Business National Odisha Other State Politics

ଦିନିକିଆ ଧର୍ମଘଟ ରେ କୋରାପୁଟ ଡିଭିଜନାଲ ଡାକ ବିଭାଗ

କୋଟପାଡ଼: ଏନ୍ ଏଫ୍ ପି ଇ କେନ୍ଦ୍ରୀୟ ସଂଘ ର ଆହ୍ଵାନ କ୍ରମେ ସର୍ବ ଭାରତୀୟ ସ୍ତରରେ ଆଜି ଦିନିକିଆ ଧର୍ମଘଟ ରେ କୋରାପୁଟ ଡିଭିଜନାଲ ଡାକ କୋଟପାଡ଼ ଶାଖା ।ଆଜି କୋଟପାଡ଼ ଡାକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ତୃତୀୟ ଶ୍ରେଣୀ, ପୋଷ୍ଟମେନ ଓ ଗ୍ରାମୀଣ ଡ଼ାକ ସେବକ ମାନେ 20 ଦଫା ଦାବି ନେଇ ଏହି ଧର୍ମଘଟ ଆହ୍ବାନ କରାଯାଇଥିଲା କୋହିଛନ୍ତି ଡାକ ଶାଖା ପ୍ରବନ୍ଧକ ।

କୋରାପୁଟ ଡାକ ମଣ୍ଡଳ ଅନ୍ତର୍ଗତ ଅଲ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଳୋୟୀସ ୟୁନିୟନ ଦ୍ଵାରା ତୃତୀୟ ଶ୍ରେଣୀ, ପୋଷ୍ଟମେନ ଏବଂଏମଟିଏସ ଓ ଗ୍ରାମୀଣ ଡାକସେବକ ସଂଘ ତରଫରୁ ସମସ୍ତ କର୍ମଚାରୀ ମିଳିତ କେନ୍ଦ୍ର ସଂଘ ନୂଆ ଦିଲ୍ଲୀ ର ନିର୍ଦେଶ କ୍ରମେ ୧୦ ଅଗଷ୍ଟ ୨୦୨୨ ର ସର୍ବଭାରତୀୟ ସ୍ତରରେ ଦିନିକିଆ ଧର୍ମଘଟ ର ଆହ୍ଵାନକ୍ରମେ ସମଗ୍ର କୋରାପୁଟ ଡାକମଣ୍ଡଳ ଧର୍ମଘଟ ରେ ଭାଗ ନେଇଥିଲେ । ସୂଚନାଯୋଗ୍ୟ ଯେ ଧର୍ମଘଟ ଦ୍ଵାରା ୪୦ ଟି ଉପ ଡାକଘର ଓ ୫୦୦ ରୁ ଉର୍ଦ୍ଧ ଶାଖା ଡାକଘର ର କର୍ମଚାରୀ ଭାଗ ନେଇଥିବାରୁ ସମସ୍ତ ଡାକ କାର୍ଯ।ଳୟ ଆଜି ବନ୍ଦ ଥିଲା ।


ଭାରତୀୟ ଡାକ ବିଭାଗ କୁ ଘରୋଇକରଣ କରିବା ଚକ୍ରାନ୍ତରୁ ରକ୍ଷା କରିବା, ଡାକ ମିତ୍ର ଯୋଜନା ପ୍ରଣୟନ ବନ୍ଦ କରିବା ଏବଂ ସିଏସସି ମାଧ୍ୟମରେ ଡାକ ବିଭାଗର ସେବା ଅନ୍ୟ ଦ୍ଵାରା ଉପଲବ୍ଡ କରିବା ବନ୍ଦ କରିବା, ଡାକ ବିଭାଗର ସର୍ବବୃହତ ପୋଷ୍ଟାଲ ସେଭିଂସ ଓ ବୀମା କୁ ଆଇପିପିବି ବ୍ୟାଙ୍କ ଲିମିଟେଡ କୁ ହସ୍ତାନ୍ତର କରିବା କୁଚକ୍ରାନ୍ତ ସହ ସାଧାରଣ ଜନତାଙ୍କ କଷ୍ଟାର୍ଜିତ ଟଙ୍କା କୁ ସରକାରୀ ବିଭାଗ ଠାରୁ ଅନ୍ୟତ୍ର ହସ୍ତାନ୍ତର କରିବା , ଜମା କରି ସୁରକ୍ଷିତ ରଖିବା ଏନପିଏସ କୁ ବନ୍ଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ,ସାମାଜିକ ସୁରକ୍ଷା ପ୍ରଦାନ କରିବା, ଗ୍ରାମୀଣ ଡାକ ସେବକଙ୍କୁ ସରକାରୀ ମାନ୍ୟତା ଦେବା ,ବରିଷ୍ଠତା ଆଧାରରେ ପ୍ରମୋଶନ ଦେବା,ମେଡିକାଲ ସୁବିଧା ସୁଯୋଗ ପ୍ରଦାନ କରିବା ,ସମସ୍ତ ଅତିରିକ୍ତ ପଦବିଗୁଡିକ ଯଥା ଶୀଘ୍ରପୂରଣ କରିବା,ଯୁନିଅନ ଉପରେ ଆକ୍ରମଣ କୁ ବନ୍ଦ କରିବା ଏବଂ ଅନ୍ୟାନ୍ୟ ୧୫ ଦଫା ଦାବୀ ସମୂହ କୁ ନେଇ ଆଜି କୋଟପାଡ଼ ଉପ ଡ଼ାକ ଘର ଠାରେ ଅମୀୟ ରଂଜନ ମହାରଣା, ପରେଶ ଚନ୍ଦ୍ର ହାଁସଦା, ଅର୍ଜୁନ ସାହୁ, ହରିନାରାୟଣ ଭୋଇ ଙ୍କ ସହିତ ଡ଼ାକ ଘର ର ସମସ୍ତ ଗ୍ରାମୀଣ ଡ଼ାକ ସେବକ ଏହି ଧର୍ମଘଟ ରେ ଯୋଗ ଦେଇଥିଲେ ।

Related posts

ସ୍ୱାଧୀନତା ସଂଗ୍ରାମୀ ନିରା ଆର୍ଯ୍ୟ – କଳାପଣି ର କାରାଗାର ରେ ଇଂରେଜ କାଟି ଦେଇଥିଲେ ସ୍ତନ

Editor

ବିଶ୍ୱକର୍ମା ପୂଜା ଅବସରରେ ୧୭ ସେପ୍ଟେମ୍ବର, ୨୦୨୩ ରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Editor

Demand for up-gradation of Primary Health center

Editor

Leave a Comment

WhatsApp chat