National Odisha Other State Politics

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସମାରୋହ

ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୨୫, ୨୦୨୨ ସୋମବାର ଦିନ ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ ।

ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ବୃନ୍ଦ, ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରୀଗଣ, କୂଟନୀତିଜ୍ଞ ମିଶନ ମୁଖ୍ୟ, ସଂସଦ ସଦସ୍ୟଗଣ ଓ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ଓ ସାମରିକ ଅଧିକାରୀଗଣ ଉତ୍ସବ ନିମନ୍ତେ କେନ୍ଦ୍ରୀୟ କକ୍ଷରେ ସମବେତ ହେବେ । 

ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ଏକ ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ରୀୟ କକ୍ଷରେ ପହଞ୍ଚିବେ । ନବ ନିର୍ବାଚିତ ରାଷ୍ଟ୍ରପତି ଭାରତର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥ ନେବେ ଓ ପରେ ୨୧ଟି ତୋପ ସଲାମୀ ଦିଆଯିବ । ତାପରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ପ୍ରଦାନ କରିବେ । କେନ୍ଦ୍ରୀୟ କକ୍ଷରେ ଉତ୍ସବ ସମାପନ ପରେ ନୂତନ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଯିବେ । ସେଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ଓ ବିଦାୟୀ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସମ୍ମାନ ପ୍ରଦାନ କରାଯିବ ।

Related posts

WhatsApp admin may go to jail if do any of these 5 things

Editor

More than 19.55 Crore balance and unutilized vaccine doses still available with States/UTs

Editor

Odisha Govt To Withdraw Panchayat Poll Seat Reservation Notification

Editor

Leave a Comment

WhatsApp chat