Health

ଦ୍ୱନ୍ଦ୍ୱରେ ଭାରତ : ୭୫ତମ ନା ୭୬ତମ ସ୍ୱାଧୀନତା ଦିବସ !

ଭୁବନେଶ୍ୱର : ଅଗଷ୍ଟ ୧୫, ୨୦୨୨ ଅର୍ଥାତ୍ ବ୍ରିଟିଶର ୨୦୦ ବର୍ଷର ଦାସତ୍ୱରୁ ସ୍ୱାଧୀନତାର ଦିନ। ଆଜି ସାରା ଦେଶରେ ଉଡୁଛି ତ୍ରିରଙ୍ଗା। ଦେଶ ପାଳୁଛି ‘ଆଜାଦି କେ ଅମୃତ ମହୋତ୍ସବ’। ତେବେ ଅନେକ ଲୋକ ଏହାକୁ ନେଇ ସନ୍ଦେହରେ ଅଛନ୍ତି ଯେ ଆଜି ଦେଶର ୭୫ ତମ ସ୍ୱାଧୀନତା ଦିବସ ନା ୭୬ ତମ। ଆସନ୍ତୁ ଏହି ଦ୍ୱନ୍ଦ୍ୱକୁ ଦୂର କରିବା । ଅନେକ ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଦେଶ କେତେ ତମ ସ୍ୱାଧୀନତା ଦିବସ ପାଳନ କରୁଛି। ତେବେ ଏହା ନିଶ୍ଚିତ ଯେ ଏହି ବର୍ଷ ଦେଶ ଏହାର ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି।

ଏହି ଦ୍ୱନ୍ଦ୍ୱ କାହିଁକି: ସାରା ଦେଶ ଏହି କଥାକୁ ନେଇ ଦ୍ୱନ୍ଦ୍ୱରେ ପଡିଛି। କିନ୍ତୁ ଏହା କୁହାଯାଉଛି ଯେ ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରୁଛି। ସ୍ୱାଧୀନତାର ୭୫ତମ ବାର୍ଷିକୀରେ ଅମୃତ ମହୋତ୍ସବ ମଧ୍ୟ ସାରା ଦେଶରେ ପାଳନ କରାଯାଉଛି। ଏହା ହିଁ ହେଉଛି ଦ୍ୱନ୍ଦ୍ୱରେ ପଡ଼ିବାର ପ୍ରମୁଖ କାରଣ।

ଦୂର କରନ୍ତୁ ଦ୍ୱନ୍ଦ୍ୱ : ଆମେ ସ୍ୱାଧୀନତାର କେତେ ତମ ଦିବସ ପାଳନ କରୁଛୁ ତାହା ଜାଣିବାର ସହଜ ଉପାୟ ହେଉଛି ପ୍ରଥମେ ସ୍ୱାଧୀନତା ଦିବସରୁ ଗଣନା କରନ୍ତୁ। ଦେଶ ୧୯୪୭ ରେ ପ୍ରଥମ ସ୍ୱାଧୀନତା ଦିବସ ପାଳିଥିଲା। ୧୯୫୬ରେ ୧୦ମ। ସେହିଭଳି ୧୯୬୬ରେ ୨୦ ତମ, ୧୯୯୬ରେ ୫୦ତମ, ୨୦୧୬ରେ ୭୦ତମ ଏବଂ ୨୦୨୧ରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା। ଏହି ହିସାବ ଅନୁଯାୟୀ ଦେଶ ଆଜି ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି।ଏହି ହିସାବରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାର ଆନନ୍ଦରେ ଦେଶ ତଥା ବିଶ୍ୱରେ ଭାରତୀୟ ସମୁଦାୟ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି। ଯଦି ଆମେ ଏହି ଅନୁଯାୟୀ ଦେଖିବା, ତେବେ ଭାରତର ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଛି ଏବଂ ଏହା ୭୬ତମ ବର୍ଷରେ ପ୍ରବେଶ କରୁଛି।

ଆଶା କରୁଛୁ ପାଠକ ଙ୍କ ମନରେ ଥିବା ଦ୍ଵନ୍ଦ ଦୂର ହୋଇପାରିଥିବ । ଏହିଭଳି ଅନେକ ବିଷୟ ଓ ଖବର ଜାଣିବା ପାଇଁ ଆମ ସହିତ ଜଡି ରହିବା ପାଇଁ ଅନୁରୋଧ ।

Related posts

More than 19.55 Crore balance and unutilized vaccine doses still available with States/UTs

Editor

କୋଟପାଡ଼ ରୋଡ଼ ରେଳ ରହଣୀ – ଦାବି ପୂରଣ କଲେ ପୁର୍ବତନ ସାଂସଦ ବଳଭଦ୍ର ମାଝୀ

Editor

Puneeth Rajumkar’s death: Docs explain link between exercise and heart attacks

Editor

3 comments

Leave a Comment

WhatsApp chat