Business Crime Education Entertainment Health National Odisha Other State Politics Sports

ଭାରତ ମାତା କି ଜୟ ନାରା ସହ କୋଟପାଡ଼ ଠାରେ ପାଳନ ହେଲା ତିରଙ୍ଗା ପଦଯାତ୍ରା

କୋଟପାଡ : ଭାରତ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆବାହନ କ୍ରମେ ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ଆଜି କୋଟପାଡ଼ ନଗର ଠାରେ ତିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ର ସମସ୍ତ କାର୍ଯ୍ୟକର୍ତା ଙ୍କ ସହ ସହର ର ବୋହୂ ସଂଖ୍ୟକ ବୁଦ୍ଧିଜୀବୀ ଓ ଯୁବ ପିଢ଼ି ସାମିଲ ହୋଇଥିଲେ। ପଦଯାତ୍ରା ସ୍ଥାନୀୟ ଦଶହରା ପଡିଆ ଠାରୁ ବାହାରି ନଗର ପରିକ୍ରମା କରିଥିଲେ । ଭାରତ ମାତା କି ଜୟ ଓ ସହିଦ ମାନଙ୍କ ସ୍ମୃତି ସହ ନାରା ଓ ସ୍ଲୋଗାନ ରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା । ବିଜେପି କାର୍ଯ୍ୟକର୍ତ୍ତା ଉକ୍ତ କାର୍ଯ୍ୟକ୍ରମ ରେ ମାଗଣା ରେ ତିରଙ୍ଗା ବିତରଣ କରିଥିଲେ ଏଥି ସହ ପ୍ରତେକ ଘରେ ଆସନ୍ତା କାଲି ଠାରୁ ତିରଙ୍ଗା ଲଗାଇବା ପାଇଁ ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ କରୁଥିବା ଦେଖିବା କୁ ମିଳିଥିଲା ।

ଏହି ପରି ରାଷ୍ଟ୍ରୀୟ ଉଦେଶ୍ୟଯୁକ୍ତ କାର୍ଯ୍ୟକ୍ରମ ଦ୍ଵାରା ଲୋକେ ସଚେତନ ହୋଇଥିବା ସହ ଦେଶ ମାତୃ ଭାବ ଜାଗ୍ରତ ସକାଶେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣ ରେ ଚର୍ଚ୍ଚର ବିଷୟ ପାଲଟିଥିବା ଦେଖିବାକୁ ମିଳୁଛି । ଉକ୍ତ କାର୍ଯୟକ୍ରମରେ ବିନାୟକ ଆଚାର୍ଯ୍ୟ,ରାମେଶ୍ବର ଜେନା,ରୂପୁ ଭତରା,ଗିରିଶ ପାଢ଼ୀ,ନନ୍ଦିନୀ ସତୃଷଲ୍ୟ, ରାମକଷ୍ଣ ପୂଜାରୀ, ଚନ୍ଦ୍ର ଶେଖର ଦାସ, ମୁନା ମହାନ୍ତି, ରାଜ ମହାନ୍ତି,ଦିଲୀପ ଦାସ,ହେମନ୍ତ ମାଝୀ, ଗୌର ରଥ,ଭୀମ ମାଝୀ,ମଙ୍ଗରାଜ ରନ୍ଧାରି ଉପସ୍ଥିତ ରହି ଯୁବ ପୀଢ଼ି ଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯକ୍ରମକୁ ବିଶ୍ଵ ତ୍ରୀପାଠୀ ପରିଚାଳନା କରିଥିଲେ ।

Related posts

About 18.17 Lakh farmers have been benefitted with MSP value of Rs. 57,032.03 crore in KMS 2021-22

Editor

ଦିନିକିଆ ଧର୍ମଘଟ ରେ କୋରାପୁଟ ଡିଭିଜନାଲ ଡାକ ବିଭାଗ

Editor

ବର୍ଷା ସାଙ୍ଗ କୁ ବିଦ୍ୟୁତ କାଟ କୋଟପାଡ଼ ବାସୀ ହନ୍ତସନ୍ତ

Editor

9 comments

Leave a Comment

WhatsApp chat