Education National Odisha

କୋଟପାଡ଼କୁ ଗୌରବାନ୍ୱିତ କଲେ କୋଟପାଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ

କୋଟପାଡ଼ : ଆଜି ଜିଲ୍ଲା ମୁଖ୍ୟାଳୟ ରେ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଚମକି ଥିଲେ କୋଟପାଡ଼ ଆଦର୍ଶ ବିଦ୍ୟାଳୟର ଦୁଇଜଣ ଛାତ୍ରଛାତ୍ରୀ।ସେମାନେ ହେଲେ ସୀମା ଗୁପ୍ତା ଓ ଓମ ଅରିୟନ ବିଶ୍ୱାଳ।

ଉଭୟ ଛାତ୍ରଛାତ୍ରୀ ନିଜ ପ୍ରତିଭା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ ହୋଇ ଆଣିଛନ୍ତି କୋଟପାଡ଼ ପାଇଁ ଗୌରବ।ଚଳିତ ବର୍ଷ ସିବିଏସଇ ବୋର୍ଡ ଦ୍ଵାରା ଆୟୋଜିତ ଦଶମଶ୍ରେଣୀ ପରୀକ୍ଷାରେ ମୋଟ ୯୬.୪୦ ଶତକଡ଼ା ନମ୍ବର ରଖିଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମୋଟ ୯୫.୮୦ ଶତକଡା ନମ୍ବର ରଖିଥିଲେ।ଉଭୟ ଛାତ୍ରଛାତ୍ରୀଙ୍କ ଉପଲବ୍ଧି ପାଇଁ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ନିମନ୍ତ୍ରଣ କରାଯାଇ ମୁଖ୍ୟଅତିଥିଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ଖବର ହସ୍ତଗତ ହୋଇଛି।

ଏହି ପୁରସ୍କାର ପାଇ ଉଭୟ ଛାତ୍ରଛାତ୍ରୀ କୋଟପାଡ଼ ମାଟିକୁ ଗୌରବାନ୍ୱିତ କରିପାରିଥିବାବେଳେ ବିଭିନ୍ନ ମହଲରୁ ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ସୁବେଛାର ସୁଅ ଛୁଟିଛି ।

ଏଠାରେ ପ୍ରକାଶଯୋଗ୍ୟଯେ ୨୦୧୯-୨୦ ମସିହାରେ ଏହି ବିଦ୍ୟାଳୟର ଓମ ପ୍ରକାଶ ବିଶ୍ୱାଳ ସିବିଏସଇ ବୋର୍ଡରେରାଜ୍ୟରେ ଚତୁର୍ଥ ସ୍ଥାନ ଅଳଙ୍କୃତ କରି କୋଟପାଡ଼ ଅଞ୍ଚଳ ପାଇଁ ଯଶ ଅର୍ଜନ କରିଥିଲେ।ଉଭୟ ଛାତ୍ରଛାତ୍ରୀ ନିଜ ସଫଳତାର ଶ୍ରେୟ ନିଜ ପିତାମାତା ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି।

Related posts

Again Proud moment for Kotpad made by pinki Harijan

Editor

ରିଲାଏନ୍ସ ର ବୀମା ବ୍ୟବସାୟ ଉପରେ ଦୃଷ୍ଟି

Editor

Kotpad : The Sargiful flower program successfully held Today

Editor

Leave a Comment

WhatsApp chat