Odisha

କୋଟପାଡ଼ ବ୍ରହ୍ମଣ ସମାଜ ଦ୍ୱାରା ଶ୍ରୀରାମ ମନ୍ଦିରରେ ସାମୁହିକ ବିଷ୍ଣୁ ସହସ୍ର ନାମ ପଠନ ଏବଂ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ

କୋଟପାଡ : ଆଜି କୋଟପାଡ଼ ଶ୍ରୀରାମ ମନ୍ଦିର ଠାରେ ଶ୍ରୀ ଜିତେନ୍ଦ୍ର ମହାପାତ୍ର ଏବଂ ଗୌର ରଥ ଙ୍କ ଆବାହନ କ୍ରମେ କୋଟପାଡ଼ ବ୍ରାହ୍ମଣ ସମାଜ ସାମୁହିକ ବିଷ୍ଣୁ ଶହସ୍ରନାମ ପାଠ କରିଥିଲା ।

ଉକ୍ତ ବିଶ୍ୱ ଶାନ୍ତି ଯଜ୍ଞ କାର୍ଯ୍ୟକ୍ରମ ରେ କୋଟପାଡ଼ ସହର ଏବଂ ନିକଟବର୍ତ୍ତୀ ସମସ୍ତ ଗ୍ରାମ ର ବ୍ରହ୍ମଣ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ, ଆଜି ସକାଳ ୭ ଘଣ୍ଟା ସମୟରେ ସମସ୍ତ ବ୍ରହ୍ମଣ ଶ୍ରୀ ରାମ ମନ୍ଦିର ପ୍ରଙ୍ଗଣ ରେ ଏକତ୍ରିତ ହୋଇଥିଲେ । ସକାଳୁ ସମସ୍ତ ବ୍ରହ୍ମଣ ଙ୍କୁ ସମ୍ମାନ ର ସହ ପାଦ ଧୋଇ ମସ୍ତକରେ ଚନ୍ଦନ ସିନ୍ଦୁର ଟୀକା ଲଗାଇ ମନ୍ଦିର କୁ ନିମନ୍ତ୍ରଣ କରାଯାଇଥିଲା । ସକାଳ ୯ ଘଣ୍ଟା ସମୟ ରେ ସମସ୍ତ ଉପସ୍ଥିତ ବ୍ରହ୍ମଣ ସାମୁହିକ ଭାବରେ ବିଷ୍ଣୁ ସହସ୍ର ନାମ ପଠନ କରିବା ସହ ମର୍ଯ୍ୟାଦା ପୁରୁଷୋତ୍ତମ ଙ୍କ ପୂଜାର୍ଚ୍ଚନା ଯଥା ନୀତିକାନ୍ତି ଅନୁଯାଇ କରିଥିଲେ ଶ୍ରୀ ସତ୍ୟରଜ ମହାପାତ୍ର ଏବଂ ବଜରଙ୍ଗ ମହାପାତ୍ର ।

ଶ୍ରୀରାମ ଙ୍କ ପୂଜାର୍ଚ୍ଚନା ପରେ ସାମୁହିକ ଭାବରେ ଗାୟତ୍ରୀ ଯଜ୍ଞ କରାଯାଇଥିଲା । ଗାୟତ୍ରୀ ମନ୍ତ୍ର ପାଠ ରେ ସମଗ୍ର ଅଂଚଳ ଭକ୍ତିମୟ ପରିବେଶ ରେ ପରିଣତ ହୋଇଯାଇଥିଲା । ସମସ୍ତ ନିମନ୍ତ୍ରିତ ବ୍ରହ୍ମଣ ଙ୍କ ଦ୍ଵାରା ଯଜ୍ଞ ଆହୁତି ଦିଆଯାଇଥିଲା । ଯଜ୍ଞ ସମ୍ପୂର୍ଣ୍ଣ ହେବା ପରେ ଶ୍ରୀରାମ ଙ୍କ ଅନ୍ନ ଭୋଗ ଲାଗି ହୋଇଥିଲା । ଅନ୍ନ ଭୋଗ ପ୍ରଭୁଙ୍କୁ ସମର୍ପିତ ହେଲା ପରେ ଗୋ ମାତା ଙ୍କୁ ଅନ୍ନ ପ୍ରସାଦ ସମର୍ପଣ କରାଯାଇଥିଲା ଏବଂ ପରେ ସମସ୍ତ ବ୍ରହ୍ମଣ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ ।

ମନ୍ଦିର କୁ ଆସିଥିବା ଅନ୍ୟାନ୍ୟ ଶ୍ରଦ୍ଧାଳୁ ମଧ୍ୟ ଅନ୍ନ ଭୋଗ ପାଇଥିବା ରୁ ପ୍ରଭୁ ଶ୍ରୀ ରାମ ଙ୍କ ଆଶିଷ ଏବଂ ଅନ୍ନ ପ୍ରସାଦ ଭାଗ୍ୟ ରେ ଥିଲା ତେଣୁ ମିଳିଥିବା କହି ଭାଵବ୍ୟୁହୁଳ ହେଇଥିବା ଦେଖିବାକୁ ମିଳିଥିଲା ।

Related posts

Again Proud moment for Kotpad made by pinki Harijan

Editor

କୋଟପାଡ଼ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ଵାରା ତିନି ଦଫା ଦାବି

Editor

ମନ କି ବାତ ର ସିଧା ପ୍ରସାରଣ ଦେଖିଲେ କୁନ୍ଦୁରା ବାସୀ

Editor

4 comments

Leave a Comment

WhatsApp chat