Business Crime Odisha

ବର୍ଷା ସାଙ୍ଗ କୁ ବିଦ୍ୟୁତ କାଟ କୋଟପାଡ଼ ବାସୀ ହନ୍ତସନ୍ତ

କୋଟପାଡ଼: ସାରା ଓଡିଶା ରେ ଏବେ ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ ପଡିନି କୋରାପୁଟ ଜିଲ୍ଲା । କୋରାପୁଟ ଜିଲ୍ଲା ରେ ସର୍ବାଧିକ ୯୬ ମି.ଲି ରେକର୍ଡ ହୋଇଥିବା ବେଳେ ନାରାୟଣପାଟଣା ରେ ସର୍ବନିମ୍ନ ୧୪ ମି.ଲି ବର୍ଷ ହୋଇଥିବା ଜିଲ୍ଲା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ଅତ୍ୟଧିକ ବର୍ଷା ଯୋଗୁ କୋଟପାଡ଼ ସହର ଜନସାଧାରଣ ଘରେ ରହିବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଥିବାବେଳେ ରାସ୍ତା ବଜାର ସମ୍ପୂର୍ଣ ଜନଶୂନ୍ୟ ହୋଇ ପଡିଛି ।

ପ୍ରବଳ ବର୍ଷା ଯୋଗୁ ସକାଳ ୯ ଘଣ୍ଟା ସମୟରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ ବନ୍ଦ ଥିବା ବେଳେ ଦିନ ତମାମ ଦୀର୍ଘ ୧୨ ଘଣ୍ଟା ରୁ ଉର୍ଦ୍ଧ ସମୟ ସୁଦ୍ଧା ବିଦ୍ୟୁତ ସେବା ପହଂଚି ପାରି ନଥିବା ଜନସାଧାରଣ ସକାଶେ ଏକ ଚିନ୍ତା ର ବିଷୟ ପାଲଟିଛି । ସୂଚନାଯୋଗ୍ୟ , ଦକ୍ଷିଣ ଓଡିଶା ବିଦ୍ୟୁତ ବିଭାଗ SOUTHCO ଯେବେ ଠାରୁ ଟାଟା କମ୍ପାନୀ କୁ ହସ୍ତାନ୍ତର ହୋଇଛି ଏହା ପର ଠାରୁ ବିଦ୍ୟୁତ ବିଭାଗର ଅନେକ ଆଭ୍ୟନ୍ତରୀଣ ନିୟମ ପ୍ରତିଦିନ ବଦଳିବାରେ ଲାଗିଛି । ପୂର୍ବ ରୁ SOUTHCO ର କର୍ମଚାରୀ ସମସ୍ତ ବିଦ୍ୟୁତ ସରବରାହ କାର୍ଯ୍ୟ କରୁଥିବା ବେଳେ ଟାଟା କମ୍ପାନୀ ଅନେକ ଠିକା କର୍ମଚାରୀ ରଖିବା ସତ୍ତ୍ୱେ ବିଦ୍ୟୁତ ସେବା ବ୍ୟାହତ ହେବା ରୋକାଯାଇପାରୁନାହିଁ ।

କୋଟପାଡ଼ ଅଂଚଳ ରେ ୩୩ କେ.ଭି ଜାନ୍ତ୍ରିକ ତ୍ରୁଟି ସଜାଡ଼ିବା ପାଇଁ ଟାଟା କମ୍ପାନୀ ନିଜ କର୍ମଚାରୀ ନିଯୁକ୍ତି କରି ନ ଥିବା ବେଳେ ସବୁ ସମୟ ରେ ଅନ୍ୟ ସ୍ଥାନ ରୁ ୩୩ କେ ଭି ସଜାଡ଼ିବା ପାଇଁ କର୍ମଚାରୀ ଆସିବା ଅପେକ୍ଷା ରେ ରହୁଥିବା ସବୁ ସମୟରେ ଦେଖିବା କୁ ମୁଲୁଛି। ବିଦ୍ୟୁତ ବିଭାଗୀୟ ନିଶୁଳ୍କ ନମ୍ବର ରେ କୋଟପାଡ଼ ଅଂଚଳ ରୁ ଏକାଧିକ ଅଭିଯୋଗ ଆଜି ହୋଇଥିବା ବେଳେ ବିଦ୍ୟୁତ ସେବା ବିବରଣୀ କିମ୍ବା ସମୟ ଅବଧି ବିଷୟ ରେ କୌଣସି ସୂଚନା ନ ଥିବା ଟାଟା ର ସେବା ଉପରେ ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ । ସୂଚନାଯୋଗ୍ୟ ,୩୩ କେଭି ର ମରାମତି ପାଇଁ ୯ ଟି କ୍ଲସଟର ସକାଶେ ଗୋଟିଏ ମାତ୍ର ଟିମ ଥିବାବେଳେ ଆଜି କୋଟପାଡ଼ ଅଂଚଳ ରେ ୩୩ କେଭି ତାର ଚିଡି ପଡିଥିବା ରୁ ଉକ୍ତ ଟିମ ପହଂଚିବା ସକାଶେ ସମ୍ପୂର୍ଣ୍ଣ ଦିନ ଅପେକ୍ଷ କରିବା କୁ ପଡିଥିଲା ବିଭାଗୀୟ କତ୍ତୃପକ୍ଷ ଙ୍କୁ ।

ଗତ କିଛି ଦିନ ପୂର୍ବ ରୁ କୋଟପାଡ଼ ବିଜେପି ଦ୍ୱାରା କୋଟପାଡ଼ ଅଂଚଳ ରେ ୩୩ କେଭି ସଜାଡ଼ିବା କର୍ମଚାରୀ ଓ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ସକାଶେ ବିଭାଗୀୟ ଅଧିକାରୀ ଙ୍କୁ ମୌଖିକ ଭାବରେ ଦାବି ଦିଆଯାଇଥିଲା କିନ୍ତୁ ଏବେ ସୁଦ୍ଧା କୌଣସି ନିଯୁକ୍ତି ହୋଇନଥିବା ଯୋଗୁଁ ଆଜି କୋଟପାଡ଼ ଅଂଚଳ ସଂପୂର୍ଣ୍ଣ ଅନ୍ଧକାର ହୋଇପଡିଛି ।

ଆଜି କୋଟପାଡ ବିଜେପି ସଭାପତି ଶ୍ରୀ ବିନାୟକ ଆଚାର୍ଯଙ୍କ ସଭାପତିତ୍ବ ରେ ଏକ ଜରୁରୀକାଳିନ ଵର୍ଚୁଆଲ ବୈଠକ ହୋଇଥିଲା ଏଥିରେ ବିଜେପି ଜିଲ୍ଲା ସମ୍ପାଦକ ରାମେଶ୍ବର ଜେନା,ଜିଲ୍ଲା ସ୍ଥାୟୀ ସଦସ୍ୟ ଶ୍ରୀ ପ୍ରଦୀପ ରଥ ଓ ଶ୍ରୀ ସୁନିଲ ଦାସ , ହିମଦ୍ରି ନାୟକ,ଗୁରୋ ମାଝୀ,ରାମ ନାୟକ ,ବିଧୁ ତ୍ରିପାଠୀ, ଆଶୁତୋଷ ମହାପାତ୍ର,ଦେବୀ ପାତ୍ର, ଶିବାନନ୍ଦ ହୋତା ଙ୍କ ସହ ସମସ୍ତ ମଣ୍ଡଳ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଉକ୍ତ ବୈଠକ ରେ ବିଦ୍ୟୁତ ବିଭାଗର ଅବହେଳା ଓ ଗ୍ରାହକଙ୍କ ସେବା ଯୋଗାଇବା ରେ ବିଫଳତା ବାରମ୍ବାର ଦେଖାଯାଉଥିବା ବେଳେ ଯଦି ତୁରନ୍ତ ସ୍ଥାଇ ସମାଧାନ ନ ହୁଏ ତାହେଲେ ଆଗାମୀ ଦିନ ରେ ବିଜେପି ରାଜରାସ୍ତା କୁ ଓହ୍ଲାଇବ ବୋଲି ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ବିଜେପି ଜିଲ୍ଲା ସଂଯୋଜକ ବିଶ୍ଵ ତ୍ରିପାଠୀ ।

Related posts

India inducts 148 athletes, including 20 new, in first list of TOPS athletes for 2024 Games

Editor

PM addresses the event marking celebration of first Audit Diwas

Editor

ଅଵ୍ୟବସ୍ଥା ଘେରରେ ଆମଡ଼ାମୁଣ୍ଡା ଧୋବଳେଶ୍ୱର ଶିବ ମନ୍ଦିର

Editor

7 comments

Leave a Comment

WhatsApp chat