କୋଟପାଡ଼ ବିଜେପି ଦ୍ଵାରା ସେବା ପକ୍ଷ ପାଳିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୨ ତମ ଜନ୍ମ ଉତ୍ସବ ଉପଲଷେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବା ପକ୍ଷ କାର୍ଯ୍ୟକ୍ରମ ସାରା ଦେଶ ରେ ପାଳନ କରାଯାଉଥିବା ଦେଖିବା କୁ ମିଳୁଛି ।ଉକ୍ତ ସେବା ପକ୍ଷ ଅନୁଯାଇ ବିଜେପି ଅଧ୍ୟକ୍ଷ ଶ୍ରୀ ଯେ.ପି ନାଡ଼ା ଙ୍କ ଆବାହନ କ୍ରମେ ଗତକାଲି ସଖାଳୁ ବିଜେପି କୋଟପାଡ଼ ନଗର କାର୍ଯ୍ୟାଳୟ ରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା ।

ଏହାପରେ ଦିନ ୧୧ ଘଣ୍ଟା ସମୟ ରେ ସମସ୍ତ କାର୍ଯ୍ୟକର୍ତା ଏକତ୍ର ହୋଇ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ “ମନ କି ବାତ ” ଶୁଣିଥିଲେ ।

ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଉତ୍ସବ କୁ ସେବା ପକ୍ଷ ଭାବରେ ପାଳନ କରିବା ଅବସର ରେ ସଫାଇ ଅଭିଯାନ ସ୍ଥାନୀୟ ଦଶହରା ପଡିଆ ଠାରେ ଆରମ୍ଭ କରାଗଲା ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ରାମେଶ୍ୱର ଜେନା,ଜିଲ୍ଲା ସ୍ଥାୟୀ ସଦସ୍ୟ ସୁନୀଲ ଦାସ, ନଗର ଉପସଭାପତି ବିକାଶ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ବିଶ୍ୱ ତ୍ରିପାଠୀ ଓ ଅନ୍ୟ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Related posts

କୋଟପାଡ଼ ସରକାରୀ ବାଳିକା ବିଦ୍ୟାଳୟ ରେ ୩୪ତମ ସଡକ ସୁରକ୍ଷା ସପ୍ତାହ ପାଳିତ

କୋଟପାଡ଼ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ୭୯ତମ ଶିକ୍ଷକ ସଂଘ ପ୍ରତିଷ୍ଠା ଦିବସ ପାଳିତ

କୋରାପୁଟ ଜିଲ୍ଲା ବିଜେପି ଯୁବ ସଭାପତି ହେଲେ ବିଶ୍ୱ ତ୍ରିପାଠୀ