Odisha Politics

କୋରାପୁଟ ଜିଲ୍ଲା ବିଜେପି ଯୁବ ସଭାପତି ହେଲେ ବିଶ୍ୱ ତ୍ରିପାଠୀ

କୋଟପାଡ଼(0୪/୧୧/୨୩ ): କୋରାପୁଟ ଜିଲ୍ଲା ବିଜେପି ରେ ହୋଇଛି ବଡ଼ ଧରଣ ର ପରିବର୍ତ୍ତନ । ୨୦୨୪ ନିର୍ବାଚନ କୁ ଆଉ ଅଳ୍ପ କିଛ ମାସ ଥିବା ବେଳେ ଯୁବ ମୋର୍ଚ୍ଚା ଦାଇତ୍ୱ ହସ୍ତାନ୍ତର ହୋଇଛି ବିଶ୍ୱ ତ୍ରିପାଠୀଙ୍କୁ । ବିଜେପି ର ଯୁବ ସଂଗଠନ କୁ ସୁଦୃଢ଼ କରିବା ପାଇଁ ଦଳ କରିଛି ଏଥର ମାଷ୍ଟର ପ୍ଲାନ ।
ସୂଚନାଯୋଗ୍ୟ ଯେ , ନୂଆ ପୁରୁଣା ସମସ୍ତ ଙ୍କୁ ନେଇ ଚାଲିବା ସାଙ୍ଗଠନିକ ଦକ୍ଷତା ସହ ଗୋଷ୍ଠୀବାଦ ର ଉର୍ଦ୍ଧ ରେ ଯାଇ ଦଳ ସକାଶେ କାମ କରିବା ଓ ସଂଗଠନ କୁ ଶଦୃଢ଼ କରୁଥିବା ଯୋଗୁଁ ଶ୍ରୀ ତ୍ରିପାଠୀ ଙ୍କୁ ଜିଲ୍ଲା କର କମିଟି ଓ ରାଜ୍ୟ ର ସର୍ବ ସମ୍ମତି କ୍ରମେ ଯୁବ ମୋର୍ଚ୍ଚା ଦାଇତ୍ୱ ଦିଆଯାଇଛି । ବିଶ୍ୱ ତ୍ରିପାଠୀ କୋରାପୁଟ ଜିଲ୍ଲା ବିଜେପି ର ସାମାଜିକ ଗଣମାଧ୍ୟମ ଓ IT ଦାଇତ୍ୱ ରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଥିଲେ ତେଣୁ ବୁଥ ଠାରୁ ରାଜ୍ୟ ଯାଏ ସମସ୍ତ ଙ୍କ ଅତି ପରିଚିତ ଚେହେରା । ଶ୍ରୀ ତ୍ରିପାଠୀ କୋଟପାଡ ଅଞ୍ଚଳରେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟଜିତ କରିଆସୁଥିବା ଯୋଗୁ କୋଟପାଡ଼ ର ବିଭିନ୍ନ ସାମାଜିକ ସଂଗଠନ ସହ ମଧ୍ୟ ସୁସମ୍ପର୍କ ରହିଅଛି ।

ଛତିଶଗଡ଼ ବିଧାନସଭା ନିର୍ବାଚନ ରେ ଦଳ ର ପ୍ରଚାର ପ୍ରସାର ଓ ପରିଚାଳନା ର ଗୁରୁ ଦାଇତ୍ୱ ସୁବ୍ୟବସ୍ଥିତ ଭାବରେ କରିଥିବା ଯୋଗୁଁ ତାଙ୍କୁ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଶ୍ରୀ ସୁମନ୍ତ ପ୍ରଧାନ ଯୁବ ଏବଂ ଦକ୍ଷ ବିଜେପି କର୍ମୀ ବିଶ୍ୱ ଭୂଷଣ ତ୍ରିପାଠୀଙ୍କୁ କୋରାପୁଟ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତିର ଦାୟିତ୍ୱ ପ୍ରଦାନ କରିଛନ୍ତି ।

ଆଜି ଦାୟିତ୍ୟ ମିଳିବା ପରେ ବିଶ୍ୱ ଭୂଷଣ ତ୍ରିପାଠୀ ବିଜେପି ରାଜ୍ୟ ସଭାପତି ଏବଂ ଜିଲ୍ଲା ବିଜେପି ସଭାପତି ତଥା ଜିଲ୍ଲା ର ସମସ୍ତ କାର୍ଯ୍ୟକର୍ତା ଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବ ସଂଗଠନ ସୁଦୃଢ଼ ଓ ଆଗାମୀ ନିର୍ବାଚନ ରେ ଯୁବ ମୋର୍ଚ୍ଚା ର ଭୂମିକା ନିର୍ଣ୍ଣାୟକ ଭୂମିକାରେ ରହିବ ବୋଲି କହିଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ବିଷୟରେ ପ୍ରତେକ ଗାଁ ର ବୁଥ କୁ ଯୁବ ମୋର୍ଚ୍ଚା ପହଞ୍ଚାଇବେ ବୋଲି କହିଛନ୍ତି ଶ୍ରୀ ବିଶ୍ୱ ତ୍ରିପାଠୀ l

Related posts

27 properties caught from Deputy Manager OPHWC

Editor

Plea to remove PM photo from jab certificate dismissed and orders ₹1 lakh fine

Editor

ଦିନିକିଆ ଧର୍ମଘଟ ରେ କୋରାପୁଟ ଡିଭିଜନାଲ ଡାକ ବିଭାଗ

Editor

11 comments

Leave a Comment

WhatsApp chat