Business Crime Education Entertainment Health National Odisha Other State Politics Sports

ଭାରତ ମାତା କି ଜୟ ନାରା ସହ କୋଟପାଡ଼ ଠାରେ ପାଳନ ହେଲା ତିରଙ୍ଗା ପଦଯାତ୍ରା

କୋଟପାଡ : ଭାରତ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆବାହନ କ୍ରମେ ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ଆଜି କୋଟପାଡ଼ ନଗର ଠାରେ ତିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ର ସମସ୍ତ କାର୍ଯ୍ୟକର୍ତା ଙ୍କ ସହ ସହର ର ବୋହୂ ସଂଖ୍ୟକ ବୁଦ୍ଧିଜୀବୀ ଓ ଯୁବ ପିଢ଼ି ସାମିଲ ହୋଇଥିଲେ। ପଦଯାତ୍ରା ସ୍ଥାନୀୟ ଦଶହରା ପଡିଆ ଠାରୁ ବାହାରି ନଗର ପରିକ୍ରମା କରିଥିଲେ । ଭାରତ ମାତା କି ଜୟ ଓ ସହିଦ ମାନଙ୍କ ସ୍ମୃତି ସହ ନାରା ଓ ସ୍ଲୋଗାନ ରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା । ବିଜେପି କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମ ରେ ମାଗଣା ରେ ତିରଙ୍ଗା ବିତରଣ କରିଥିଲେ ଏଥି ସହ ପ୍ରତେକ ଘରେ ଆସନ୍ତା କାଲି ଠାରୁ ତିରଙ୍ଗା ଲଗାଇବା ପାଇଁ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରୁଥିବା ଦେଖିବା କୁ ମିଳିଥିଲା ।

ଏହି ପରି ରାଷ୍ଟ୍ରୀୟ ଉଦେଶ୍ୟଯୁକ୍ତ କାର୍ଯ୍ୟକ୍ରମ ଦ୍ଵାରା ଲୋକେ ସଚେତନ ହୋଇଥିବା ସହ ଦେଶ ମାତୃ ଭାବ ଜାଗ୍ରତ ସକାଶେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣ ରେ ଚର୍ଚ୍ଚର ବିଷୟ ପାଲଟିଥିବା ଦେଖିବାକୁ ମିଳୁଛି । ଉକ୍ତ କାର୍ଯୟକ୍ରମରେ ବିନାୟକ ଆଚାର୍ଯ୍ୟ,ରାମେଶ୍ବର ଜେନା,ରୂପୁ ଭତରା,ଗିରିଶ ପାଢ଼ୀ,ନନ୍ଦିନୀ ସତୃଷଲ୍ୟ, ରାମକଷ୍ଣ ପୂଜାରୀ, ଚନ୍ଦ୍ର ଶେଖର ଦାସ, ମୁନା ମହାନ୍ତି, ରାଜ ମହାନ୍ତି,ଦିଲୀପ ଦାସ,ହେମନ୍ତ ମାଝୀ, ଗୌର ରଥ,ଭୀମ ମାଝୀ,ମଙ୍ଗରାଜ ରନ୍ଧାରି ଉପସ୍ଥିତ ରହି ଯୁବ ପୀଢ଼ି ଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯକ୍ରମକୁ ବିଶ୍ଵ ତ୍ରୀପାଠୀ ପରିଚାଳନା କରିଥିଲେ ।

Related posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଅନିୟମିତତାକୁ ନେଇ କୋଟପାଡ଼ ବିଜେପି ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

Editor

ବିଶ୍ୱକର୍ମା ପୂଜା ଅବସରରେ ୧୭ ସେପ୍ଟେମ୍ବର, ୨୦୨୩ ରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Editor

Central Minister’s three days Program at Odisha

Editor

9 comments

Leave a Comment

WhatsApp chat