା ଜଣାଯାଇଛି l

Related posts

କୋଟପାଡ଼ ବ୍ଲକ ଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ର ପଞ୍ଜିକରଣ ଶିବିର ଅନୁଷ୍ଠିତ

Editor

Major relief: another 1032 Covid patients have recovered

Editor

Kotpad Post Office in an abandoned state

Editor

1 comment

Leave a Comment

WhatsApp chat