Business Odisha Politics

ବିଶ୍ୱକର୍ମା ପୂଜା ଅବସରରେ ୧୭ ସେପ୍ଟେମ୍ବର, ୨୦୨୩ ରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭, ୨୦୨୩ ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନ୍ସନ୍ ଆଣ୍ଡ ଏକ୍ସପୋ ସେଣ୍ଟରରେ “ପିଏମ୍ ବିଶ୍ୱକର୍ମା” ନାମକ ଏକ ନୂତନ ଯୋଜନାର ଶୁଭାରମ୍ଭ କରିବେ ।

ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କର ନିରନ୍ତର ଲକ୍ଷ୍ୟ ରହିଛି । କେବଳ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦ, କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା, ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଏହି ଯୋଜନା ଅନୁପ୍ରାଣିତ ହୋଇଛି ।

୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବେ । ଏହି ଯୋଜନା ଅଧୀନରେ ବାୟୋମେଟ୍ରିକ୍ ଆଧାରିତ ପିଏମ୍ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ୱକର୍ମା ମାନଙ୍କୁ ମାଗଣାରେ ପଞ୍ଜୀକୃତ କରାଯିବ । ସେମାନଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫,୦୦୦ ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ ରାଶି, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ ।

ଗୁରୁ – ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଓ ବୃତ୍ତିକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଉଦ୍ଦେଶ୍ୟ । କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ କରିବାକୁ ସୁନିଶ୍ଚିତ କରିବା ହେଉଛି ପିଏମ୍ ବିଶ୍ୱକର୍ମା ଯୋଜନାର ମୁଖ୍ୟ ଲକ୍ଷ୍ୟ ।

ଏହି ଯୋଜନା ସମଗ୍ର ଭାରତରେ ଗ୍ରାମାଂଚଳ ଏବଂ ସହରାଞ୍ଚଳର କାରିଗର ଏବଂ ଶିଳ୍ପୀ ମାନଙ୍କୁ ସହାୟତା ପ୍ରଦାନ କରିବ । ପିଏମ୍  ବିଶ୍ୱକର୍ମା ଯୋଜନା ଅଧୀନରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହେବ । ଏଗୁଡିକ ମଧ୍ୟରେ ରହିଛି (୧) ବଢ଼େଇ କାମ ; (୨) ଡଙ୍ଗା ନିର୍ମାଣ; (୩) ଅସ୍ତ୍ରଶସ୍ତ୍ର ନିର୍ମାଣ; (୪) କମାର କାମ ; (୪) ହାତୁଡି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି ; (୬) ତାଲା ନିର୍ମାଣ; (୭) ବଣିଆ  ; (୮) କୁମ୍ଭାର କାମ; (୯) ମୂର୍ତ୍ତିଶିଳ୍ପୀ, ପଥର ଶିଳ୍ପୀ; (ଙ୍ଘ) ମୋଚି (ଚପଲ / ଜୋତା କାରିଗର); (୧୧) ମିସ୍ତ୍ରୀ (ରାଜମିସ୍ତ୍ରୀ); (୧୨) ଟୋକେଇ / ଚଟେଇ / ଝାଡୁ ପ୍ରସ୍ତୁତକାରୀ / ନଡିଆ କତା ବୁଣାଳୀ; (୧୩) କଣ୍ଢେଇ ଏବଂ ଖେଳନା ନିର୍ମାଣ (ପାରମ୍ପରିକ); (୧୪) ଭଣ୍ଡାରୀ; (୧୫) ଫୁଲମାଳ ପ୍ରସ୍ତୁତି ; (୧୬) ଧୋବା; (୧୭) ଦରଜୀ; ଏବଂ (୧୮) ମାଛଧରା ଜାଲ ପ୍ରସ୍ତୁତି ।

Related posts

RIKKS defeat attributed to non-cooperation of Steel Ministry

Editor

PM Modi’s Major Announcements on 75th Independence Day

Editor

Kotpad Excise Dept Seized 720 Liters ID Liquor

Editor

6 comments

Leave a Comment

WhatsApp chat