Odisha Politics

ସମସ୍ତ ଶିଳ୍ପୀ କାରିଗର ଙ୍କୁ ମିଳିବ ୧୫୦୦୦ ଟଙ୍କା ଘୋଷଣା – ପିଏମ ବିଶ୍ୱକର୍ମା ଯୋଜନା ଉଦ୍ଘାଟନରେ ଯୋଗଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

କୋଟପାଡ଼ : ମୋ ମାଟି ମୋ ଦେଶ ଏବଂ ପିଏମ ବିଶ୍ୱକର୍ମା ଯୋଜନା ର ଉଦ୍ଘାଟନ କାର୍ଯ୍ୟକ୍ରମ ରେ କୋଟପାଡ଼ ଠାରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି ମୋନମୋହନ ସାମଲ ।

ରାଜ୍ୟ ବିଜେପି ର ସାଙ୍ଗଠନିକ ପରିବର୍ତ୍ତନ ପରେ ରାଜ୍ୟ ବିଜେପି ର ନୂତନ ସଭାପତି ଶ୍ରୀ ମନମୋହନ ସାମଲ କୋଟପାଡ଼ ବିଧାନସଭା ଗସ୍ତ କରିଥିଲେ ।

ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ପ୍ରଥମେ କୋଟପାଡ଼ କେନ୍ଦୁଗୁଡା ଠାରେ ପହଞ୍ଚିବା ପରେ ମୋ ମାଟି ମୋ ଦେଶ କାର୍ଯ୍ୟକର୍ମରେ ଯୋଗଦେଇ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ ।

ଏହାପରେ ବିଜେପି କର୍ମୀ ଏକ ବିରାଟ ମଟର ସାଇକଲ ଶୋଭାଯାତ୍ରା ରେ ବାହାରି କୋଟପାଡ ର କଲ୍ୟାଣ ମଣ୍ଡପ ପହଞ୍ଚିଥିଲେ । କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ବିଜେପି କାର୍ଯ୍ୟକର୍ତା ଏବଂ ଲାଭର୍ଥୀ ଙ୍କ ଉପସ୍ଥିତି ରେ ପିଏମ ବିଶ୍ବକର୍ମା ଯୋଜନା ର ସିଧାପ୍ରସାରଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ରାଜ୍ୟ ବିଜେପି ସଭାପତି ।

ପିଏମ ବିଶ୍ବକର୍ମା ଯୋଜନା କେନ୍ଦ୍ର ସରକାର ଙ୍କ ଏକ ଯୁଗାନ୍ତକାରୀ ଯୋଜନା, ଏହି ଯୋଜନା ଦ୍ୱାରା କୌଳିକ ବୃତ୍ତି କୁ ଆପଣେଇ ଥିବା କୁଶଳୀ କାରିଗର ଙ୍କ ସମେତ ସବୁ ବର୍ଗ ସେବାକାରୀ ଲାଭଭାନ ହୋଇପାରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅବଗତ କରାଇବା ସହ କୋଟପାଡ଼ ବିଧାନସଭା ଅନ୍ତର୍ଗତ ବଢ଼େଇ କାମ, ଡଙ୍ଗା ନିର୍ମାଣ, ଅସ୍ତ୍ରଶସ୍ତ୍ର ନିର୍ମାଣ,କମାର କାମ, ହାତୁଡି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି,ତାଲା ନିର୍ମାଣ, ବଣିଆ,କୁମ୍ଭାର କାମ, ମୂର୍ତ୍ତିଶିଳ୍ପୀ, ପଥର ଶିଳ୍ପୀ,ମୋଚି (ଚପଲ / ଜୋତା କାରିଗର),ମିସ୍ତ୍ରୀ (ରାଜମିସ୍ତ୍ରୀ), ଟୋକେଇ / ଚଟେଇ / ଝାଡୁ ପ୍ରସ୍ତୁତକାରୀ / ନଡିଆ କତା ବୁଣାଳୀ, କଣ୍ଢେଇ ଏବଂ ଖେଳନା ନିର୍ମାଣ (ପାରମ୍ପରିକ),ଭଣ୍ଡାରୀ, ଫୁଲମାଳ ପ୍ରସ୍ତୁତି, ଧୋବା,ଦରଜୀ ଏବଂ ମାଛଧରା ଜାଲ ପ୍ରସ୍ତୁତି କରୁଥିବା କୁଶଳୀ କାରିଗର ହିତାଧ୍ୟାକାରୀ ଙ୍କୁ ସାକ୍ଷାତ କରିବା ସହ ସମ୍ମାନିତ କରିଥିଲେ ।

କୋଟପାଡ ର ସୁନାମ ଧନ୍ୟ ବୁଣାକାର ପଦ୍ମଶ୍ରୀ ଗୋବର୍ଦ୍ଧନ ପନକା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ।

ଏହାପରେ ରାଜ୍ୟ ବିଜେପି ସଭାପତି ଙ୍କ ଉପସ୍ଥିତି ରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ନୂତନ ଭାବରେ ବିଜେପି ରେ ଯୋଡି ହୋଇଥିବା କର୍ମୀ ମାନଙ୍କୁ ଫୁଲ ତୋଡା ଓ ବିଜେପି ର ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ଶ୍ରୀ ସାମଲ ।

ଶେଷରେ ୨୦୨୪ ନିର୍ବାଚନ ନିମନ୍ତେ ଗୁରୁମନ୍ତ୍ର ଦେଇଥିଲେ ଶ୍ରୀ ସାମଲ । କୋଟପାଡ଼ ରୁ ନବରଙ୍ଗପୁର ଅଭିମୁଖେ ବାହାରିବା ସମୟରେ ଦୋଳ ମଣ୍ଡପ ଠାରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୩ତମ ଜନ୍ମ ଦିନରେ ଦୀପ ଉତ୍ସବ କରାଯାଇଥିଲା ।

କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହ ରାଜ୍ୟ ସଂପାଦିକା ପୂର୍ଣ୍ଣିମା ନାୟକ ,ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଏବଂ ପୂର୍ବତନ ସାଂସଦ ବଳଭଦ୍ର ମାଝି, ରୁପୁ ଭତରା,ବାଳକୃଷ୍ଣ ମାଝୀ, ଖଗେଶ ପୂଜାରୀ ଙ୍କ ସମେତ ବିଜେପି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related posts

Modi govt announces incentive scheme for RuPay and BHIM-UPI

Editor

VAYU SENA MEDAL (GALLANTRY) WING COMMANDER CHINMAYA PATRO (29679) FLYING (PILOT)

Editor

PM Modi highlights transparency, trusted sources for better supply chains

Editor

12 comments

Leave a Comment

WhatsApp chat