Odisha Politics

ବଢୁଛି ବିଜେପି ଲୋକପ୍ରୟତା – କୋଟପାଡ଼ ଲ୍ୟାମ୍ପ ଉପ ସଭାପତି ନିର୍ବାଚନ ରେ ବିଜେପି ବିଜୟୀ

କୋଟପାଡ଼ : କୋଟପାଡ଼ ସମବାୟ ଵୃହତାଗାର ସମିତି (ଲେମ୍ପସ )ଉପସଭାପତି ନିର୍ବାଚନରେ ଗୁଆଳି ନିର୍ଦେଶକ ଶ୍ରୀ ରାମକୃଷ୍ଣ ପୂଜାରୀ ଉପସଭାପତି ଭାବେ ବିଜୟୀ ହୋଇଥିବାର ନିର୍ବାଚନ ଅଧିକାରୀ ଶ୍ରୀ ସାଇ ପଟନାୟକ ଘୋଷଣା କରିଥିବାର ଜଣାଯାଇଅଛି | ଶ୍ରୀ ରାମକୃଷ୍ଣ ପୂଜାରୀ ସେନା ଯବାନ ଭାବରେ ଦୀର୍ଘ ୨୪ବର୍ଷ ଦେଶସେବାରେ କରି ଅବସର ପରେ ଚାଷୀଙ୍କୁ ସେବା ଯୋଗାଇବା ତଥା ସାର ଓ ମଣ୍ଡି ବ୍ୟବସ୍ଥା ରେ ସୁଧାର ଆଣିବା ଉଦ୍ୟେଶ ରେ ନିର୍ବାଚନ କୁ ଓହ୍ଲାଇବା ଗଣମାଧ୍ୟମକୁ ସୂଚନା ଦେଇଥିବାର ଜଣାଯାଇଅଛି ।

ସୂଚନାନୁଯାୟୀ ଉପସଭାପତି ନିର୍ବାଚନ ଶ୍ରୀ ରାମକୃଷ୍ଣ ପୂଜାରୀ ( ବିଜେପି ସମର୍ଥିତ) ଏବଂ ଖଗେଶ୍ୱର ପୂଜାରୀ ( ବିଜେଡି ସମର୍ଥିତ) ମଧ୍ୟରେ ହୋଇଥିଲା ଓ କଂଗ୍ରେସ କୌଣସି ପ୍ରାର୍ଥୀ ଦେଇ ପାରି ନ ଥିଲେ । ଉକ୍ତ ସମବାୟ ନିର୍ବାଚନ ରେ ଦଳୀୟ ସମର୍ଥନ ରେ କେବଳ ବିଜେପି ର ୨, ବିଜେଡ଼ି ର ୯ଟି ଓ କଂଗ୍ରେସର ୪ ଟି ସମୁଦାୟ ୧୫ ଗୋଟି ଲ୍ୟାମ୍ପ୍ ସଦସ୍ୟ ଙ୍କ ମଧ୍ୟରୁ ୯ଗୋଟି ବିଜେପି ସମର୍ଥିତ ପ୍ରାର୍ଥୀ ଶ୍ରୀ ରାମକଷ୍ଣ ଙ୍କ ସପକ୍ଷ ରେ ଆସିବା ବିଜେପିର ସାଙ୍ଗଠନିକ ଦକ୍ଷତା ଓ ଶ୍ରୀ ରାମକୃଷ୍ଣ ପୂଜାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ପାଇ ବିଜୟୀ ହୋଇଥିବା କହିଛନ୍ତି ବିଜେପି ସଂଯୋଜକ ବିଶ୍ୱ ତ୍ରିପାଠୀ । ବିଜେଡ଼ି ଓ କଂଗ୍ରେସ ଦୀର୍ଘ ଦଶନ୍ଧି ରୁ କୋଟପାଡ଼ ଅଞ୍ଚଳ ରେ ଚାଷୀ ଙ୍କ ଅସୁବିଧା ର ସମାଧାନ ପରିବର୍ତ୍ତେ ଭୁଆ ବୁଲାଉଥିବା ରୁ ଚାଷୀ ବିଜେପି ମୁହାଁ ହୋଇଥିବା ସହ ଆଶାବାଦୀ ଅଛି ବୋଲି କହିଛନ୍ତି ଜଣେ କୃଷକ ।

ଭୋଟ ଗଣତି ପରିଶେସରେ ବିଜେପି ର ରୁପୁ ଭତରା,ସୁନୀଲ ଦାସ,ବାଳକୃଷ୍ଣ ମାଝୀ,ଚନ୍ଦ୍ର ଶେଖର ଦାସ,ପ୍ରଦୀପ ରଥ,ବିକାଶ ପଟ୍ଟନାୟକ,ଆଶୁତୋଷ ମହାପାତ୍ର, ଦୀପକ ପଟ୍ଟନାୟକ ତଥା ବହୁ ଚାଷୀ ଓ ଦଳୀୟ କର୍ମୀ ଶୁଭେଚ୍ଛା ଜଣାଇବା ସହ ସମସ୍ତ ଚାଷୀ ଓ ଲ୍ୟମ୍ପ ସଦସ୍ୟ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related posts

PM Addresses at Constitution Day Celebrations organized by Supreme Court

Editor

Second edition of ‘Animal Husbandry Startup Grand Challenge’ launched

Editor

କୋଟପାଡ଼ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ

Editor

Leave a Comment

WhatsApp chat