Education Odisha

କୋଟପାଡ଼ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ଵାରା ତିନି ଦଫା ଦାବି

କୋଟପାଡ଼ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଏକ ସ୍ମାରକପତ୍ର ଓଡ଼ିଶାର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଖବର ମିଳିଛି।ଖବର ଅନୁଯାୟୀ ରାଜ୍ୟ ମହାସଂଘର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଚୈତନ୍ୟ ମନ୍ଦିରରୁ ଦୁଇଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ବ୍ୟାନର ଓ ପ୍ଳାକାର୍ଡ ଧରି ଗାନ୍ଧୀଛକ ଦେଇ କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଖଗେଶ୍ବର ଗୋଲୋରୀଙ୍କୁ ତିନି ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ତିନି ଦଫା ସମ୍ବଳିତ ସ୍ମାରକପତ୍ରରେ ଛଅଟି ଇନକ୍ରିମେଣ୍ଟ ପ୍ରଦାନ ସହ ଚୁକ୍ତି ସମୟର ଛଅ ବର୍ଷ ଚାକିରି ସମୟକୁ ମୂଳ ଚାକିରିରେ ଗଣନା, କେନ୍ଦ୍ରୀୟ ହାରରେ ପ୍ରାଥମିକ ଶିକ୍ଷକଙ୍କୁ ଦରମା ପ୍ରଦାନ ଏବଂ ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ପ୍ରମୁଖ ଦାବୀ ଉଲ୍ଲେଖ ଥିବା ଜଣାପଡିଛି। ଏଥିସହ ରାଜ୍ୟ ସରକାର ବାରମ୍ବାର ପ୍ରାଥମିକ ଶିକ୍ଷକଙ୍କ ପ୍ରତି ଅବହେଳା ଓ ଉଦାସୀନ ମନୋଭାବ ପୋଷଣ କରୁଥିବାରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘର ସଭାପତି ସନ୍ତୋଷ କୁମାର ଦୁର୍ଵେ ଏହି ଅବସରରେ ଗଣମାଧ୍ୟମକୁ ପ୍ରକାଶ କରିଥିଲେ।

ସ୍ମାରକପତ୍ର ପ୍ରଦାନ ସକାଶେ ସଂଘର ସଂପାଦକ ସାଗର ଭଟ୍ଟ , ପ୍ରଦୀପ ପ୍ରଧାନଙ୍କ ସହ ବୈରିଗଞ୍ଜନ ମହାଲିକ, ଜଗବନ୍ଧୁ ଢଳିଆ, ସୁକାନ୍ତ ଭତ୍ରା, ସୋମନାଥ ଅମନାତ୍ୟ, ଧନଞ୍ଜୟ ନାୟକ, ବନମାଳୀ ଚଲାଣ,ଦୈପଦୀ ସେଠୀ, ସଂଯୁକ୍ତା ରାଉତ,ନୂତନବାଲା ଚାନ୍ଦ, ପତିତପାବନ ନାୟକ,ଟିକେଚାନ୍ଦ ନାୟକ, ସନ୍ତୋଷ ବାରିକ, ଇଶ୍ୱର ଭଣ୍ଡାରୀ, ଜୟଦେବ ଭଣ୍ଡାରୀ, ପ୍ରଦୀପ ନାୟକ ପ୍ରମୁଖଙ୍କ ସହ କୋଟପାଡ଼ ବ୍ଲକରେ କାର୍ଯ୍ୟରତ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

Related posts

India inducts 148 athletes, including 20 new, in first list of TOPS athletes for 2024 Games

Editor

The BJP Panposh has demanded for Bandhamunda railway division

Editor

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସକାଶେ ଓଡ଼ିଶା ପାଇଁ ୭ ହଜାର କୋଟି ଟଙ୍କା ବ୍ୟୟବରାଦ ଘୋଷୋଣା କଲେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଗିରୀରାଜ ସିଂ

Editor

Leave a Comment

WhatsApp chat